ଖେଳାଳୀଙ୍କ ମନ ଛୁଇଁଲା ଓଡ଼ିଆ ଚକୁଳି, ସନ୍ତୁଳା ଆଉ ମଣ୍ଡାପିଠା
Advertisement
Article Detail0/zeeodisha/odisha613429

ଖେଳାଳୀଙ୍କ ମନ ଛୁଇଁଲା ଓଡ଼ିଆ ଚକୁଳି, ସନ୍ତୁଳା ଆଉ ମଣ୍ଡାପିଠା

ଭାରତୀୟ ଓ ୱେଷ୍ଟଇଣ୍ଡିଜ ଖେଳାଳୀଙ୍କ ପାଇଁ ହୋଟେଲ ମେଫେୟାର କର୍ତ୍ତୃପକ୍ଷ ଆୟୋଜନ କରିଥିଲେ ସ୍ୱତନ୍ତ୍ର ବ୍ୟଞ୍ଜନ

file photo

ସୋରଜ ବେହେରା, ଭୁବନେଶ୍ୱର : ବାରବାଟୀ ମ୍ୟାଚ ପାଇଁ ଆସିଥିବା ଭାରତୀୟ ଓ ୱେଷ୍ଟଇଣ୍ଡିଜ ଖେଳାଳୀଙ୍କ ପାଇଁ ହୋଟେଲ ମେଫେୟାର କର୍ତ୍ତୃପକ୍ଷ ଆୟୋଜନ କରିଥିଲେ ସ୍ୱତନ୍ତ୍ର ବ୍ୟଞ୍ଜନ । ଭୁବନେଶ୍ୱରରେ ରହଣି ଥିବାବେଳେ କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବ ସିରିଜର ଶେଷ ଦିନିକିଆ ମ୍ୟାଚ । ତେବେ ମ୍ୟାଚ ଶେଷ ହେବା ମଧ୍ୟରେ ଖେଳାଳି ମାନଙ୍କ ଖାନାପିନା ଉପରେ ଖାସ ନଜର ରଖାଯାଇଥାଏ । ଏଥିପାଇଁ ସ୍ୱତନ୍ତ୍ର ଫୁ଼ଡ୍ ପ୍ଲାନ ମଧ୍ୟ କରାଯାଇଛି ।

ଓଡ଼ିଆ ଚକୁଳି ପିଠା, ସନ୍ତୁଳା ଓ ମଣ୍ଡା ପିଠାକୁ ଖେଳାଳୀ ବେଶ ଉପଭୋଗ କରିଥିବା କହିଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଓଡ଼ିଆ ଖାଦ୍ୟ ସହ ଖେଳାଳୀଙ୍କ ପାଇଁ ନିୟମିତ ଟିଫିନ ବ୍ୟବସ୍ଥା ମଧ୍ୟ କରାଯାଇଛି । ବଫେଟରେ ପରସା ଯାଇଥିବା ଖାଦ୍ୟ ମଧ୍ୟରୁ ସବୁ ଶେଷ ହୋଇଥିବାରୁ ଏହାକୁ ଖେଳାଳୀ ବେଶ ପସନ୍ଦ କରିଛନ୍ତି ବୋଲି ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି । କେବଳ ଖାଦ୍ୟ ନୁହଁ ଖେଳାଳୀଙ୍କ ଆମୋଦ ପ୍ରମୋଦ ପାଇଁ ସୁଇମିଂ ଓ ବ୍ୟାୟାମ ପାଇଁ ସ୍ୱତନ୍ତ୍ର ଜିମ୍ କୁ ମଧ୍ୟ ଖେଳାଳୀ ବେଶ ବ୍ୟବହାର କରିଛନ୍ତି । ଆସନ୍ତାକାଲି ମ୍ୟାଚ ପରେ ଯିତିଥିବା ଟିମ୍ ପାଇଁ ସ୍ୱତନ୍ତ୍ର କେକ୍ ପ୍ରସ୍ତୁତି ଚାଲିଛି । ଖେଳାଳୀଙ୍କୁ ଦେଖିବା ପାଇଁ ହୋଟେଲ ଆଗରେ ସକାଳୁ ଲାଗିଥିଲା ଖେଳପ୍ରେମୀଙ୍କ ଭିଡ । ସେମାନଙ୍କ ଭିତରେ ରହିଥିଲେ ବିରାଟ ଓ ରୋହିତଙ୍କ ଫ୍ୟାନ । ଆସନ୍ତା କାଲିର ମ୍ୟାଚରେ ଭାରତୀୟ ଟିମ୍ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଖେଳପ୍ରେମୀ ।