ଦୁଇବର୍ଷ ପରେ ସାଧରଣତନ୍ତ୍ର ଦିବସରେ ସାମିଲ ହେବ ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କଣ ରହିଛି ଏଥର ଖାସ
Advertisement
Article Detail0/zeeodisha/odisha617392

ଦୁଇବର୍ଷ ପରେ ସାଧରଣତନ୍ତ୍ର ଦିବସରେ ସାମିଲ ହେବ ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କଣ ରହିଛି ଏଥର ଖାସ

ଦୁଇବର୍ଷ ପରେ ସାଧରଣତନ୍ତ୍ର ଦିବସରେ ସାମିଲ ହେବ ପ୍ରଜ୍ଞାପନ ମେଢ଼

 ଦୁଇବର୍ଷ ପରେ ସାଧରଣତନ୍ତ୍ର ଦିବସରେ ସାମିଲ ହେବ ପ୍ରଜ୍ଞାପନ ମେଢ଼, ଜାଣନ୍ତୁ କଣ ରହିଛି ଏଥର ଖାସ

ଗଗନ ବିଶ୍ୱାଳ, ଦିଲ୍ଲୀ: ଦିଲ୍ଲୀରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଦୁଇବର୍ଷ ପରେ ସାଧରଣତନ୍ତ୍ର ଦିବସରେ ସାମିଲ ହେବ ପ୍ରଜ୍ଞାପନ ମେଢ଼ । ଏନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ସାଧାରଣତନ୍ତ୍ର ଦିବସ ପରେଡରେ ଲିଙ୍ଗରାଜ ମନ୍ଦିର ସହ ଅଶୋକାଷ୍ଟମୀରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥକୁ ପ୍ରଦର୍ଶିତ କରାଯିବ । ଏ ନେଇ କାମ ମଧ୍ୟ ଆରମ୍ଭ ହୋଇଛି । ଜାନୁୟାରୀ ୨୦ ସୁଦ୍ଧା କାମ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ଗଜେନ୍ଦ୍ର । ଦିଲ୍ଲୀ ରାଜପଥରେ ସାରା ବିଶ୍ୱ ଓଡ଼ିଶାର ନିଖୁଣ ପଥର କାରୁକାର୍ଯ୍ୟ ସହ ରୁକୁଣା ରଥ ଦେଖିବାକୁ ପାଇବେ ।

ଏହି ମେଢ଼ ଉପ‌ରେ ୮ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବା ସହ ମେଢ଼ ତଳେ ଦୁଇ ପାର୍ଶ୍ୱରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ ।

fallback

ଚଳିତବର୍ଷ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି । ଏହି ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ୫ଟି ପର୍ଯ୍ୟାୟରେ ଚୟନ କମିଟି ଦ୍ୱାରା ଯାଞ୍ଚ ହେବା ପରେ ପ୍ରଥମେ ୨ଡି ଡିଜାଇନ୍ ଏବଂ ଥ୍ରୀଡି ମଡେଲ୍‌ ପ୍ରଦର୍ଶିତ ହେବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ୧୬ ଜଣିଆ କମିଟି ଏହି ମେଢ଼କୁ ଚୟନ କରିଥିଲେ ।

ପୂର୍ବରୁ ୨୦୦୯ରେ ଖଣ୍ଡଗିରି ଉଦୟଗିରି ଗୁମ୍ଫା, ୨୦୧୬ରେ ବୋଇତ ବନ୍ଦାଣ ଓ ୨୦୧୭ରେ ଦୋଳ ମେଳଣ ପରେ ପୁଣି ୪ର୍ଥ ଥର ପାଇଁ ଗଜେନ୍ଦ୍ର ସାହୁଙ୍କୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି ।

ପ୍ରଜ୍ଞାପନ ମେଢ଼ର ପରିକଳ୍ପନା ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ କରିଥିବାବେଳେ ଏହାକୁ ରୂପରେଖ ଦେଇଛନ୍ତି ଛତ୍ରପତି ବିଶ୍ୱାଳ ଏବଂ ତପନ ମହାରଣା । ସେଥିରେ ଯେଉଁ ଓଡ଼ିଶୀ ଗୀତ ସଂଯୋଜନା କରାଯାଇଛି ତାହାକୁ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଅଜୟ ଚୌଧୁରୀ ‌ନିର୍ଦ୍ଦେଶନା ଦେଇଥିବା ବେଳେ ଗଜେନ୍ଦ୍ର ପ୍ରସାଦ ସାହୁ କଣ୍ଠଦାନ କରିଛନ୍ତି ।

ଚଳିତବର୍ଷ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୬ଜଣ ଚିତ୍ରଶିଳ୍ପୀଙ୍କ ଠାରୁ ଆସିଥିବା ୧୫ଟି ଡିଜାଇନ୍ ପଠାଯାଇଥିଲା । ଏଥିରୁ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଡିଜାଇନ୍‌କୁ ଚୟନ କମିଟି ବାଛିଥିଲା।