କୃଷକ ଆନ୍ଦୋଳନ ଓ MSP କୁ ନେଇ ବଡ଼ ବୟାନ ଦେଲେ ବାବା ରାମଦେବ
Advertisement

କୃଷକ ଆନ୍ଦୋଳନ ଓ MSP କୁ ନେଇ ବଡ଼ ବୟାନ ଦେଲେ ବାବା ରାମଦେବ

ସ୍ୱାମୀ ରାମଦେବ କହିଛନ୍ତି ଯେ, ଅନ୍ନଦାତାଙ୍କ ମଧ୍ୟ କୌଣସି କ୍ଷତି ହେବା ଉଚିତ ନୁହେଁ । ସରକାର ଯାହା ଚାଷୀଙ୍କ ପାଇଁ ଭଲ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ହେବା ଉଚିତ ।

କୃଷକ ଆନ୍ଦୋଳନ ଓ MSP କୁ ନେଇ ବଡ଼ ବୟାନ ଦେଲେ ବାବା ରାମଦେବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସାହାରନପୁରରେ ପହଞ୍ଚିଥିବା ଯୋଗଗୁରୁ ବାବା ରାମଦେବ (Baba Ramdev) ଚାଷୀ ଆନ୍ଦୋଳନ  (Farmers Protest) ଉପରେ ଏକ ବଡ଼ ବୟାନ ଦେଇଛନ୍ତି । ରାମଦେବ କହିଛନ୍ତି ଯେ କିଛି କଥା ଚାଷୀ ଓ କିଛି କଥା ସରକାରଙ୍କୁ ମାନି ନେବା ଉଚିତ ଏବଂ ଏହି ଆନ୍ଦୋଳନ ଶୀଘ୍ର ଶେଷ କରିବା ଆବଶ୍ୟକ । ଗୁରୁବାର ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ ପତଞ୍ଜଳି (Patanjali) ଦୋକାନର ଉଦଘାଟନ କରିବାକୁ ଆସିଥିବା ଯୋଗଗୁରୁ ବାବା ରାମଦେବ ଗଣମାଧ୍ୟମକୁ କହିଛନ୍ତି ଯେ, କୃଷକ ଆନ୍ଦୋଳନକୁ ଅଧିକ ସମୟ ଟାଣିର ଆବଶ୍ୟକତା ନାହିଁ । କୃଷକ ଓ ସରକାରଙ୍କ ମଧ୍ୟରେ ମଝି ରାସ୍ତା ବାହାର କରିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-ଜେଡିୟୁକୁ ଲାଗିଲା ବଡ଼ ଝଟକା, ଦଳ ଛାଡ଼ି ବିଜେପିରେ ସାମିଲ ହେଲେ ୬ ବିଧାୟକ

ସ୍ୱାମୀ ରାମଦେବ କହିଛନ୍ତି ଯେ, ଅନ୍ନଦାତାଙ୍କ ମଧ୍ୟ କୌଣସି କ୍ଷତି ହେବା ଉଚିତ ନୁହେଁ । ସରକାର ଯାହା ଚାଷୀଙ୍କ ପାଇଁ ଭଲ କରିବାକୁ ଚାହୁଁଛନ୍ତି ତାହା ମଧ୍ୟ ହେବା ଉଚିତ । ଆଲୋଚନା ମାଧ୍ୟମରେ ଏକ ମଧ୍ୟମ ଉପାୟ ଖୋଜି ଏହି ସମସ୍ୟାର ସମାଧାନ ଖୋଜିବା ଉଚିତ । ଆଗାମୀ ଦିନରେ ଚାଷୀଙ୍କୁ ଅନ୍ୟ ଫସଲ ପାଇଁ ପ୍ରସ୍ତୁତ କରିବାକୁ ପଡିବ । ଏହି ଆନ୍ଦୋଳନ ଯୋଗୁଁ କୃଷକମାନେ ଫସଲ ପାଇଁ ପ୍ରସ୍ତୁତ କରିବାରେ ଅସୁବିଧାର ସମ୍ମୁଖୀନ ହେବେ । ସରକାର କୃଷକଙ୍କ ସ୍ୱାର୍ଥରେ କାମ କରିବାକୁ ଚାହୁଁଛନ୍ତି ଏବଂ ସରକାର ଭଲ ପଦକ୍ଷେପ ନେବେ ବୋଲି ସେ ଆଶା କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ଅଶୋକ ଗେହଲଟ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଓ କୃଷକଙ୍କ ମଧ୍ୟରେ ଏହି ତିକ୍ତତା ଯୋଗୁଁ କୌଣସି ନା କୌଣସି ଭାବେ ଦେଶର ମଧ୍ୟ କ୍ଷତି ହେଉଛି । ଆଶାକରେ, ଡେଡଲକ୍ ଶୀଘ୍ର ଶେଷ ହେବ ଏବଂ ଏକ ସମାଧାନ ମିଳିବ । ସରକାର କେବଳ ଚାଷୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି । ସରକାର ଏମଏସପି (MSP) ରଦ୍ଦ କରିବା କଥା କେବେ କହି ନାହାଁନ୍ତି ।

ସ୍ୱାମୀ ରାମଦେବ ଗୁରୁବାର ସାହାରନପୁରର ପତଞ୍ଜଳି ମେଗା କେନ୍ଦ୍ର ଏବଂ ପତଞ୍ଜଳି ପୋଷାକ କେନ୍ଦ୍ରର ଉଦଘାଟନ ପାଇଁ ପହଞ୍ଚିଥିଲେ । ଯେଉଁଠାରେ ସେ ମିଡିଆକୁ ଚାଷୀଙ୍କ ସହ ଜଡିତ ପ୍ରଶ୍ନର ଉତ୍ତର ଦେଇଥିଲେ ।