ଡିଜିଟାଲ ଦୁନିଆରେ ଇତିହାସ ରଚିଲା ZEE
Advertisement

ଡିଜିଟାଲ ଦୁନିଆରେ ଇତିହାସ ରଚିଲା ZEE

ଜି ଡିଜିଟାଲ୍ (Zee Digital) ବ୍ୟାନର ତଳେ ୩୧ଟି ୱେବସାଇଟ୍, ୨୦ଟି ବ୍ରାଣ୍ଡ ଏବଂ ୧୨ଟି ଭାଷା ଅଛି । ଗତ ଦୁଇ ବର୍ଷ ବିଷୟରେ କହିବାକୁ ଗଲେ, କମ୍ପାନୀ ମାସିକ ସକ୍ରିୟ ଉପଭୋକ୍ତା ଆଧାରରେ ୪ ଗୁଣ ଅଭିବୃଦ୍ଧି ହାସଲ କରିଛି ।

ଡିଜିଟାଲ ଦୁନିଆରେ ଇତିହାସ ରଚିଲା ZEE

ନୂଆଦିଲ୍ଲୀ: ଜି ଗ୍ରୁପ (Zee Group) ର ଡିଜିଟାଲ ୟୁନିଟ ଜି ଡିଜିଟାଲ (Zee Digital) ଡିଜିଟାଲ ଦୁନିଆରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରି ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି । ଚଳିତ ବର୍ଷ ଏପ୍ରିଲରେ କମ୍ପାନୀର ମାସିକ ସକ୍ରିୟ ଉପଭୋକ୍ତା (MAUs) ର ସଂଖ୍ୟା ୩୦୦୦ ମିଲିୟନ ଅତିକ୍ରମ କରିଛି । ଯାହା କୌଣସି କମ୍ପାନୀ ପାଇଁ ଏକ ବଡ ଅଭିବୃଦ୍ଧି । ଜି ଡିଜିଟାଲ୍ (Zee Digital) ବ୍ୟାନର ତଳେ ୩୧ଟି ୱେବସାଇଟ୍, ୨୦ଟି ବ୍ରାଣ୍ଡ ଏବଂ ୧୨ଟି ଭାଷା ଅଛି । ଗତ ଦୁଇ ବର୍ଷ ବିଷୟରେ କହିବାକୁ ଗଲେ, କମ୍ପାନୀ ମାସିକ ସକ୍ରିୟ ଉପଭୋକ୍ତା ଆଧାରରେ ୪ ଗୁଣ ଅଭିବୃଦ୍ଧି ହାସଲ କରିଛି ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ରେଲୱେ ବାତିଲ କଲା ଆହୁରି ଆନେକ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

୨୦୧୯ ବିଷୟରେ ଜି ଡିଜିଟାଲ (Zee Digital) ର ମାସିକ ୟୁଜର୍ସ ମାତ୍ର ୭୫ ମିଲିୟନ ଥିଲେ, ଯାହା ଜି ଗ୍ରୁପ୍ ସିଇଓ (Digital Publishing) ରୋହିତ ଚାଡ୍ଡାଙ୍କ ନେତୃତ୍ୱରେ ଜି ଡିଜିଟାଲ୍ ଏପ୍ରିଲ୍ ୨୦୨୧ ସୁଦ୍ଧା ୩୧୦ ମିଲିୟନରୁ ଅଧିକ MAU ରେ ପହଞ୍ଚିଛିପାରିଛି ।

ଅନ୍ୟପକ୍ଷରେ ଜି ଡିଜିଟାଲର ଫ୍ଲାଗସିପ୍ ବ୍ରାଣ୍ଡର ଅଭିବୃଦ୍ଧି ବିଷୟରେ କହିବାବେଳେ ଇଣ୍ଡିଆ ଡଟ୍ କମ୍ (India.com) ୧୧ ଥର, ଜି ନ୍ୟୁଜ୍ (Zee News) ୩.୪ ଗୁଣ, ଡିଏନ୍ଏ (DNA) ୪.୩ ଗୁଣ, ବଲିଉଡ୍ ଲାଇଫ୍ ଡଟ୍ କମ୍ (BollywoodLife.com) ୫.୨ ଗୁଣ ଏବଂ WION ୭.୮  ଗୁଣ ଅଭିବୃଦ୍ଧି ହାସଲ କରିଛି ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ଏହି ଅଭିବୃଦ୍ଧି ଉପରେ ଜି ଡିଜିଟାଲ୍ର ସିଇଓ ରୋହିତ ଚଡ୍ଡା (Rohit Chadda, CEO of Zee Digita) କହିଛନ୍ତି ଯେ, ସେ ଗତ ଦୁଇ ବର୍ଷ ମଧ୍ୟରେ ଭାରତରେ 450+ ମିଲିୟନ ନ୍ୟୁଜ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ଦର୍ଶକଙ୍କୁ ନିଜ ସହ ଜଡ଼ିବାକୁ ଚେଷ୍ଟା କରିଛନ୍ତି, ଯାହା ଦ୍ୱାରା ଆଜି ଏହା ସମ୍ଭବ ହୋଇପାରିଛି । ଡିଜିଟାଲ୍ ବିଷୟବସ୍ତୁର ଭବିଷ୍ୟତ ବିଷୟରେ ରୋହିତ ଚଡ୍ଢା କହିଛନ୍ତି ଯେ, ଏହା 3Vs ଅର୍ଥାତ ଭିଡିଓ, ଭର୍ନାକୁଲାର (ଭାଷାଭିତ୍ତିକ) ଏବଂ ଭଏସ୍ ଏବଂ ଏହି ୩ଟି ବିଷୟ ଉପରେ ଆମର ଧ୍ୟାନ ରହିଛି ।

ଅଧିକ ଦେଖାଯାଇଛି ଭିଡିଓ

ରୋହିତ ଚଡ୍ଡା କହିଛନ୍ତି ଯେ, ପ୍ରୋଡକ୍ଟରେ ଭିଡିଓକୁ ପସନ୍ଦ ଓ ମଜଭୁତ ଇନଫ୍ରାରୁ ଭିଡିଓ ଭ୍ୟୁଜରେ ଚତ୍ମକାର ଅଭିବୃଦ୍ଧି ଦେଖିବାକୁ ମିଳିଛି । ୨୦୧୯ରେ କମ୍ପାନୀର ୨୦୦ ମିଲିୟନ୍ ଭିଡିଓ ଭ୍ୟୁଜ୍ ଥିଲା, ଯାହା ଆର୍ଥିକ ବର୍ଷ ୨୦୨୧ରେ ୨.୫ ବିଲିୟନରୁ ଅଧିକ ହୋଇପାରିଛି । ସେ କହିଛନ୍ତି ଯେ, 2020 ମସିହାରେ ଲକଡାଉନ୍ ସମୟରେ ଜି ନ୍ୟୁଜ୍ ପାଇଁ OTT ଆପ୍ ଲଞ୍ଚ କରାଯାଇଥିଲା । ଡିଜିଟାଲ ପ୍ଲାଟଫର୍ମରେ ୮ଟି ବ୍ରଡକାଷ୍ଟ ବ୍ରାଣ୍ଡ ଲଞ୍ଚ କରାଯାଇଛି । ଏହା ବ୍ୟତୀତ ତିନୋଟି ଆଞ୍ଚଳିକ ଭାଷା, ଓଡିଆ, ପଞ୍ଜାବୀ ଏବଂ ଉର୍ଦ୍ଦୁରେ ପ୍ରୋଡକ୍ଟ ମଧ୍ୟ ଲଞ୍ଚ କରାଯାଇଛି । ମୋଟ ଉପରେ ଉଭୟ ଭର୍ନାକୁଲାର ଏବଂ ଭିଡିଓ ବଡ଼ ଅଭିବୃଦ୍ଧି ହାସଲ କରିଛି । ଆଉ ଆଗାମୀ ସମୟରେ ମଧ୍ୟ ତାଙ୍କର ଫୋକସ୍ ଏହି ପ୍ରୋଡକ୍ଟସ୍ ଉପରେ ରହିବ ।

ଗତ ଦୁଇ ବର୍ଷରେ ଡିଜିଟାଲ ଲଞ୍ଚ ଉପରେ ଦିଆଯାଇଛି ଧ୍ୟାନ 

ଗତ ଦୁଇ ବର୍ଷ ମଧ୍ୟରେ ଜି ଡିଜିଟାଲ୍ ବହୁ ଡିଜିଟାଲ ପ୍ଲାଟଫର୍ମ ଲଞ୍ଚ କରିଛି । କମ୍ପାନୀ ନିଜର ସମସ୍ତ ବ୍ରଡକାଷ୍ଟ ବ୍ରାଣ୍ଡ ଯେପରି  ZEE Hindustan,  ZEE Madhya Pradesh Chhattisgarh, ZEE Bihar Jharkhand, ZEE Rajasthan, ZEE Uttar Pradesh Uttarakhand, ZEE Odisha, ZEE Punjab Haryana Himachal ଏବଂ ZEE Salaam ଭଳି ଡିଜିଟାଲ ପ୍ଲାଟଫର୍ମ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ଦକ୍ଷିଣ ଭାରତ ଆଡକୁ ମୁହାଁଇଛି । ଜି ଡିଜିଟାଲ୍ ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ଏଣ୍ଟ୍ରି କରିସାରିଛି ।