ଭାରତୀୟ ସଭ୍ୟତା ହଜାର ହଜାର ବର୍ଷ ଧରି ବେଦ, ଉପନିଷେଦରେ ବର୍ଣ୍ଣିତ ଚିକିତ୍ସା ପଦ୍ଧତିକୁ ଆପଣାଇ ଧାରା ବଜାୟ ରଖି ଆସିଥିବାବେଳେ ମାତ୍ର ଆଠ ଶହ ବର୍ଷର ପରାଧିନତା, ଏହି ପରମ ସିଦ୍ଧ ବିଜ୍ଞାନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା ।
Trending Photos
ନୂଆଦିଲ୍ଲୀ: ସାରାବିଶ୍ୱକୁ ରୋଗଶୂନ୍ୟ କରିବାକୁ ସମର୍ଥ ଭାରତୀୟ ଆୟୁର୍ବେଦ । ବହୁ ଗବେଷଣାର କଷଟି ପଥରରେ ପରୀକ୍ଷିତ ହେବା ପରେ ଏବେ ବିଶ୍ୱ ଭାରତୀୟ ପାରମ୍ପରିକ ମହୌଷଧି ଉପରେ ବିଶ୍ୱାସ ନୁହେଁ ବରଂ ଭରସା କରିବାକୁ ବାଧ୍ୟ ହୋଇଛି । ଭାରତୀୟ ସଭ୍ୟତା ହଜାର ହଜାର ବର୍ଷ ଧରି ବେଦ, ଉପନିଷେଦରେ ବର୍ଣ୍ଣିତ ଚିକିତ୍ସା ପଦ୍ଧତିକୁ ଆପଣାଇ ଧାରା ବଜାୟ ରଖି ଆସିଥିବାବେଳେ ମାତ୍ର ଆଠ ଶହ ବର୍ଷର ପରାଧିନତା, ଏହି ପରମ ସିଦ୍ଧ ବିଜ୍ଞାନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲା । ଶତ ଶତ ବିରୋଧ, ତିରସ୍କାର, ଅବିଶ୍ୱାସ, ଉପଦ୍ରବ ସତ୍ତ୍ୱେ ଭାରତୀୟ ସଭ୍ୟତା ଆୟୁର୍ବେଦର ମହାନତାକୁ ଭୁଲିଯାଇନଥିଲା । ଯାହା ଆଜି ସାରା ବିଶ୍ୱ ପାଇଁ ସଞ୍ଜିବନୀ ସଦୃଶ ହୋଇଛି ।
ଆୟୁର୍ବେଦକୁ ସ୍ୱୀକୃତି
କେବଳ ଭାରତ ସରକାର (India Govt) ଆୟୁର୍ବେଦ (Ayurvedic) କୁ ଅନୁମୋଦିତ କରିଥିବାବେଳେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛି । ମଙ୍ଗଳବାର ( ୧୯ ଏପ୍ରିଲ ୨୦୨୨)ରେ ଗୁଜରାଟ ଜାମନଗରରେ ପ୍ରଧାନମନ୍ତ୍ରୀ ମୋଦି ‘ହୁ ଗ୍ଲୋବାଲ୍ ସେଣ୍ଟର୍ ଫର୍ ଟ୍ରାଡିସନାଲ୍ ମେଡିସିନ୍’ର ଶିଳାନ୍ୟାସ କରିଛନ୍ତି । ଶିଳାନ୍ୟାସ ସମୟରେ ପ୍ରଧାନମନ୍ତ୍ରୀ (PM Modi) ଙ୍କ ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ମୁଖ୍ୟ ଡାକ୍ତର ଟେଡରସ୍ ଗେବ୍ରେୟେସସ୍ ଓ ମରିସିୟସ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
Also Read: Fourth wave of Covid-19: ପାଞ୍ଚ ରାଜ୍ୟକୁ ଚିଠି ଲେଖି ସତର୍କ କଲେ କନ୍ଦ୍ର ସରକାର
ଭାରତରେ ପାରମ୍ପରିକ ଔଷଧ (Traditional Medicine) ଉତ୍ପାଦନ ଲକ୍ଷ୍ୟରେ WHO, ଗ୍ଲୋବାଲ୍ ସେଣ୍ଟର ପ୍ରତିଷ୍ଠା କରିଛି । ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପାରମ୍ପରିକ ଔଷଧର ଉପଯୋଗିତାର ସମ୍ଭାବନାକୁ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କ ସହିତ WHO ଚୁକ୍ତି କରିଛି' । ଗ୍ଲୋବାଲ ସେଣ୍ଟର ଫର ଟ୍ରାଡିସନାଲ ମେଡିସିନ୍ (WHO-GCTM) ପ୍ରତିଷ୍ଠା ପାଇଁ ଆୟୁଷ ମନ୍ତ୍ରଣାଳୟ ଏବଂ WHO ମଧ୍ୟରେ ହୋଇଥିବା ଚୁକ୍ତିକୁ ଯୁଗାନ୍ତକାରୀ କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି ।
ଏହି ପଦକ୍ଷେପ ମାଧ୍ୟମରେ WHO, ପ୍ରତିଷେଧକ ତଥା ଆରୋଗ୍ୟକାରୀ ସ୍ୱାସ୍ଥ୍ୟସେବାକୁ ସୁଲଭ ତଥା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଯାହା ନିକଟ ଭବିଷ୍ୟତରେ ବିଶ୍ୱକୁ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ସମାଧାନ ଯୋଗାଇବାରେ ସାହାଯ୍ୟ କରିବ । ଏହି ବିଶ୍ୱ ସ୍ତରୀୟ କେନ୍ଦ୍ରରେ ଭାରତ ସରକାର ୨୫ କୋଟି ଆମେରିକୀୟ ଡଲାର ବିନିଯୋଗ କରିଛନ୍ତି । ଆଧୁନିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ପାରମ୍ପରିକ ଔଷଧର ସମ୍ଭାବନାକୁ ଗୁରୁତ୍ୱ ଦିଆଯାଇଛି । ନୂତନ କେନ୍ଦ୍ର ପାରମ୍ପାରିକ ଔଷଧର ପ୍ରମାଣ ଆଧାରକୁ ଦୃଢ଼ କରିବା ପାଇଁ ବିଜ୍ଞାନର ଶକ୍ତି ବ୍ୟବହାର କରିବାରେ ସାହାଯ୍ୟ କରିବ ବୋଲି WHOର ମହାନିର୍ଦ୍ଦେଶକ ଆଶା ପ୍ରକାଶ କରିଛନ୍ତି । ଏହାସହିତ ବିଶ୍ୱବାସୀଙ୍କୁ ନିରାପଦ ଏବଂ ପ୍ରଭାବଶାଳୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।
Also Read: 'ପଲ୍ଲୀରେ ପ୍ରଶାସନ'; ଏଣିକି ଲୋକଙ୍କୁ ଗୋଟିଏ ଜାଗାରେ ମିଳିବ ସମସ୍ତ ସୁବିଧା
ପାରମ୍ପରିକ ଔଷଧ
WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଇସସଙ୍କ ମତ ଅନୁସାରେ, ବିଶ୍ୱର ପ୍ରାୟ ୮୦ ପ୍ରତିଶତ ଲୋକ ପାରମ୍ପରିକ ଔଷଧ ବ୍ୟବହାର କରିଥାନ୍ତି । ଏପରିକି ଅନେକ ଦେଶରେ ସରକାରୀ ସ୍ୱୀକୃତି ବିନା ଲୋକମାନେ ପାରମ୍ପରିତ ଚିକିତ୍ସା ଉପରେ ଭରସା କରିଥାନ୍ତି । WHOରେ ସାମିଲ ଥିବା ୧୯୪ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୭୦ ଦେଶରେ ପାରମ୍ପରିକ ଔଷଧର ବ୍ୟବହାର ହେଉଥିବା WHO ସ୍ୱୀକାର କରିଛି । ଏବେ ପାରମ୍ପରିକ ଔଷଧର ପ୍ରୟୋଗ, ଉପଚାର, ଉତ୍ପାଦ ଉପରେ ନିର୍ଭରଯୋଗ୍ୟ ପ୍ରମାଣ ଏବଂ ତଥ୍ୟ ସୃଷ୍ଟି କରିବା ପାଇଁ ୧୯୪ ସଦସ୍ୟ ରାଷ୍ଟ୍ର WHOର ସହାୟତା ଲୋଡ଼ିଛନ୍ତି ।
ରୋଗ ଉପଚାର
ପ୍ରାଚୀନ ଭାରତୀୟ ଚିକିତ୍ସା ବିଜ୍ଞାନରେ (ଚରକ ସଂହିତା, ଶୁଶ୍ରୁତ ସଂହିତା) ଉଭୟ ଶାରୀରିକ ଏବଂ ମାନସିକ ରୋଗର ନିରାକରଣ ପାଇଁ ସହଜ ଦିଗ ଦର୍ଶାଇଛି । WHO-GCTMରେ ଯୋଗ, ଆକ୍ୟୁପ୍ରେସର, ଆୟୁର୍ବେଦିକ ଔଷଧ, ହର୍ବାଲ ମିଶ୍ରଣ ଉପରେ ଉଚ୍ଚସ୍ତରୀୟ ଗବେଷଣାର ମୁଖ୍ୟ କେନ୍ଦ୍ର ହେବ । ପାରମ୍ପରିକ ଔଷଧର ପ୍ରମାଣ ଧାରାକୁ ମ୍ୟାପିଂ କରିବା ସହ ଏଠାରେ ନୂତନ ପାଠ୍ୟକ୍ରମର ଖସଡ଼ା ପ୍ରସ୍ତୁତ ହେବ । ଆଧୁନିକ ପ୍ରଯୁକ୍ତି ବିଦ୍ୟା ସହାୟତାରେ ସ୍ୱାସ୍ଥ୍ୟସେବା ଓ ନିରନ୍ତର ବିକାଶରେ ପାରମ୍ପରିକ ଔଷଧର ଅବଦାନକୁ ଏହି ବିଶ୍ୱସ୍ତରୀୟ କେନ୍ଦ୍ରରେ ଅପ୍ଟିମାଇଜ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଏବେ ବ୍ୟବହୃତ ହେଉଥିବା ପ୍ରାୟ ୪୦ ପ୍ରତିଶତ ଅନୁମୋଦିତ ଫାର୍ମାସ୍ୟୁଟିକାଲ୍ ଉତ୍ପାଦ ପ୍ରାକୃତିକ ପଦାର୍ଥରୁ ଉତ୍ପନ୍ନ ହେଉଛି । ଯାହା ପାରମ୍ପରିକ ଭାରତୀୟ ଚିକିତ୍ସା ବିଜ୍ଞାନରେ ବ୍ୟବହୃତ ହେଉଥିଲା । ଉଦାହରଣ ସ୍ୱରୁପ, ନମ୍ର (willow) ବୃକ୍ଷର ଛେଲିରୁ ହିଁ ଆସ୍ପିରିନ୍, ଖମ୍ବ ଆଳୁ ମୂଳରୁ ଗର୍ଭନିରୋଧକ ବଟିକା, ସଦାବାହାରରୁ କ୍ୟାନସର ମେଡିସିନ ପ୍ରସ୍ତୁତ ହେଉଛି ।