୭୫୦୦ ଟଙ୍କିଆ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି ଏହି ଦେଶ; ହେଲେ ପୂରଣ ହୋଇପାରିବ ନାହିଁ...
Advertisement
Article Detail0/zeeodisha/odisha1146923

୭୫୦୦ ଟଙ୍କିଆ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି ଏହି ଦେଶ; ହେଲେ ପୂରଣ ହୋଇପାରିବ ନାହିଁ...

ଦେଶରେ କେବେ ୭୫୦୦ ଟଙ୍କିଆ ନୋଟ୍ ଜାରି କରାଯିବ ସେ ନେଇ କୌଣସି ସ୍ପଷ୍ଟ ତାରିଖ ଘୋଷଣା କରିନାହାଁନ୍ତି ସରକାର। 

୭୫୦୦ ଟଙ୍କିଆ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି ଏହି ଦେଶ; ହେଲେ ପୂରଣ ହୋଇପାରିବ ନାହିଁ...

ହରାରେ: ଭାରତ ଭଳି ୨୦୦୦ ଟଙ୍କିଆ ନୁହେଁ ୭୫୦୦ ଟଙ୍କିଆ ନୋଟ୍ ଆଣିବାକୁ ପ୍ରସ୍ତୁତ ହେଉଛି ଆଫ୍ରିକୀୟ ଦେଶ ଜିମ୍ବାୱେ। ସେଠାକାର ସରକାର ଏଭଳି ଏକ ଉଚ୍ଚ ମୂଲ୍ୟ ବିଶିଷ୍ଟ ନୋଟ୍ ଜାରି କରିବାକୁ ଯାଉଛନ୍ତି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରକାର ଏପରି ପଦକ୍ଷେପ ନେଉଛନ୍ତି। ଦେଶରେ  ୧୦୦ ଡଲାର ଅର୍ଥାତ ପ୍ରାୟ ୭୫୦୦ ଟଙ୍କିଆ ନୂଆ ନୋଟ୍ ଜାରି କରାଯିବ ବୋଲି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଜିମ୍ବାୱେ ସରକାର। ଖବର ଅନୁଯାୟୀ ଏହି ନୋଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସର୍ବାଧିକ ମୂଲ୍ୟ ବିଶିଷ୍ଟ କାଗଜ ନୋଟ୍ ହେବ।

ମୁଦ୍ରାସ୍ଫୀତି ଭଳି ସମସ୍ୟାର ସାମ୍ନା କରୁଥିବା ଜିମ୍ବାୱେ ଭଳି ଦେଶରେ ଏଭଳି ବଡ ନୋଟ ଆସିବା ପରେ ମଧ୍ୟ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ। ସାଧାରଣତଃ ଲୋକେବଡ଼ ନୋଟ୍ ସହାୟତାର ଅଧିକ ଦାମୀ ଜିନିଷ କିଣିଥାନ୍ତି। ହେଲେ ସେଠାକାର ଲୋକଙ୍କ ପାଇଁ ଏହି ନୋଟ୍ ଅଧିକ ଲାଭଦାୟକ ହୋଇପାରିବ ନାହିଁ କାରଣ ସେମାନେ ଏହା ଦ୍ୱାରା  ଖାଇବା ପାଇଁ ଗୋଟିଏ ପ୍ୟାକେଟ ପାଉରୁଟି ମଧ୍ୟ କିଣି ପାରିବେ ନାହିଁ। ଏହି ୧୦୦ ଡଲାର ନୋଟ୍ ବଳରେ ସେମାନେ କେବଳ ପ୍ୟାକେଟ ପାଉରୁଟି ପାଇବାକୁ ସକ୍ଷମ ହେବେ।

ଦେଶରେ କେବେ ୭୫୦୦ ଟଙ୍କିଆ ନୋଟ୍ ଜାରି କରାଯିବ ସେ ନେଇ କୌଣସି ସ୍ପଷ୍ଟ ତାରିଖ ଘୋଷଣା କରିନାହାଁନ୍ତି ଜିମ୍ବାୱେ ସରକାର। ଏହି ୧୦୦ ଜିମ୍ବାୱେ ଡଲାର  ମୁଦ୍ରାର ମୂଲ୍ୟ ୦.୬୮ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୫୨ ଟଙ୍କା) ହେବ।  ଗତ ଫେବୃଆରୀ ମାସରେ ଏଠାରେ ମୁଦ୍ରାସ୍ଫୀତି ୬୬.୧ ପ୍ରତିଶତ ରହିଥିଲା। ଯାହା ମାର୍ଚ୍ଚ ଶେଷ ସୁଦ୍ଧା ୭୨.୭ ପ୍ରତିଶତକୁ ବୃଦ୍ଧି ପାଇଛି। ବର୍ତ୍ତମାନ ଏହା ଆହୁରି ଉଚ୍ଚକୁ ଯାଉଛି। 

Also Read: ଦେଶରେ କାହିଁକି ସୃଷ୍ଟି ହେଲା ଆର୍ଥିକ ସଂକଟ? କାରଣ କହିଲେ ଶ୍ରୀଲଙ୍କା ନାଗରିକ

ଗତ ୨୦୦୮ ବର୍ଷରେ ଆସିଥିବା ମୁଦ୍ରାସ୍ଫୀତି ଜିମ୍ବାୱେ ନାଗରିକଙ୍କୁ ଅନେକ ଅସୁବିଧାରେ ପକାଇଥିଲା। ସେହି ସମୟ ମଧ୍ୟରେ ମୂଲ୍ୟ ଏତେ ବଢିଗଲା ଯେ ସେଠାକାର ମୁଦ୍ରାର ମୂଲ୍ୟ ହ୍ରାସ ପାଇଲା ଏବଂ କେନ୍ଦ୍ରୀୟ ବ୍ୟାଙ୍କକୁ ୧୦୦ ଟ୍ରିଲିୟନ୍ ଡଲାର ନୋଟ୍ ଜାରି କରିବାକୁ ପଡ଼ିଥିଲା। ବର୍ତ୍ତମାନ ଲୋକେ ଏହି ଟଙ୍କାକୁ ଏକ ଶୌକ ଭାବେ ଜମା କରୁଛନ୍ତି।