ନିଜ ବାୟୋପିକ୍ ପାଇଁ ସୁଶାନ୍ତଙ୍କଠାରୁ ୨୨ ଗୁଣ ଅଧିକ ଟଙ୍କା ନେଇଥିଲେ ଧୋନି, ଜାଣିଲେ ଚକିତ ହେବେ
Advertisement

ନିଜ ବାୟୋପିକ୍ ପାଇଁ ସୁଶାନ୍ତଙ୍କଠାରୁ ୨୨ ଗୁଣ ଅଧିକ ଟଙ୍କା ନେଇଥିଲେ ଧୋନି, ଜାଣିଲେ ଚକିତ ହେବେ

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ' ୨୦୧୬ ମସିହାରେ ରିଲିଜ କରିଥିଲା । ଧୋନି ନିଜ ବାୟୋପିକ୍ ପାଇଁ ପ୍ରଚୁର ପରିମାଣ ଅର୍ଥ ଅର୍ଜନ କରିଥିଲେ ।

 

(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ଜୀବନୀ ଉପରେ ଆଧାରିତ ଫିଲ୍ମ 'ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ' ୨୦୧୬ ରେ ରିଲିଜ ହୋଇଥିଲା । ଧୋନିଙ୍କ ଚରିତ୍ରକୁ ଏହି ଫିଲ୍ମରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ଅଭିନୟ କରିଥିଲେ । ଧୋନି ନିଜ ବାୟୋପିକ୍ ପାଇଁ ପ୍ରଚୁର ପରିମାଣରେ ଅର୍ଥ ଅର୍ଜନ କରିଥିଲେ ।

ଧୋନିଙ୍କୁ କୋଟି କୋଟି ଟଙ୍କା ମିଳିଥିଲା
ଫିଲ୍ମ 'ଏମ୍ଏସ୍ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ' ପାଇଁ ମାହି (MS Dhoni) ବିପୁଳ ପରିମାଣର ଟଙ୍କା ନେଇଥିଲେ । ଏକ ସୂତ୍ର ଅନୁଯାୟୀ ଧୋନି ଏହି ଫିଲ୍ମ ପାଇଁ ମୋଟ ୪୫ କୋଟି ଟଙ୍କା ନେଇଥିଲେ । ଦି କ୍ୱିଣ୍ଟ ସହ କଥାବାର୍ତ୍ତା ବେଳେ ଏକ ସୂତ୍ରରୁ ପ୍ରକାଶ ଯେ ଧୋନି ନିଜ ବାୟୋପିକ ପାଇଁ ୪୫ କୋଟି ଟଙ୍କା ପାଇଛନ୍ତି ।

ଧୋନିଙ୍କ ରୋଜଗାର ସୁଶାନ୍ତଙ୍କଠାରୁ ପ୍ରାୟ ୨୨ ଗୁଣ ଅଧିକ
ସେ କହିଛନ୍ତି, 'ଧୋନିଙ୍କୁ (MS Dhoni) ତାଙ୍କ ଜୀବନକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ଅଧିକାର ଓ ବ୍ୟକ୍ତିଗତ ସୂଚନା, ଦଲିଲ ଏବଂ ଫଟୋଗ୍ରାଫର ପ୍ରବେଶ ସହିତ ଫିଲ୍ମର ମାର୍କେଟିଂ ଓ ପ୍ରମୋସନ ପାଇଁ ଧୋନିଙ୍କ ଉପଲବ୍ଧତା ପାଇଁ ୪୫ କୋଟି ଟଙ୍କା ଦିଆଯାଇଥିଲା । ଅପରପକ୍ଷେ ଧୋନି ଭୂମିକାରେ ଅଭିନୟ କରିବାକୁ ସୁଶାନ୍ତ ସିଂ ରାଜପୁତଙ୍କୁ ୨ କୋଟି ଟଙ୍କା (Sushant Singh Rajput) ପ୍ରଦାନ କରାଯାଇଥିଲା । ବାସ୍ତବରେ ଧୋନିଙ୍କ ବ୍ୟବସାୟ ପରିଚାଳକ ଅରୁଣ ପାଣ୍ଡେ, ଯିଏ ଏହି ଫିଲ୍ମର ସହ-ନିର୍ମାତା ମଧ୍ୟ ସୁଶାନ୍ତଙ୍କଠାରୁ ଅଧିକ ଟଙ୍କା ପାଇଥିଲେ । ପାଣ୍ଡେଙ୍କୁ ୫ କୋଟି ଟଙ୍କା ମିଳିଥିଲା ।

ଅଧିକ ପଢ଼ନ୍ତୁ: WTC ଫାଇନାଲର ବିଜେତାକୁ ମିଳିବ ଏତିକି ପୁରସ୍କାର ରାଶି, ଜାଣି ଚକିତ ହେବେ ଆପଣ!

ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ଫିଲ୍ମ
ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତ (Sushant Singh Rajput), କିଆରା ଆଡଭାନୀ ଓ ଦିଶା ପଟାନୀଙ୍କ ଅଭିନୀତ 'ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ' ବଲିଉଡର ଅନ୍ୟତମ ସଫଳ ବାୟୋପିକ୍ ଅଟେ । ନୀରଜ ପାଣ୍ଡେଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମଟି ଏମଏସ ଧୋନିଙ୍କୁ (MS Dhoni) ଏକ ଛୋଟ ପିଲା ସମୟରୁ ତାଙ୍କର କ୍ରିକେଟ୍ ପ୍ରତି ଭଲପାଇବା, ରେଳ ଷ୍ଟେସନରେ ଟିକେଟ୍ କଲେକ୍ଟର ଭାବରେ କାର୍ଯ୍ୟ କରିବା ଓ ତାଙ୍କ ବ୍ୟକ୍ତିଗତ ଜୀବନ ଓ କ୍ୟାରିୟରର ଉତ୍ଥାନ ଓ ପତ୍ତନ ବିଷୟରେ ଦର୍ଶାଇଥାଏ ।