Donald Trump(ଭୁବନେଶ୍ୱର): ଜାନୁୟାରୀ ୨୦ ତାରିଖରେ ବିଧିବଦ୍ଧ ଭାବେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ନୂଆ ରାଷ୍ଟ୍ରପତିଙ୍କ ଶାସନ ଉଦ୍ଘାଟନ ହେବ। ପରମ୍ପରା ଓ ନିୟମକୁ ପାଳନ କରି ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଗଣତନ୍ତ୍ରର ଏହି ରାଷ୍ଟ୍ରପତିଙ୍କ ସମୟରେ ଭାରତ ସହ ଆମେରିକାର କି ସମ୍ପର୍କ ରହିବ? ରାଷ୍ଟ୍ରପତି ଜୋ’ ବାଇଡେନ୍ଙ୍କ ଶାସନକାଳଠାରୁ ଏହା ଅଧିକ ଲେଭବାନ ହେବ କି? ଏପରି ଅପେକ ଆଶା ଓ ଆଶଙ୍କ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହି ଚର୍ତଚ୍ଚା ଭିତରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ଜଣେ ଦୃଢ ସମର୍ଥକ ମାଇକ୍ ଓ୍ୱାଲ୍ଜଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ଚୟନ କରିଛନ୍ତି। ଏଭଳି କ୍ଷେତ୍ରରେ ଭାରତକୁ ଅଧି ସୁଯୋଗ ମିଳିବ କି? ରାଷ୍ଟ୍ରପତି ଟ୍ରମ୍ପଙ୍କ ସମୟରେ ଭାରତର ଶକ୍ତି ଓ ପ୍ରଭାବ ଆନ୍ତର୍ଜାତିକ ସ୍ତରରେ ବଢ଼ିବ କି?
ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ ଆଶା ଓ ଆଶଙ୍କା ସାରା ବିଶ୍ୱରେ ଦେଖାଦେଇଛି। ବିଶ୍ୱ ରାଜନୀତିର ପ୍ରଅଚ୍ଛଦପଟ୍ଟ ଏଥିରେ ପ୍ରଭାବିତ ହେବ ବୋଲି ମଧ୍ୟ ଆଶା କରାଯାଇଛି। ବିଶେଷ କରି ଦକ୍ଷିଣ ଏସୀୟ ଦେଶମାନଙ୍କରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏହି ପରିପ୍ରେକ୍ଷୀରେ ଭାରତ-କାନାଡ଼ା ମଧ୍ୟ ଚାଲିଥିବା କୂଟନୀତିକ ତିକ୍ତତା ଆଗକୁ କି ରୂପ ନେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ଅପରପକ୍ଷେ ଆମେରିକାରେ ପୁଞ୍ଜି ନିବେଶ ଏବଂ ସେଠାରେ ରୋଜଗାର ବୃଦ୍ଧି ପାଇଁ ଡୋନେଲ୍ଡ ଟ୍ରମ୍ପଙ୍କ ନୀତି ରହିଛି। ଏହିକକ୍ରମରେ ଆମେରିକୀୟ କମ୍ପାନୀ ଗୁଡ଼ିକର ଭାରତ ଭଳି ଦେଶରେ ନିବେଶ ମଧ୍ୟ ପ୍ରଭାବିତ ହୋଇପାରେ। ଅର୍ଥାତ୍ ବିଦେଶୀ ପୁଞ୍ଜି ନିବେଶରେ ଭାରତକୁ ଧକ୍କା ମିଳିପାରେ।
କିନ୍ତୁ ଭାରତର କୂଟନୀତିକ ଓ ବୈଦେଶିକ ପ୍ରଭାବ କିପରି ହେବ ତାହା ଏବେ ସମସ୍ତଙ୍କ ଭିତରେ ଚର୍ଚ୍ଚା ଚାଲିଛି। ଜଣେ ଦକ୍ଷିଣପନ୍ଥୀ ନେତା ଭାବେ ପରିଚିତ ଶ୍ରୀ ଟ୍ରମ୍ପ ଭାରତକୁ ଆନ୍ତର୍ଜାତିକ ପରିବେଶ ଭିତରେ କେମିତି ଦେଖିବେ ତାହା ବି ଚର୍ଚ୍ଚା ହେଉଛି। ଏହିଭଳି ଆଲୋଚନା ସମୟରେ ଶ୍ରୀ ଟ୍ରମ୍ପ ଦେଶର ସୁରକ୍ଷା ପରାମର୍ଶଦାତା ଭାବେ ମାଇକ୍ ଓ୍ୱାଲ୍ଜଙ୍କୁ ନିଯୁକ୍ତ କରିଛନ୍ତି। ମାଇକ୍ ଓ୍ୱାଲ୍ଜ ହେଉଛନ୍ତି ଭାରତକୁ ପସନ୍ଦ କରୁଥିବା ଜଣେ କୂଟନୀତିଜ୍ଞ। ପୂର୍ବରୁ ସେ ଭାରତକୁ ଅନେକ ପ୍ରସଙ୍ଗରେ ସମର୍ଥନ କରିଛନ୍ତି।
ଗତବର୍ଷ ଭାରତରେ ଆୟୋଜିତ ଲାଲ୍ କିଲ୍ଲା ଅଭିଭାଷଣ ସମୟରେ ଶ୍ରୀ ଓ୍ୱାଲ୍ଜ ଭାରତଗସ୍ତରେ ଆସିଥିଲା। ସେ ଭାରତ ଓ ମୋଦୀଙ୍କୁ ସେତେବେଳେ ପ୍ରଶଂସା କରିଥିଲେ। ବିକଶିତ ଭାରତ ଗଠନ ନେଇ ମୋଦୀଙ୍କ ସ୍ୱପ୍ନକୁ ସେ ପ୍ରଶଂସା କରିବା ସହ ଭାରତ-ଆମେରିକା ଭିତରେ ସମ୍ପର୍କ ଆହୁରି ବିକଶିତ ହେବ ବୋଲି ସେ କହିଥିଲେ। ଦୁଇ ଦେଶ ଭିତରେ ଯେଉଁଭଳି ଭାବେ ବିଭିନ୍ନ ପ୍ରସଙ୍ଗରେ ଭାଗିଦାରୀ ବଢ଼ୁଛି ତାହା ଆଗକୁ ଦୃଢ଼ ସମ୍ପର୍କକୁ ବୟାନ କରୁଛି ବୋଲି ସେ କହିଛନ୍ତି। ‘ଆମେ ବିଶ୍ବର ପ୍ରତି କୋଣରୁ ଆକ୍ରମଣକାରୀ ମନୋଭାବକୁ ଦେଖୁଛୁ। ଏଣୁ ଆମକୁ ବିଭିନ୍ନ ଦିଗରେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭାରତର ଜନସଂଖ୍ୟା, ବଢ଼ୁଥିବା ସାମରିକ ଶକ୍ତି, ଯାନ୍ତ୍ରିକ ସାମର୍ଥ୍ୟକୁ ମଧ୍ୟ ସେ ପୂର୍ବରୁ ପ୍ରଶଂସା କରିଥିଲେ। ଆତଙ୍କବାଦକୁ ଦମନ କରିବା ପାଇଁ ଭାରତର ସହଯୋଗ ଆବଶ୍ୟକ ବୋଲି ସେ କହିଥିଲା। ଆଫଗାନିସ୍ଥାନ ଏବଂ ଚୀନ ଆଡ଼ୁ ଆସୁଥିବା ବିପଦକୁ ମୁକାବିଲା କରିବାରେ ଏହା ସହାୟକ ହୋଇପାରିବ ବୋଲି ମାଇକ ପୂର୍ବରୁ କହିଛନ୍ତି। ଏପରିକି ଭାରତକୁ ଏକ ଅବିଚ୍ଛଦ୍ୟ ବନ୍ଧୁ ରାଷ୍ଟ୍ର ଭାବେ ପୂର୍ବରୁ ଅଭିହିତ କରିଛନ୍ତି ମାଇକ୍। ଏହିକ୍ରମରେ ଭାରତ- ଆମେରିକା ସାମରିକ ତତା ରଣନୀତିକ ସମ୍ପର୍କ ଆଗକୁ ଆହୁରି ନିବିଡ଼ ହୋଇପାରେ ବୋଲି ମଧ୍ୟ ଆଶା କରାଯାଉଛି।