ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ
Advertisement

ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

କଟକ ବାସଭବନରେ ମହେନ୍ଦ୍ର ଦାସଙ୍କ ପରଲୋକ

ଯାତ୍ରା କଳାକାର ଭିକୁ ସେଠଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ଯାତ୍ରା ମଞ୍ଚରେ ଆଉ ଶୁଭିବନି ସେହି ଲୋମଟାଙ୍କୁରା ଡାଇଲଗ। ଯାତ୍ରା ଜଗତରେ ଖଳନାୟକ ଭାବେ ବେଶ ପରିଚୟ ସୃଷ୍ଟି କରିଥିବା ତଥା ଯାତ୍ରା ଜଗତରେ ପରିଚିତ ଭିକୁ ସେଠ ଓରଫ ମହେନ୍ଦ୍ର ଦାସଙ୍କ ପରଲୋକ। ମୃତ୍ୟୁ ବେଳକୁ ମହେନ୍ଦ୍ରଙ୍କ ବୟସ ୫୫ ବର୍ଷ ହୋଇଥିଲା। ମହେନ୍ଦ୍ରଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ଜଣେ ସମ୍ପର୍କୀୟ ସୂଚନା ଦେଇଛନ୍ତି।  

ପ୍ରାଥମିକ ସୂଚନା ମୁତାବକ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତ ପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛି। ମୃତ୍ୟୁ ପରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।  

'ଶାଗୁଣା ବସିଛି ଡେଣା ମେଲାଇ' ଭଳି ହିଟ ନାଟକର ଖଳନାୟକ ଭୁମିକାକୁ ସେ ବେଶ ନିଖୁଣ ଭାବେ ଉପସ୍ଥାପିତ କରିଥିଲେ । ଯାହା ତାଙ୍କୁ ସାରା ରାଜ୍ୟରେ ବେଶ ପରିଚୟ ଦେଇଥିଲା । ତେବେ ଏହି ନାଟକ ହିଁ ତାଙ୍କ ଯାତ୍ରା କ୍ୟାରିୟର ଟର୍ଣ୍ଣିଂ ପଏଣ୍ଟ ଥିଲା। ଏହି ଯାତ୍ରା ତାଙ୍କ ସମଗ୍ର ରାଜ୍ୟରେ ଏକ ଖଳନାୟକର ପରିଚୟ ଦେଇଥିଲେ। ଏହି ଯାତ୍ରା ପରେ ସେ ଯାତ୍ରା ଜଗତର ସଫଳତମ ତଥା ଆଗଧାଡ଼ିର ଖଳନାୟକ ଭାବେ ପରିଗଣିତ ହୋଇଥିଲେ। 

'ଶାଗୁଣ ବସିଛି ଡେଣା ମେଲାଇ'ର ନାଁଟା ତା'ହେଲେ ମୀନା... ଖୁମ୍ପି ଦେଲୁ, ଭଲ କଲୁ... ଧେତ... ଭଳି ସଂଳାପକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଣ୍ଠରେ ପରିବେଷଣ କରି ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ୩ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ଯାତ୍ରା ଜଗତ ସହିତ ଜଡ଼ିତ ଥିଲେ। ତାଙ୍କର ମୃତ୍ୟୁରେ ଅନେକ ଯାତ୍ରା ଓ ଓଲିଉଡ଼ କଳାକାର ଶୋକ ପ୍ରକାଶ କରିଛନ୍ତି ।