ବକ୍ରି ଇଦକୁ ନେଇ ସଜାଗ ଯୋଗୀ ସରକାର, ସାମ୍ପ୍ରଦାୟିକ ଉତ୍ତେଜନା ପ୍ରସାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
Advertisement
Article Detail0/zeeodisha/odisha716556

ବକ୍ରି ଇଦକୁ ନେଇ ସଜାଗ ଯୋଗୀ ସରକାର, ସାମ୍ପ୍ରଦାୟିକ ଉତ୍ତେଜନା ପ୍ରସାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବକ୍ରି ଇଦକୁ ନେଇ ସଜାଗ ହୋଇ ଉଠିଛନ୍ତି ଉତ୍ତର ପ୍ରଦଶରେ କ୍ଷମତାସୀନ ଯୋଗୀ ସରକାର । 

ବକ୍ରି ଇଦକୁ ନେଇ ସଜାଗ ଯୋଗୀ ସରକାର, ସାମ୍ପ୍ରଦାୟିକ ଉତ୍ତେଜନା ପ୍ରସାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ଦେଶରେ କୋରୋନା ସଂକଟ ଜାରି ରହିଥିବା ବେଳେ ଦିନକୁ ଦିନ ବଢିଚାଲିଛି କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା। ଆଗକୁ ପାର୍ବଣର ସମୟ ଆସୁଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ କୋଭିଡ୧୯ ବିପଦ । ଆଗକୁ ଆସିବାକୁ ରହିବଥିବା ପର୍ବ ମଧ୍ୟରେ ରହିଛି ମୁସଲମାନ ସମ୍ପ୍ରଦାୟର ବକ୍ରି ଇଦ। ପ୍ରତିବର୍ଷ ଏହି ପର୍ବରେ ଧାର୍ମିକ ମୌଳିବାଦୀଙ୍କ କାରଣରୁ ସାମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିବାକୁ ଚେଷ୍ଟା କରାଯାଏ। ଉତ୍ତର ପ୍ରଦେଶରେ ଏହାର ମୁକାବିଲା କରିବା ଲାଗି ରାଜ୍ୟରେ କ୍ଷମତୀସନ ଥିବା  ଯୋଗୀ ଆଦିତ୍ୟନାଥଙ୍କ ସରକାର ଆକ୍ସନ ମୁଡରେ ରହିଛନ୍ତି ।

କରୋନା ସଙ୍କଟ ଏବଂ ଶ୍ରାବଣ ମାସକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ଛେଳି ଏବଂ ପଶୁଙ୍କ ବଳିଦାନ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କରୋନା ସଂକ୍ରମଣ ଭୟରେ ସରକାର ସମସ୍ତ ଧାର୍ମିକ ସ୍ଥାନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ, କୌଣସି ଧର୍ମାନୁଷ୍ଠାର ଜନ ସମାବେଶ କରାଯାଇ ପାରିବ ନାହିଁ ।

ଗୋ ବଂଶକୁ କ୍ଷତି ପହଞ୍ଚାଇଲେ ହେବ ଜେଲ 

ପୋଲିସ ପକ୍ଷରୁ କୁହାଯାଇଛି ଯଦି କେହି ବକ୍ରି ଇଦ ଅବସରରେ ଗୋବଂଶକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରନ୍ତି, ତାହେଲେ ଏ ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୟୁପି ପୋଲିସ ଡିଜିଙ୍କ ପକ୍ଷରୁ ଦିଆଯାଇଥିବା ଚିଠିରେ ସାମ୍ପ୍ରଦାୟିକ ଭାବନା ଉପରେ ଦୃଷ୍ଟି ଦେବାକୁ ଜଣାଇ ଦିଆଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଦିଆଯାଇଥିବା ସମସ୍ତ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଉଦ୍ଦେଶ୍ୟରେ କୁହାଯାଇଛି, ଗାଇଗୋରୁ ବଳି ଦେବାକୁ ନେଇ ରାଜ୍ୟରେ ଅନେକ ଥର ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । 

ଏହାକୁ ନଜରରେ ରଖି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ଅଗଷ୍ଟ ୧ତାରିଖରେ ବକ୍ରି ଇଦ ପାଳନ ହେବାକୁ ଯାଉଛି। ସମ୍ବେଦନଶୀଳ ସ୍ଥାନ ଉପରେ ନଜର ରଖିବା ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବା ବୋଲି ଚିଠିରେ ଲେଖାଯାଇଛି। ଗା ବଧ ଏବଂ ଏହାର ପରିବହନ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ଦେଇଛି ଉତ୍ତର ପ୍ରଦେଶ ପ୍ରଶାସନ ।