ବିଡିଏ ନିୟମ, ଏଏସଆଇ ନିୟମର ଉଲ୍ଲଂଘନ!
Advertisement
Article Detail0/zeeodisha/odisha753977

ବିଡିଏ ନିୟମ, ଏଏସଆଇ ନିୟମର ଉଲ୍ଲଂଘନ!

ଐତିହ୍ୟ ସ୍ଥାନରେ ଥିବା ଦୋକାନ ଗୃହ, ଧର୍ମଶାଳା, ବଜାର ଆଦି ସାଇନ ବୋର୍ଡରେ କିପରି ଫଳକ ଲାଗିବ, ତାହାର ଆକାର ଓ ରଙ୍ଗ କ’ଣ ରହିବ, କେଉଁଭଳି ମ୍ୟାପ ରହିବ ଏସବୁକୁ ନେଇ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ:@BDA_BBSR

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଏଣିକି ଐତିହ ଜୋନ (Heritage Zone)ରେ ରହିବ ସମାନତା । ଆଉ ଭିନ୍ନ ଭିନ୍ନ ରଙ୍ଗ ବେରଙ୍ଗୀ ଓ ଆକୃତିର ସାଇନ ବୋର୍ଡ (Shine Board ) ଦିଶିବନି । ଐତିହାସିକ ଜିଲ୍ଲା (Historical District) ଭାବେ ଚିହ୍ନଟ ହୋଇଥିବା ରାଜଧାନୀର ୩ଟି ଐତିହାସିକ ସ୍ଥାନ (Historical Place) ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ-ବିଡିଏ (BDA-Bhubaneswar Development Authority) ନୂଆ ହେରିଟେଜ୍ ସାଇନେଜ୍ ମାର୍ଗଦର୍ଶିକା (Heritage Signage Guide) ଜାରି କରିଛନ୍ତି ।

ଐତିହ୍ୟ ସ୍ଥାନରେ ଥିବା ଦୋକାନ ଗୃହ, ଧର୍ମଶାଳା, ବଜାର ଆଦି ସାଇନ ବୋର୍ଡରେ କିପରି ଫଳକ (Signage) ଲାଗିବ, ତାହାର ଆକାର ଓ ରଙ୍ଗ କ’ଣ ରହିବ, କେଉଁଭଳି ମ୍ୟାପ ରହିବ ଏସବୁକୁ ନେଇ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ବିଡିଏ ଏନେଇ ଚିଠା ଗାଇଡଲାଇନ ଆଣିଥିଲା, ଏଥିରେ ନଗର ଉନ୍ନୟନ ବିଭାଗ (Urban Development) ମୋହର ମାରିଛି । ସରକାରଙ୍କ ଅନୁମୋଦନ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ବିଡିଏ । ଓଡିଶା ଉନ୍ନୟନ କର୍ତ୍ତୃପକ୍ଷ-ଓଡିଏ (ODA-Odisha Development Authority) ଆଇନ ଅନୁସାରେ ବିଡିଏ ତାହାର କମ୍ପ୍ରେହେନସିଭ୍ ଡେଭେଲପମେଣ୍ଟ ପ୍ଲାନ୍-ସିଡିପି (Comprehensive Development Plan) ମାଧ୍ୟମରେ ଐତିହ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମାର୍ଗଦର୍ଶିକାକୁ ତିନୋଟି ହେରିଟେଜ୍ ଜୋନ ଯଥା ଏକାମ୍ର (Ekamra) କ୍ଷେତ୍ର, ପୁରୁଣା ଭୁବନେଶ୍ୱର (Old Bhubaneswar), ଐତିହାସିକ କ୍ଷେତ୍ର - ଶିଶୁପାଳଗଡ (Sisupalgarh),  ସାଂସ୍କୃତିକ କ୍ଷେତ୍ର - ଧଉଳି (Dhauli) କୁ ନେଇ ଚିହ୍ନଟ ହୋଇଥିବା ଐତିହ ଜିଲ୍ଲାରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି ।

ମାର୍ଗଦର୍ଶକା ଅନୁଯାଇ ଏହି ୩ଟି ଐତିହ ସ୍ଥାନରେ ଥିବା କାନ୍ଥ, ପାଚେରୀ, ଦୋକାନ ଘର, ମାର୍କେଟ କମ୍ଲେକ୍ସ, କୀର୍ତ୍ତିରାଜିର ନାମ ଆଦିର ସାଇନବୋର୍ଡ ଗୁଡିକ ନିର୍ଦ୍ଧିଷ୍ଟ ରଙ୍ଗ, ଆକାର ଓ ଆକୃତିର ହେବ । ଏହାସହ ରାସ୍ତାଘାଟ ଓ ଛକରେ ପର୍ଯ୍ୟଟକଙ୍କ ପାଇଁ ଥିବା ସୂଚନା ଫଳକରେ ମଧ୍ୟ ଏହି ନିୟମ ଲାଗୁ ହେବ । ଉଭୟ ଓଡିଆ (Odia), ଇଂରାଜୀ (English) ଭାଷାରେ ଲେଖାହେବ । ସେହିପରି ଦୁଇ ପ୍ରକାରର ମ୍ୟାପ୍ ହେରିଟେଜ୍ ମ୍ୟାପ୍ (Heritage Map), ଗାଇଡ ମ୍ୟାପ୍ (Guide Map) ରହିବ । 

ହେରିଟେଜ୍ ମ୍ୟାପ ଗୁଡିକ କ୍ୟୁ ଆର୍ କୋଡ୍ (QR Code) ସହ ଲିଙ୍କ୍ ହେବ । ଯାହାଦ୍ୱାରା ସ୍କାନ କରି ପର୍ଯ୍ୟଟକ ମାନେ କିର୍ତ୍ତିରାଜୀ ଉପରେ ସମସ୍ତ ସୂଚନା ପାଇପାରିବେ । ଡିରେକସନାଲ ସାଇନେଜ୍ ରେ ପର୍ଯ୍ୟଟକ କେଉଁ ରାସ୍ତାରେ ଗଲେ ସହଜ ହେବ ଏବଂ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ତାହାର ବିବରଣୀ ରହିବ । ହେରିଟେଜ୍ ଜୋନର ମାନଚିତ୍ର ମଧ୍ୟ ନିର୍ଦ୍ଧାରିତ ଡିଜାଇନରେ ପ୍ରସ୍ତୁତ ହେବ । କେଉଁ ଦିଗରେ କେଉଁ ଐତିହ୍ୟ ରହିଛି, କେଉଁଠି ଗାଡି ପାର୍କିଂ, କେଉଁଠି ଶୌଚାଳୟ, କେଉଁଠି ମାର୍କେଟ କମ୍ଲେକ୍ସ ଏସବୁ ବାବଦରେ ସୂଚନା ଫଳକରେ ରହିବ । 

ସବୁଠି ନିର୍ଦ୍ଧିଷ୍ଟ ରଙ୍ଗ ଓ ଆକୃତିର ସାଇନବୋର୍ଡ ଓ ସୂଚନା ଫଳକ ଲାଗିବ ।  ଯାହା ଦ୍ୱାରା ଭୁବନେଶ୍ୱରରେ ଥିବା ଐତିହାସିକ କ୍ଷେତ୍ରରେ ସାଇନେଜ ମଧ୍ୟରେ ସମାନତା ଓ ସେଗୁଡିକର ଗୁଣବତ୍ତା ପ୍ରଦର୍ଶନ କରିବା ସହ ସୌନ୍ଦର୍ଯ୍ୟତା ନଷ୍ଟ ହେବ ନାହିଁ ବୋଲି ବିଡିଏ ହେରିଟେଜ୍ ସେଲ୍ ମୁଖ୍ୟ କହିଛନ୍ତି । ଏହି ୩ଟି ହେରିଟେଜ୍ ଜୋନରେ ସାଇନବୋର୍ଡ ଲଗାଇଲେ ଏଣିକି ବିଡିଏ ସର୍ତ୍ତାବଳୀ ମାନିବାକୁ ହେବ। 

ସେପଟେ ବିଡିଏର ଏହି ନିୟମକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ(ASI-Archaeological Survey of India) ଗାଇଡଲାଇନକୁ ଉଲ୍ଲଂଘନ କରୁଥିବା କହିଛନ୍ତି ଗବେଷକ ଅନିଲ୍ ଧିର । ତାଙ୍କ ମତରେ ଏଏସଆଇ ପକ୍ଷରୁ ସାରା ଦେଶରେ ଥିବା ସଂରକ୍ଷିତ ସ୍ମାରକୀ (Protected monument) ପାଇଁ ନିର୍ଦ୍ଧିଷ୍ଟ ଗାଇଡଲାଇନ ଜାରି କରିଥାଏ । ସେହି ଅନୁସାରେ ଉକ୍ତ ସାଇନେଜ ଗୁଡିକ ଲିପିବଦ୍ଧ ହୋଇଥାଏ । ଏହାସହ କେବଳ ବିଡିଏ ପକ୍ଷରୁ ରାଜଧାନୀରେ ଥିବା ଐତିହ୍ୟ ସ୍ଥାନ ନୁହେଁ ବରଂ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଥିବା ଐତିହ ସ୍ଥଳ ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରି କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।