World Post Day 2023: ‘ବିଶ୍ୱ ଡ଼ାକ ଦିବସ’ରେ ଜାଣନ୍ତୁ ଏହାର ଇତିହାସ
Advertisement
Article Detail0/zeeodisha/odisha1906028

World Post Day 2023: ‘ବିଶ୍ୱ ଡ଼ାକ ଦିବସ’ରେ ଜାଣନ୍ତୁ ଏହାର ଇତିହାସ

World Post Day 2023: ଭାରତୀୟ ଡ଼ାକ ସେବାର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ‘ବିଶ୍ୱ ପୋଷ୍ଟ ଦିବସ’ ଭାବେ ପାଳନ କରାଯାଏ ।

ସୌ(ସୋସିଆଲ ମିଡିଆ)

World Post Day 2023:  ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ଯୁଗରେ ସତ୍ବା ହରାଇବାକୁ ବସିଛି ଡାକ ସେବା । କିନ୍ତୁ ଆଜି ବି ଯେଉଁଠାରେ ଆପଣଙ୍କର ସ୍ମାର୍ଟ ଫୋନ୍ କିମ୍ବା ଇଣ୍ଟରନେଟ୍ ପହଞ୍ଚିପାରିବ ନାହିଁ ସେହି ସ୍ଥାନରେ ପହଁଞ୍ଚିଯାଇଥାଏ ଡ଼ାକ ସେବା । ତେବେ ଭାରତୀୟ ଡ଼ାକ ସେବାର ଉପଯୋଗିତା ଓ ଗୁରୁତ୍ୱ ବିଷୟରେ ଲୋକଙ୍କୁ ସଚେତନ କରାଇବା ନେଇ ପ୍ରତିବର୍ଷ ଅକ୍ଟୋବର ୯ ତାରିଖକୁ ‘ବିଶ୍ୱ ପୋଷ୍ଟ ଦିବସ’ ଭାବେ ପାଳନ କରାଯାଏ ।

ସୂଚନା ଅନୁଯାୟୀ, ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚିଠି, ପାର୍ସଲ କିମ୍ବା କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ପଠାଇବାରେ ଡାକ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ବ୍ୟକ୍ତିଙ୍କ ମନର କଥାକୁ ଲିଖିତ ଆକାରରେ ପ୍ରକାଶ କରିଥାଏ । ଡାକ ବିଭାଗର ପ୍ରାଥମିକ କାର୍ଯ୍ୟ ହେଉଛି ଚିଠି, ଟଙ୍କା ଓ ପାର୍ସଲ ସଂଗ୍ରହ, ପ୍ରକ୍ରିୟାକରଣ, ପ୍ରସାରଣ ଓ ବଣ୍ଟନ । ଦୂରରେ ଥିବା ଲୋକଙ୍କୁ ଯୋଗାଯୋଗ କରିବାରେ ଡ଼ାକ ସେବା ସାହାଯ୍ୟ କରିଥାଏ । ଯଦିଓ ପରିବର୍ତ୍ତିତ ସମୟରେ, ଏହି କାର୍ଯ୍ୟ ଗୁଡିକ ସୋସିଆଲ୍ ମିଡିଆ ମାଧ୍ୟମରେ ମଧ୍ୟ ସମ୍ପନ୍ନ ହେଉଛି, କିନ୍ତୁ ଡ଼ାକ ସେବାର ଗୁରୁତ୍ୱକୁ ଆଜି ମଧ୍ୟ ଅସ୍ୱୀକାର କରିହେବ ନାହିଁ । ତେବେ ‘ବିଶ୍ୱ ପୋଷ୍ଟ ଦିବସ’ ଅବସରରେ ଆସନ୍ତୁ ଜାଣିବା ଏହାର ଗୁରୁତ୍ୱ, ଇତିହାସ।

ବିଶ୍ବ ଡ଼ାକ ଘରର ଇତିହାସ

୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସ୍ୱିଜରଲ୍ୟାଣ୍ଡ ରାଜଧାନୀ ବର୍ନରେ ଏକ ୟୁନିଭର୍ସାଲ ଡାକ ୟୁନିୟନ (ୟୁପିୟୁ) ଗଠନ କରାଯାଇଥିଲା, ଯେଉଁଥିରେ ବିଶ୍ବର ୨୨ଟି ଦେଶ ଅନ୍ତର୍ଭୁକ୍ତ ରହିଥିଲେ । ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ୍ ଡ଼ାକ ବିଭଗ ଓ ପୋଷ୍ଟାଲ ସର୍ଭିସ ପାଇଁ କାର୍ଯ୍ୟ କରୁଥିବା ପ୍ରଥମ ଆନ୍ତର୍ଜାତୀୟ ସଂଗଠନ ଅଟେ । ପରେ ୧୯୬୯ ମସିହାରେ ଜାପାନର ରାଜଧାନୀ ଟୋକିଓରେ ୟୁପିୟୁ (UPU)ର ଏକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ,  ୟୁପିୟୁ ଗଠନ ଦିନ ଅର୍ଥାତ୍ ୯ ଅକ୍ଟୋବର ଦିନ ‘ବିଶ୍ୱ ଡ଼ାକ ସେବା ଦିବସ’ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା ।

ଭାରତୀୟ ଡାକ ସେବାକୁ ନେଇ ତୁହଳପୂର୍ଣ୍ଣ ତଥ୍ୟ

  • ଭାରତରେ ପ୍ରଥମେ ଶେରଶାହା ସୁରୀ ବଙ୍ଗଳା ଓ ସିନ୍ଧ ଘୋଡା ମାଧ୍ୟମରେ ଡାକ ସେବା ଆରମ୍ଭ ହୋଇଥିଲା ।
  • ୧୭୬୬  ମସିହାରେ ରୋବର୍ଟ କ୍ଲିଭ ଏକ ନିୟମିତ ଡାକ ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ ।
  • ଡାକ ସେବାରେ କଳା ସ୍ଥାପତ୍ୟରେ ଭରପୂର ୩୮ଟି ଐତିହ୍ୟ କୋଠା ରହିଛି, ଯେଉଁଥିରେ କୋଲକାତା ଓ ମୁମ୍ବାଇରେ ଜିପିଓ ସାମିଲ।
  • ଡାକ ବିଭାଗର ସମସ୍ତ ସଞ୍ଚୟ ଯୋଜନା ଅଧୀନରେ ଆନୁମାନିକ ବକେୟା ରାଶି ୬ କୋଟିରୁ ଅଧିକ, ଯେଉଁଥିରେ ଆକାଉଣ୍ଟଧାରୀଙ୍କ ଆନୁମାନିକ ସଂଖ୍ୟା ୩୩.୦୩ କୋଟିରୁ ଅଧିକ ଅଟେ ।
  • ପରିବର୍ତ୍ତିତ ସମୟରେ ଡାକ ପ୍ରଣାଳୀରେ ନୂତନ ଟେକ୍ନୋଲୋଜି ଯୋଡା ଯାଇଛି । ଯାହା ଫଳରେ ଡାକ ବିଭାଗ ମେଲର ଭ୍ୟାନରେ ଜିପିଏସ୍ ଡିଭାଇସ୍ ଲଗାଇଛି ଯାହା ସାମଗ୍ରୀର ନିରାପଦ ଓ ଠିକ୍ ସମୟରେ ବିତରଣକୁ ନିଶ୍ଚିତ କରିଥାଏ ।