ଶୀତ ପ୍ରବାହ ପାଇଁ ସତର୍କତା, ଏହି ସବୁ ବିଷୟରେ ଦିଅନ୍ତୁ ବିଶେଷ ଧ୍ୟାନ
Advertisement
Article Detail0/zeeodisha/odisha616946

ଶୀତ ପ୍ରବାହ ପାଇଁ ସତର୍କତା, ଏହି ସବୁ ବିଷୟରେ ଦିଅନ୍ତୁ ବିଶେଷ ଧ୍ୟାନ

ସାରା ଦେଶରେ ଜାରି ରହିଛି ଭୀଷଣ ଶୀତ ପ୍ରବାହ ଶୀତରୁ ରକ୍ଷା ପାଇବା ପାଇଁ ଏହି ସବୁ ବିଷୟରେ ବିଶେଷ ଧ୍ୟାନ ଦିଅନ୍ତୁ   

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: କଲବଲ କଲାଣି ଶୀତ । ଶୀତର ପ୍ରକୋପ ଉତ୍ତର ଭାରତରେ ସବୁଠାରୁ ଅଧିକ ରହିଥିବା ବେଳେ ବାଦ ପଡ଼ିନି ଓଡ଼ିଶା । ଓଡ଼ିଶାର କେତେକ ସ୍ଥାନରେ ଉତ୍ତର ଭାରତ ପରି ସ୍ଥିତ ଉପୁଜିଛି । କନ୍ଧମାଳ, ଫୁଲବାଣୀ, ଗଜପତି, କେନ୍ଦୁଝର ଆଦି ଜିଲ୍ଲାରେ ପାରଦ ୪ ଡିଗ୍ରୀରୁ ୮ ଡିଗ୍ରୀ ଭିତରେ ରହୁଥିବାବେଳେ ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ ରାତିହେଲେ ପାରଦ ୧୦ ଡିଗ୍ରୀକୁ ଖସି ଆସୁଛି । ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଓ ନିଜକୁ ତଥା ପରିବାର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପଢନ୍ତୁ କିଛି ୱିଣ୍ଟର ଟିପ୍ସ....

-ଭୀଷଣ ଶୀତ ହେଉଥିବା ସମୟରେ ଯଥାସମ୍ଭବ ଘର ଭିତରେ ରୁହନ୍ତୁ । ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁମାନଙ୍କ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ  । 
- ଯାତାୟତ କରୁଥିବା ସମୟରେ ଯଥେଷ୍ଟ ଶୀତବସ୍ତ୍ର ଯଥା ସ୍ୱେଟର, ଟୋପି, ପାଦରେ ଜୋତା ବ୍ୟବହାର କରନ୍ତୁ ।
-ଜେନେରେଟର, କରୋସିନ ଲଣ୍ଠନ କିମ୍ୱା  ଷ୍ଟୋଭ ବ୍ୟବହାର କରୁଥିଲେ ନିର୍ଗତ ବିଷାକ୍ତ ଧୂଆଁକୁ  ଘର ବାହାରକୁ ଯିବାର ବ୍ୟବସ୍ଥା କରନ୍ତୁ, ଶୋଇବା ପୂର୍ବରୁ ଏହି ସବୁ ଜିନିଷକୁ ବନ୍ଦ କରିଦିଅନ୍ତୁ । 
- ଶୀତଦାଉରୁ ରକ୍ଷା ପାଇବା ପାଇଁ ରୁମ ହିଟର, ପାଣି ଗରମ ପାଇଁ ଇମରସନ ହିଟର ବା ଅନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଥିଲେ ଯଥାସମ୍ଭବ ସତର୍କତା ଅବଲମ୍ୱନ କରନ୍ତୁ । 
-ରୋଷେଇ ସମୟରେ ଓ ନିଆଁ ପୋଇଁବା ସମୟରେ ଚାଦର କିମ୍ୱା ଅନ୍ୟ ଶୀତବସ୍ତ୍ର ଘୋଡେଇ ହୋଇଥିଲେ ଯଥାସମ୍ଭବ ସତର୍କତା ଅବଲମ୍ୱନ କରନ୍ତୁ । 
- ଗରମ ଖାଦ୍ୟ ଖାଆନ୍ତୁ  ଓ ଉଷୁମ ପାଣି ପିଅନ୍ତୁ । ଅତ୍ୟଧିକ ଥଣ୍ଡାପାଣି  ବ୍ୟବହାର କରନ୍ତୁ ନାହିଁ । 
- ଖଳା ଓ ଚାଳଘରେ ନିଆଁ ପୋଇଁବା ସମୟରେ  ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଉକ୍ତ ଜାଗାରେ ନିଆଁ ପୋଇଁବା ବର୍ଜନ କରନ୍ତୁ । 
- ନିଆଁ ପୋଇଁବା  ବେଳେ ଛୋଟ ପିଲାଙ୍କ ପ୍ରତି ସତର୍କତା ଅବଲମ୍ୱନ କରନ୍ତୁ । ପରେ ନିଆଁକୁ  ଠିକ ଭାବେ ଲିଭାନ୍ତୁ । 
- ଗୃହପାଳିତ ପଶୁ ଓପକ୍ଷୀଙ୍କୁ ରାତିରେ ବାହାରେ ରହିବାକୁ  ଦିଅନ୍ତୁ ନାହିଁ । ଥଣ୍ଡାରୁ ରକ୍ଷା ପାଇବା ପାଇଁ ସେମାନଙ୍କୁ  ସୁରକ୍ଷିତ ସ୍ଥାନରେ ଘୋଡେଇ ରଖନ୍ତୁ । 
- ଶୀତ ଯୋଗୁ ଯଦି ଅସୁସ୍ଥ  ଅନୁଭବ କରୁଥାନ୍ତି, ତେବେ ତୁରନ୍ତ  ଡାକ୍ତରଙ୍କ ପରାମର୍ଶ କରନ୍ତୁ । 
- ଆପଣଙ୍କ ଅଞ୍ଚଳର ଶୀତ ପ୍ରବାହ ସମ୍ୱନ୍ଧରେ ଜାଣିବା ପାଇଁ ଟିଭି, ରେଡିଓ ଓ ସମ୍ୱାଦପତ୍ରରେ ଦିଆଯାଉଥିବା ସୂଚନା ପ୍ରତି ଧ୍ୟାନ ଦିଅନ୍ତୁ ।