ଆମେରିକାର ପରାମର୍ଶ ସତ୍ତ୍ୱେ ଋଷିଆ ପାଖରୁ ଶସ୍ତା ତେଲ କିଣିବ କି ଭାରତ?
Advertisement

ଆମେରିକାର ପରାମର୍ଶ ସତ୍ତ୍ୱେ ଋଷିଆ ପାଖରୁ ଶସ୍ତା ତେଲ କିଣିବ କି ଭାରତ?

ଭାରତ ଲାଗି ଋଷିଆ ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ର ନୁହେଁ। ବିଶ୍ୱ ବଜାରରେ ଭାରତ ହେଉଛି ଏକ ପ୍ରମୁଖ ତୈଳ ଆମଦାନୀକାରୀ ରାଷ୍ଟ୍ର। 

 ଆମେରିକାର ପରାମର୍ଶ ସତ୍ତ୍ୱେ ଋଷିଆ ପାଖରୁ ଶସ୍ତା ତେଲ କିଣିବ କି ଭାରତ?

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରିବା ପର ଠାରୁ ଋଷିଆ ବିରୋଧରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ ସାରିଛନ୍ତି ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ର। ଋଷିଆ ବିରୋଧରେ ଲଗାଯାଇଥିବା ଆର୍ଥିକ ପ୍ରତିବନ୍ଧକୁ ସମର୍ଥନ କରିବା ପାଇଁ ଭାରତ ସମେତ ଅନ୍ୟ ଦେଶକୁ ନିବେଦନ କରିଛନ୍ତି ଆମେରିକା ରାଷ୍ଟ୍ରପତି ବାଇଡେନ୍। 

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆସିଥିଲା ଏକ ଚର୍ଚ୍ଚିତ ଖବର। ଏନେଇ କୁହାଯାଉଥିଲା ଯେ ଭାରତ, ରିହାତି ମୂଲ୍ୟରେ ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରବାକୁ ଯୋଜନା ପ୍ରସ୍ତୁତ କରୁଛି। ଏହି ଖବର ଉପରେ ଜବାବ ରଖି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଭାରତ ଏକ ବୃହତ୍ତ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିବାରୁ ସମସ୍ତ ପ୍ରକାର ସମ୍ଭାବନା ଉପରେ ବିଚାର କରିଥାଏ। ଭାରତ ଏହାର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ତୈଳ ଆମଦାନୀ କରିଥାଏ। ଭାରତ ଏହାର ଚାହିଦା ଆମଦାନୀ ମାଧ୍ୟମରେ ପୂରଣ କରିଥାଏ। ଏହି କାରଣରୁ ଭାରତ ସମସ୍ତ ପ୍ରକାର ସମ୍ଭାବନା ଉପରେ ବିଚାର କରିଥାଏ।

ଭାରତ ଲାଗି ଋଷିଆ ଏକ ପ୍ରମୁଖ ତୈଳ ଯୋଗାଣକାରୀ ରାଷ୍ଟ୍ର ନୁହେଁ। ବିଶ୍ୱ ବଜାରରେ ଭାରତ ହେଉଛି ଏକ ପ୍ରମୁଖ ତୈଳ ଆମଦାନୀକାରୀ ରାଷ୍ଟ୍ର। ଶକ୍ତି ଚାହିଦା ପୂରଣ ପାଇଁ ଭାରତ ସମସ୍ତ ପ୍ରକାର ବିକଳ୍ପ ଉପରେ ବିଚାର କରୁଛି। ଋଷିଆ ସହ ହେବାକୁ ଥିବା ତୈଳ କାରବାର ଟଙ୍କା-ରୁବେଲ ଚୁକ୍ତି ଆଧାରରେ ହେବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ଜବାବ ମିଳିନାହିଁ।

ଋଷିଆ ବିରୋଧରେ ଆମେରିକା ନେତୃତ୍ୱାଧିନ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ କାରଣରୁ ଭାରତ-ଋଷିଆ ବାଣିଜ୍ୟ ଉପରେ ଏହାର କ'ଣ ପ୍ରଭାବ ପଡିବ ଭାରତ ତାହାର ଆକଳନ କରିବ। ଋଷିଆ ସହିତ ଆମର ଅର୍ଥନୈତିକ କାରବାର ଉପରେ ଯେକୌଣସି ପ୍ରକାର ଏକପାଖିଆ ପ୍ରତିବନ୍ଧକ ପ୍ରଭାବର ମୂଲ୍ୟାଙ୍କନକୁ ଆମେ ଅପେକ୍ଷା କରିବୁ। 

Also Read: ଋଷ ପ୍ରଦାନ କରିବ ଶସ୍ତା ତେଲ; ଆମଦାନୀ ଲାଗି ପ୍ରସ୍ତୁତ ଭାରତ!

ଋଷିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆମେରିକା ପକ୍ଷରୁ କୁହାଯାଇଛି ଯେ ଯଦି ଭାରତ ଶସ୍ତା ମୂଲ୍ୟରେ ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରେ ତାହେଲେ ଏହାକୁ ଆମେରିକା ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧକ ଉଲ୍ଲଂଘନ କରୁଥିବା ନେଇ ଧରାଯିବ ନାହିଁ। ହେଲେ ଋଷିଆକୁ ସମର୍ଥନ କରିବା ଏକ ଆକ୍ରମଣକୁ ସମର୍ଥନ କରିବା ସହ ସମାନ ବୋଲି ଭାରତ ଉଦ୍ଦେଶ୍ୟରେ ପରାମର୍ଶ ଦେଇଛି ଆମେରିକା। ଏଭଳି ପରିସ୍ଥିତିରେ କେଉଁ ପାର୍ଶ୍ୱରେ ଛିଡା଼ ହୋଇ ନିଜର ରେକର୍ଡ ସ୍ଥାପନ କରିବ ସେ ନିଷ୍ପତ୍ତି ଭାରତ ନେବା ଆବଶ୍ୟକ। 

ଋଷିଆ ସମେତ ଅନ୍ୟ ଦେଶରୁ ଅନ୍ୟ ଦେଶରୁ ଅଶୋଧିତ ତୈଳ କିଣିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଉପଯୁକ୍ତ ସମୟରେ ଦେଶର ସ୍ୱାର୍ଥ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଋଷିଆ ପାଖରୁ ପ୍ରାୟ ୩.୮ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ କିଣିବାକୁ ପ୍ରସ୍ତୁତ ହେଉଛି ଭାରତ। କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଋଷିଆ ପାଖରୁ ଆମଦାନୀ ହେଉଥିବା ତୈଳ ବୀମା ଉପରେ ବିଶ୍ୱରେ ଅନିଶ୍ଚିତତାର ବାତାବରଣ ରହିଛି। ଏଭଳି ପରିସ୍ଥିତିରେ ଋଷିଆ ମଧ୍ୟ ଏହି ଦିଗରେ ସାହାଯ୍ୟ ନିଶ୍ଚିତ କରୁଛି।

ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢିଚାଲିଥିବା ବେଳେ ଭାରତ, ଋଷିଆ ପାଖରୁ ଅଶୋଧିତ ତୈଳ ଆମଦାନୀ କରିବା ନେଇ ଆଲୋଚନା ଜାରି ରଖିଛି। ହେଲେ ଏହା ସହ ଜଡିତ ଅନେକ ସମସ୍ୟା ଅଛି ତାହା ହେଉଛି ଅଶୋଧିତ ତୈଳ କେତେ ପରିମାଣରେ ଉପଲବ୍ଧ ରହିଛି, ଏହାର ମୂଲ୍ୟ କିପରି ପ୍ରଦାନ କରାଯିବ ଦେୟ କିପରି ଦିଆଯିବ ଏବଂ ତୈଳଜାତ ସାମଗ୍ରୀ କିପରି ଅଣାଯିବ। ଭାରତ ଏହାର ଅଧିକାଂଶ ଅଶୋଧିତ ତୈଳ ଉପସାଗରୀୟ ଦେଶରୁ ଆମଦାନୀ କରିଥାଏ। ଋଷିଆ ପାଖରୁ ଭାରତ ଏହାର ଚାହିଦାର ୧ ପ୍ରତିଶତରୁ କମ ପରିମାଣର ତୈଳ ଆମଦାନୀ କରିଥାଏ। ବର୍ତ୍ତମାନ ଶକ୍ତି ଉତ୍ପାଦ କ୍ଷେତ୍ରର ଆମେରିକା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବେ ଉଦୀୟମାନ ହେଉଛି।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଅଦ୍ୟାବଧି କୌଣସି ପ୍ରତିବନ୍ଧକର ପ୍ରଭାବ ଭାରତ ଉପରେ ଅନୁଭୂତ ହୋଇନାହିଁ। କାରଣ କୌଣସି ଦେଶ ଏପରି କୌଣସି ପ୍ରତିବନ୍ଧକ ଲଗାଇନାହାଁନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ତୈଳ  ମୂଲ୍ୟ ବୃଦ୍ଧି ହେବାର ଆଶା କରାଯାଉନାହିଁ।

Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଲା ଇରାନ

ଅନ୍ୟପଟେ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ନୂଆଦିଲ୍ଲୀସ୍ଥିତ ଋଷୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଋଷୀୟ ଉପପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ନୋଭାକ ଗତ ସପ୍ତାହରେ ଶକ୍ତି କ୍ଷେତ୍ରରେ ଭାରତରେ ପୁଞ୍ଜି ବିନିଯୋଗ କରିବା ଉପରେ ଆଲୋଚନା କରିଛନ୍ତି। ମାତ୍ର ଭାରତ-ଋଷିଆ ମଧ୍ୟରେ ଆଲୋଚନା ଉପରେ କୌଣସି ଖବର ଆସିନାହିଁ।।