ଟ୍ୱିଟରରେ ଟ୍ରେଣ୍ଡ କରୁଛି #KharchaPeCharcha
Advertisement

ଟ୍ୱିଟରରେ ଟ୍ରେଣ୍ଡ କରୁଛି #KharchaPeCharcha

ପରୀକ୍ଷା ପେ ଚର୍ଚ୍ଚା  Pariksha Pe Charcha 2021, ନୁହେଁ KharchaPeCharcha କରିବାକୁ ସେ ଅପିଲ କରିଛନ୍ତି । ତାଙ୍କ କହିବା କଥା, ପୁଣି ଥରେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ସରକାରଙ୍କ ନଜର ପୁରା ହଟିଯାଇଛି। 

ଟ୍ୱିଟରରେ ଟ୍ରେଣ୍ଡ କରୁଛି #KharchaPeCharcha

ନୂଆଦିଲ୍ଲୀ:  ବୋର୍ଡ ପରୀକ୍ଷା ପୂର୍ବରୁ ଗତକାଲି ଦେଶର ଛାତ୍ରଛାତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ଷିକ 'ପରୀକ୍ଷା ପେ ଚର୍ଚ୍ଚା' କରିଥିଲେ । ପରୀକ୍ଷା ପୂର୍ବରୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ମୋଦି ଏହି କାର୍ଯ୍ୟକ୍ରମ ସବୁ ବର୍ଷ କରୁଛନ୍ତି। ତେବେ ଗତକାଲି ଏହାର ଚତୁର୍ଥ ସଂସ୍କରଣ ଥିଲା । ପରୀକ୍ଷା ଯେ କେବଳ କୃତିତ୍ୱ ନୁହେଁ ଭବିଷ୍ୟତ ପାଇଁ ଗୋଟିଏ ସୁଯୋଗ। ପରୀକ୍ଷା ସମସ୍ତଙ୍କ ଜୀବନର ଶେଷ ମାଇଲଷ୍ଟୋନ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

ତେବେ ଏହାକୁ ନେଇ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ କହିବାକଥା, ମୋଦି ଏବେ ଦେଶର ଅର୍ଥନୀତି ଉପରେ ଧ୍ୟାନ ହଟାଇଦେଇଛନ୍ତି । ପରୀକ୍ଷା ପେ ଚର୍ଚ୍ଚା  Pariksha Pe Charcha 2021, ନୁହେଁ KharchaPeCharcha କରିବାକୁ ସେ ଅପିଲ କରିଛନ୍ତି । ତାଙ୍କ କହିବା କଥା, ପୁଣି ଥରେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଉପରେ ସରକାରଙ୍କ ନଜର ପୁରା ହଟିଯାଇଛି। କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଟ୍ୱିଟ୍ (Rahul Gandhi) କରି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କାରରେ ତେଲ ଭରିବା ଏବେ ଅତ୍ୟନ୍ତ କଷ୍ଟକର ହୋଇପଡୁଛି । ଅର୍ଥାତ୍ ଏବେ ଗାଡ଼ିରେ ତେଲ ଭରିବା କୌଣସି ପରୀକ୍ଷା ଠାରୁ କମ୍ ନୁହେଁ ।

Also Read: ସରକାରୀ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ବର୍ଦ୍ଧିତ ମହଙ୍ଗା ଭତ୍ତା, ବକେୟା ମଧ୍ୟ ହେବ ଜମା

ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଟିକସ ସଂଗ୍ରହ ହେତୁ କାରରେ ତେଲ ଭରିବା ଏବେ କଷ୍ଟକର ପାଠ। ହେଲେ ପ୍ରଧାନମନ୍ତ୍ରୀ କାହିଁକି ଆଲୋଚନା କରୁନାହାଁନ୍ତି ? ଖର୍ଚ୍ଚ ଉପରେ ମଧ୍ୟ ଆଲୋଚନା କରାଯିବା ଉଚିତ୍ ! ତୈଳ ମୂଲ୍ୟରେ ପରିବର୍ତ୍ତନକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଅନେକ ଥର ଟାର୍ଗେଟ କରିଛନ୍ତି । ଏହାପୂର୍ବରୁ ସେ କହିଥିଲେ ଯେ ଗତ ୪ ରୁ ୫ ବର୍ଷର ଅର୍ଥନୈତିକ ପରିଚାଳନା ହେତୁ ଇନ୍ଧନ ମୂଲ୍ୟ ବୃଦ୍ଧି ପାଉଛି। କେରଳର କୋଚିରେ ଏକ କଲେଜରେ ସମ୍ବୋଧନ ସମୟରେ ଏକଥା କହିଛନ୍ତି ରାହୁଲ ଗାନ୍ଧୀ ।

Also Read: ଆପଣଙ୍କୁ ମିଳୁଛି କି LPG ସବସିଡି? ମୋବାଇଲରେ ଏହିପରି କରନ୍ତୁ ଚେକ୍

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ସତ୍ତ୍ୱେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ବିଷୟରେ ପଚରାଯାଇଥିବା ବେଳେ ରାହୁଲ କହିଛନ୍ତି, “ଆମେ ବିଶ୍ୱାସ କରୁ ଯେ ଅର୍ଥବ୍ୟବସ୍ଥା ଆରମ୍ଭ କରିବାର ଉପାୟ ହେଉଛି ଗ୍ରାହକ ଆରମ୍ଭ କରିବା । ତେବେ ଆଜି ସକାଳ ସମୟରେ କିଛି ସମୟ ଧରି ସୋସିଆଲ ମିଡିଆ Twitter ରେ ଟ୍ରେଣ୍ଡ କରିଥିଲା #KharchaPeCharcha । କଂଗ୍ରେସର ଅଭିଯୋଗ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତି ଭୁଷୁଡ଼ିବା ଉପରେ ଧ୍ୟାନ ଦେବା ସହ ତୈଳ ଦର ମହଙ୍ଗା ଉପରେ  #KharchaPeCharcha ରେ ଚର୍ଚ୍ଚା କରନ୍ତୁ ।