ସାମ୍ନାକୁ ଆସିଲା ଆମେରିକାର ଦୋମୁହାଁ ନୀତି, ଏହି ପଦକ୍ଷେପରୁ ବଢ଼ିବ ଭାରତର ଅସୁବିଧା
Advertisement

ସାମ୍ନାକୁ ଆସିଲା ଆମେରିକାର ଦୋମୁହାଁ ନୀତି, ଏହି ପଦକ୍ଷେପରୁ ବଢ଼ିବ ଭାରତର ଅସୁବିଧା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଭଲ ନ ଥିବାରୁ ଆମେରିକାର ବୈଦେଶିକ ବିଭାଗକୁ ଏହି ପ୍ରଶ୍ନ ପଚରାଯାଇଥିଲା । ଇମ୍ରାନ ଖାନ କ୍ଷମତାସୀନ ଥିବାବେଳେ ଆମେରିକା ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ ।

ସାମ୍ନାକୁ ଆସିଲା ଆମେରିକାର ଦୋମୁହାଁ ନୀତି, ଏହି ପଦକ୍ଷେପରୁ ବଢ଼ିବ ଭାରତର ଅସୁବିଧା

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ (Russia-Ukraine War)  ସାରା ଦୁନିଆକୁ ଦୁଇ ଗୋଷ୍ଠୀରେ ଭାଗ କରିଦେଇଛି । ଏହି ଯୁଦ୍ଧରେ ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନ ସହିତ ଦେଖାଯାଉଥିବାବେଳେ ଚୀନ ଓ ବେଲାଋଷ (Belarus) ଭଳି ଦେଶ ଋଷ ସହିତ ଛିଡ଼ା ହୋଇଛନ୍ତି । ଅବଶ୍ୟ, ଏହି ଯୁଦ୍ଧ ସମୟରେ ଭାରତ ନିରପେକ୍ଷତା ଅବଲମ୍ୱନ କରିଛି । ଏହି କାରଣରୁ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭାରତ ବିରୋଧରେ ଅନେକ ଅସନ୍ତୋଷ ରହିଛି ।

ପାଶ୍ଚାତ୍ୟ ଦେଶମାନେ ଦାବି କରିଛନ୍ତି ଯେ, ଋଷ ଆକ୍ରମଣକୁ ଭାରତ (India) ବିରୋଧ କରୁ । କିନ୍ତୁ ଏହା ମଧ୍ୟରେ ଜାଣିବା ରଖିବା ଉଚିତ ଯେ ଭାରତକୁ ଉପଦେଶ ଦେଉଥିବା ଆମେରିକା (America) ସ୍ୱୟଂ ପାକିସ୍ତାନ (Pakistan) ସହିତ ଅଛି । ଆପଣଙ୍କୁ କହି ରଖୁଛୁ ଯେ ପାକିସ୍ତାନକୁ ସାରା ସାରା ଦୁନିଆରେ ଆତଙ୍କବାଦୀ ସମର୍ଥକ କୁହାଯାଏ । ଆତଙ୍କବାଦୀ ପାଣ୍ଠି ଯୋଗୁଁ ପାକିସ୍ତାନକୁ FATF ର ଗ୍ରେ ତାଲିକାରେ ସାମିଲ କରାଯାଇଛି ।

ଉଲ୍ଲେଖନୀୟ ବିଷୟ ହେଉଛି, ଗତ ଗୁରୁବାର ଆମେରିକା ବୈଦେଶିକ ବିଭାଗ କହିଛି ଯେ ପାକିସ୍ତାନ ଆମର ଅଂଶୀଦାର ଓ ସହଭାଗିତାକୁ ମଜବୁତ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ । ବାସ୍ତବରେ, ପାକିସ୍ତାନରେ ନୂତନ ସରକାର କ୍ଷମତାକୁ ଆସିବା ପରେ ଆମେରିକା-ପାକିସ୍ତାନ ସମ୍ପର୍କରେ ଉନ୍ନତି ହୋଇଛି କି ନାହିଁ ବୋଲି ଆମେରିକା ବୈଦେଶିକ ବିଭାଗକୁ ପଚରାଯାଇଥିଲା । ଏହାର ଜବାବରେ ପ୍ରବକ୍ତା ନେଡ୍ ପ୍ରାଇସ୍ କହିଛନ୍ତି ଯେ, ପାକିସ୍ତାନ ସହିତ ଆମର ସହଭାଗିତାକୁ ମଜବୁତ କରିବା ପାଇଁ ଆମେ ପଦକ୍ଷେପ ଗ୍ରହଣ କରିବୁ, ଯାହା ଆମର ନିଜସ୍ୱ ଓ ଅଂଶୀଦାର ସ୍ୱାର୍ଥର ସେବା କରିବ ।

ଏହା ବି ପଢ଼ନ୍ତୁ:-'ଦେଶର ମହାନ ରାଷ୍ଟ୍ରପତି ହେବେ ଦ୍ରୌପଦୀ ମୁର୍ମୁ'

ଏହା ବି ପଢ଼ନ୍ତୁ:-କାମ ଦେଲାନି ଉଦ୍ଧବ ଠାକରେଙ୍କ ଇମୋସନାଲ କାର୍ଡ: ଆଉ ୭ ବିଧାୟକ ପହଞ୍ଚିଲେ ଗୁଆହାଟୀ, ସିନ୍ଦେଙ୍କ ସମର୍ଥନରେ ଆସିଲେ ୧୭ ଶିବସେନା ସାଂସଦ!

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଗତକାଲି ଅପେକ୍ଷା ଆଜି ବଢ଼ିଛି ସଂକ୍ରମିତଙ୍କ ସଂଖ୍ୟା

 

ସୂଚନାଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କାର୍ଯ୍ୟକାଳ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଭଲ ନ ଥିବାରୁ ଆମେରିକାର ବୈଦେଶିକ ବିଭାଗକୁ ଏହି ପ୍ରଶ୍ନ ପଚରାଯାଇଥିଲା । ଇମ୍ରାନ ଖାନ କ୍ଷମତାସୀନ ଥିବାବେଳେ ଆମେରିକା ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଇମ୍ରାନ ଅଭିଯୋଗ କରିଥିଲେ ଯେ ବର୍ତ୍ତମାନର ଆମେରିକା ସରକାର ତାଙ୍କୁ କ୍ଷମତାରୁ ହଟାଇବାକୁ ଚାହୁଁଛନ୍ତି । ଏହା ସପକ୍ଷରେ ସେ ବିଦେଶୀ ଷଡଯନ୍ତ୍ରରେ କିଛି ଚିଠି ମଧ୍ୟ ଜାରି କରିଥିଲେ ।