Advertisement
Article Detail0/zeeodisha/odisha689829
Zee OdishaOdisha Khabarବଡ଼ ପୁଅର ମୃତ୍ୟୁ ହେବାରୁ ପୁରା ପରିବାରର ଆତ୍ମହତ୍ୟା ଉଦ୍ୟମ

ବଡ଼ ପୁଅର ମୃତ୍ୟୁ ହେବାରୁ ପୁରା ପରିବାରର ଆତ୍ମହତ୍ୟା ଉଦ୍ୟମ

ଘରେ ମୃତଦେହ, ମେଡିକାଲ ବେଡରେ ପରିବାର

ବଡ଼ ପୁଅର ମୃତ୍ୟୁ ହେବାରୁ ପୁରା ପରିବାରର ଆତ୍ମହତ୍ୟା ଉଦ୍ୟମ

ମୁକେଶ ପ୍ରଧାନ, ଝାରସୁଗୁଡ଼ା: ଘରେ ମୃତଦେହ, ପରିବାରର ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ । ବଡ଼ ଭାଇକୁ ହରାଇ ପୁରା ଭାଙ୍ଗି ପଡ଼ିଥିବା ୩ ଭଉଣୀ, ସାନ ଭାଇ ଓ ଜନ୍ମଦାତ୍ରୀ ମାଆ କରିଛନ୍ତି ଏଭଳି ଉଦ୍ୟମ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । BTM ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁର ଏହି ଘଟଣା ପୁରା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରିପକାଇଛି । 

ଯାହା ଜଣାପଡ଼ିଛି, ଏହି ପରିବାରର ବଡ଼ ପୁଅ ଦୀପକ ବିଶ୍ୱାଳ ଗତ ୨୦୧୮ ମସିହାରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଘରେ ଦୀର୍ଘ ୨ ବର୍ଷ କାଳ ଶଯ୍ୟାଶାୟୀ ହେବା ପରେ ଶେଷରେ ଗତକାଲି ସେ ଆଖି ବୁଜିଥିଲେ । ଆଉ ଏଥିରେ ଭାଙ୍ଗି ପଡ଼ିଥିଲା ପୁରା ପରିବାର । ଆଉ ସମସ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ । ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସାରା ପରିବାର । 

ଗୋଟିଏ ପଟେ ଘରେ ପଡ଼ି ରହିଛି ଭାଇର ମୃତଦେହ । ଅନ୍ୟପଟେ ୩ ଭଉଣୀ, ସାନ ଭାଇ ଓ ମାଆ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଜଣେ ଭଉଣୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସାମାନ୍ୟ ସୁସ୍ଥ ହୋଇଥିବା ମୃତକଙ୍କ ଜଣେ ଭଉଣୀ କହିଛନ୍ତି, ଭାଇର ମୃତ୍ୟୁ ହେବା ପରେ ଆମେ ଏଭଳି ନିଷ୍ପତ୍ତି ନେଇଥିଲୁ । ଗତକାଲି ଭାଇର ମୃତ୍ୟୁ ହୋଇଗଲା, ଆମେ ସମସ୍ତ ମିଶି ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲୁ । ଆଉ ଫିନାଇନ ପଇଦେଲୁ । 

Add Zee News as a Preferred Source

ଏ ଘଟଣା ଏବେ ସମଗ୍ର ରାଜ୍ୟରେ ଚହଳ ପଖାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ପରିବାରର ସମସ୍ତ ସଦସ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବେଳେ ଭାଇର ମୃତ ଦେହ ଘରେ ପଡ଼ିରହିଛି । 

About the Author