ଘରୋଇ ସ୍କୁଲ ଫି' (Private School Fee) ଛାଡ ନେଇ ବୁଧବାର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବାର୍ଷିକ ୬ ହଜାରରୁ ୧୨ ହଜାର ମଧ୍ୟରେ ସ୍କୁଲ ଫି' ଥିଲେ ୭.୫ ପ୍ରତିଶତ ଛାଡ଼ ହେବ। ସେହିପରି, ୧୨ ହଜାରରୁ ୨୪ ହଜାର କ୍ଷେତ୍ରରେ ୧୨%, ୨୪ ହଜାରରୁ ୪୮ ହଜାର କ୍ଷେତ୍ରରେ...
Trending Photos
ମୋନିକା ମହାନ୍ତି, ନୂଆଦିଲ୍ଲୀ: କୋହଳ ହେବ ସ୍କୁଲ ଫି'। ସରକାରୀ ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲ ଫି' ଛାଡ଼ କରିବେ। ୨୦୨୦-୨୧ ବର୍ଷ ପାଇଁ ସ୍କୁଲ ଫି' ଛାଡ଼ ହେବ। ୭ଟି ସ୍ଲାବରେ ଫି' ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଘରୋଇ ସ୍କୁଲ ଫି' (Private School Fee) ଛାଡ ନେଇ ବୁଧବାର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବାର୍ଷିକ ୬ ହଜାରରୁ ୧୨ ହଜାର ମଧ୍ୟରେ ସ୍କୁଲ ଫି' ଥିଲେ ୭.୫ ପ୍ରତିଶତ ଛାଡ଼ ହେବ। ସେହିପରି, ୧୨ ହଜାରରୁ ୨୪ ହଜାର କ୍ଷେତ୍ରରେ ୧୨%, ୨୪ ହଜାରରୁ ୪୮ ହଜାର କ୍ଷେତ୍ରରେ ୧୫% ଛାଡ଼ କରାଯିବ। ୪୮ ହଜାରରୁ ୭୨ ହଜାର କମ୍ ଫି' କ୍ଷେତ୍ରରେ ୨୦% ଛାଡ଼ ହେବ। ସେହିପରି ୭୨ ହଜାରରୁ ୧ ଲକ୍ଷ ମଧ୍ୟରେ ୨୫%, ବାର୍ଷିକ ୧ ଲକ୍ଷରୁ ଅଧିକ ଥିଲେ ୨୬% ଛାଡ଼ କରିବାକୁ ବିଜ୍ଞପ୍ତି ଜାରି ହୋଇଛି।
Also Read: ଘରୋଇ ସ୍କୁଲ ଫି' ନିର୍ଦ୍ଧାରଣ ମାମଲା: ମୁଣ୍ଡ ନୁଆଁଇ ହାତ ଟେକିଦେଲେ ସରକାର
କେବଳ ସ୍କୁଲ ଫି' ନୁହଁ ହଷ୍ଟେଲ ଫି' (Hostel Fee) ମଧ୍ୟ ଛାଡ ହେବ। ୩୦ ପ୍ରତିଶତ ହଷ୍ଟେଲ ଫି' ଛାଡ଼ କରାଯିବ ବୋଲି ସରକାର (Odisha Govt) ବିଜ୍ଞପ୍ତିରେ କହିଛନ୍ତି। ଏହା ବ୍ୟତୀତ ପରିବହନ ଓ ଖାଦ୍ୟ ବାବଦରେ ସ୍କୁଲ ମନଇଛା ଖର୍ଚ୍ଚ କରିପାରିବେନାହିଁ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ (Odisha Mass Educatin Dept)ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସ୍କୁଲ ଏହି ନିୟମ ନ ମାନିବେ ସରକାର ସେମାନଙ୍କର NOC ବା ସ୍ୱୀକୃତି ପ୍ରତ୍ୟାହାର କରିପାରିବେ।
ଶିକ୍ଷା ଆଇନ ୧୯୬୯ ଅନୁସାରେ ହୋଇଥବା ଏକ ସଂକଳ୍ପ ବା ରୋଜୋଲ୍ୟୁସନ୍ ୨୩ ସେପ୍ଟେମ୍ବର ୧୯୯୬ ଧାରା 4-I ଅନୁସାରେ ସ୍କୁଲର ଫିକୁ ସରକାର ନିୟନ୍ତ୍ରଣ କରିଛନ୍ତି। କୋଭିଡ ମହାମାରୀ ସମୟରେ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ସ୍କୁଲ ଫି’ ଛାଡ କରିବାକୁ ବିଭିନ୍ନ ପକ୍ଷ ହାଇକୋର୍ଟ (Odisha High Court) ଙ୍କ ଦ୍ବାରସ୍ଥ ହୋଇଥିଲେ। ଦିନ ପରେ ଦିନ ଗଡିବା ସହ ଗତ ୭ ତାରିଖରେ ଶେଷ ରାୟ ପ୍ରକାଶ ପାଇ ଅର୍ଡର କପି ହସ୍ତଗତ ହୋଇଥିଲା। ସ୍କୁଲ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଅନୁଯାୟୀ ଅଭିଭାବକଙ୍କ ସମ୍ମତି ସହିତ ଗଣଶିକ୍ଷା ବିଭାଗ ଫି ନିର୍ଦ୍ଧାରଣ କରିଛନ୍ତି।