WTC Final: ଭାରତ ବିପକ୍ଷରେ ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କିଏ IN ଓ କିଏ OUT
Advertisement
Article Detail0/zeeodisha/odisha920836

WTC Final: ଭାରତ ବିପକ୍ଷରେ ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କିଏ IN ଓ କିଏ OUT

WTC Final: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ୧୮ ଜୁନରୁ ସାଉଥମ୍ପଟନରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏହି ମ୍ୟାଚ୍ ପାଇଁ ନ୍ୟୁଜିଲ୍ୟାଣ୍ଡ ନିଜର ୧୫ ଜଣିଆ ଟିମ୍ ଘୋଷଣା କରିଛି ।

 

 WTC Final: ଭାରତ ବିପକ୍ଷରେ ଟିମ୍ ଘୋଷଣା କଲା ନ୍ୟୁଜିଲାଣ୍ଡ, ଜାଣନ୍ତୁ କିଏ IN ଓ କିଏ OUT

ନୂଆଦିଲ୍ଲୀ: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (WTC Final) ଆରମ୍ଭ ହେବାକୁ ଆଉ ମାତ୍ର ତିନି ଦିନ ବାକି ଅଛି । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ୧୮ ଜୁନରୁ ସାଉଥମ୍ପଟନରେ (Southampton) ଖେଳାଯିବ । ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ (New Zealand) ଏହି ମ୍ୟାଚ୍ ପାଇଁ ନିଜର ୧୫ ଜଣିଆ ଟିମ୍ ଘୋଷଣା କରିଛି । ଇଂଲଣ୍ଡ ବିପକ୍ଷରେ ଖେଳିବା ପାଇଁ ଗସ୍ତ କରିଥିବା ମୂଳ ୨୦ ଜଣିଆ ଦଳରୁ ନ୍ୟୁଜିଲ୍ୟାଣ୍ଡ ପାଞ୍ଚ ଜଣ ଖେଳାଳିଙ୍କୁ ବାଦ ଦେଇଛି । ଏହି ପାଞ୍ଚ ଖେଳାଳି ହେଉଛନ୍ତି - ଡଗ୍ ବ୍ରେସୱେଲ, ଜ୍ୟାକବ ଡଫି, ଡାରିଲ ମିଚେଲ, ରାଚିନ୍ ରବିନ୍ଦ୍ର ଓ ମିଚେଲ ସାଣ୍ଟନର୍ ।

ଏହି ଦଳରେ ସେପରି କୌଣସି ଆଶ୍ଚର୍ଯ୍ୟଜନକ ନାମ ନାହିଁ । କଲିନ୍ ଡି ଗ୍ରାଣ୍ଡହୋମ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ଅଲରାଉଣ୍ଡର ଭାବରେ ଫିଟ୍ । ବିଲ ୟଙ୍ଗଙ୍କୁ ବ୍ୟାଟିଂ କଭର ଭାବରେ ଦଳରେ ସାମିଲ କରାଯାଇଛି । ବିଜେ ୱାଟଲିଙ୍ଗଙ୍କ ଆଘାତ ଯୋଗୁଁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟମ ବ୍ଲଡେଲଙ୍କୁ ତାଙ୍କ ସ୍ଥାନରେ ସାମିଲ କରାଯାଇଥିଲା । ସେହିଭଳି ଏହି ଦଳରେ ତାଙ୍କର ଏକ ବ୍ୟାକଅପ୍ ଅଛି ।

ବିଶେଷଜ୍ଞ ସ୍ପିନର ଭାବରେ ମିଚେଲ ସାଣ୍ଟନର୍ଙ୍କ ଅପେକ୍ଷା ନ୍ୟୁଜିଲ୍ୟାଣ୍ଡ (New Zealand) ଏଜାଜ ପଟେଲଙ୍କୁ ପସନ୍ଦ କରିଛି । ଇଂଲଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚରେ ପଟେଲ ଚାରିଟି ୱିକେଟ୍ ନେଇଥିଲେ । ନ୍ୟୁଜିଲ୍ୟାଣ୍ଡର କୋଚ ଗ୍ୟାରୀ ଷ୍ଟିଡ କହିଛନ୍ତି ଯେ ଯେଉଁମାନେ ଦଳକୁ ବହୁତ କିଛି ଦେଇଛନ୍ତି ସେମାନଙ୍କୁ ବିଦାୟ ଦେବା ସହଜ ନୁହେଁ ।

ଅଧିକ ପଢ଼ନ୍ତୁ: କୋରାନା ହୋଇସାରିଥିବା ଲୋକଙ୍କୁ କେବଳ ଭ୍ୟାକ୍ସିନର ଗୋଟିଏ ଡୋଜ ଯଥେଷ୍ଟ!

ଭାରତ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ନ୍ୟୁଜିଲ୍ୟାଣ୍ଡ ଦଳ:
କେନ୍ ୱିଲିୟମ୍ସନ୍ (କ୍ୟାପଟେନ୍), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡିଭନ୍ କନୱେ, କଲିନ୍ ଡି ଗ୍ରାଣ୍ଡହୋମେ, ମ୍ୟାଟ ହେନେରୀ, କାଇଲ ଜେମସନ, ଟମ ଲାଥାମ, ହେନେରୀ ନିକୋଲ୍ସ, ଏଜାଜ ପଟେଲ, ଟିମ ସାଉଦି, ରସ ଟେଲର, ନିଲ ୱାଗନର୍, ବିଜ ୱାଟଲିଂ, ୱିଲ ୟଙ୍ଗ ।

ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଭାରତ ଦଳ:
ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ଋଷଭ ପନ୍ତ (WC), ଆର ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ଜସପ୍ରୀତ ବୁମ୍ରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ, କେ.ଏଲ୍ ରାହୁଲ, ରିଦ୍ଧିମାନ ସାହା ।

ଅଧିକ ପଢ଼ନ୍ତୁ: ନିଜ ବାୟୋପିକ୍ ପାଇଁ ସୁଶାନ୍ତଙ୍କଠାରୁ ୨୨ ଗୁଣ ଅଧିକ ଟଙ୍କା ନେଇଥିଲେ ଧୋନି, ଜାଣିଲେ ଚକିତ ହେବେ

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (world test championship) ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ୧୨ ଟି ଟେଷ୍ଟ ମ୍ୟାଚ ଜିତିଛି ଓ ୪ ଟି ଟେଷ୍ଟ ମ୍ୟାଚ ହାରିଛି ଓ ଗୋଟିଏ ମ୍ୟାଚ୍ ଡ୍ର ହୋଇଛି । ଭାରତର ୫୨୦ ପଏଣ୍ଟ ହାସଲ କରିଛି । ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ୭ ଟି ଟେଷ୍ଟ ମ୍ୟାଚ  ଜିତିଛି ୪ ଟି ଟେଷ୍ଟ  ମ୍ୟାଚ ହାରିଛି । ନ୍ୟୁଜିଲ୍ୟାଣ୍ଡର ପଏଣ୍ଟ ୪୨୦ ପଏଣ୍ଟ ହାସଲ କରିଛି । WTC ଫାଇନାଲ ଟେଷ୍ଟ ମ୍ୟାଚ ପାଇଁ ରିଜର୍ଭ ଡେ ଭାବରେ ଆଇସିସି ୨୩ ଜୁନକୁ ପୃଥକ କରିଛି । ଯଦି ଫାଇନାଲ୍ ମ୍ୟାଚ୍ ଡ୍ର କିମ୍ବା ଟାଇ ହେବ, ତେବେ ଉଭୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (India vs New Zealand) ମିଳିତ ଭାବେ ବିଜେତା ଘୋଷିତ ହେବେ ।