ଖୋଲା ଆକାଶ ତଳେ ମାଣମାଣ ଧାନ, ଚିନ୍ତାରେ ଚାଷୀ
Advertisement

ଖୋଲା ଆକାଶ ତଳେ ମାଣମାଣ ଧାନ, ଚିନ୍ତାରେ ଚାଷୀ

ମଣ୍ଡିରେ ବିକ୍ରି ହେଉନି ଧାନ, ଚାଷୀ ହେଉଛନ୍ତି ଶୋଷଣର ଶିକାର

ଖୋଲା ଆକାଶ ତଳେ ମାଣମାଣ ଧାନ, ଚିନ୍ତାରେ ଚାଷୀ

ଅଶୋକ ମିଶ୍ର, ମାଲକାନଗିରି: ବର୍ଷ ତମାମ ବିଲରେ ଖଟି ଧାନ ଫସଲ ଅମଳ କରିଛି ଚାଷୀ । ମାତ୍ର ଏବେ ଧାନ ବିକ୍ରି ହୋଇପାରୁନାହିଁ । ଖୋଲା ଆକାଶ ତଳେ ପଡ଼ିରହିଛି ଚାଷୀର ମାଣମାଣ ଧାନ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଶତାଧିକ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଧାନ କିଣା ପ୍ରକ୍ରିୟା । ମାତ୍ର ଅନେକ ସ୍ଥାନରେ ଧାନ ବିକ୍ରି ତଥା ଟୋକନ ପାଇବାରେ ଅବହେଳାର ଶିକାର ହେଉଛି ଚାଷୀ । କୋରୁକୋଣ୍ଡା ଧାନ ମଣ୍ଡିରେ ସପ୍ତାହରୁ ଊର୍ଦ୍ଧ୍ଵ ଦିନ ହେବ ଧାନ ଆଣି ରଖିଛନ୍ତି ଚାଷୀ । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଟୋକନ ମିଳୁନାହିଁ । ଟୋକନ ମିଳିନଥିବାରୁ ଧାନ ବିକିପାରୁନାହିଁ ଚାଷୀ ।
ସରକାରଙ୍କ ନୂତନ ଧାନ କିଣା ନିୟମ ଏବଂ ସରକାରୀସ୍ତରରେ ଅବହେଳାକୁ ଦାୟୀ କରିଛନ୍ତି ଚାଷୀକୂଳ । ଧାନମଣ୍ଡିରେ ଚାଷୀ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଗଦା କରିଛି, ହେଲେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକ୍ରି ହେଉନାହିଁ । ଯାହାଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେ କୋରୁକୋଣ୍ଡା ଠାରେ ଚାଷୀ ମାନେ ରାସ୍ତା ରୋକ କରିଥିଲେ ।

fallback

ବର୍ଷ ତମାମ ଚାଷୀ ନିଜ ମୁଣ୍ଡ ଝାଳ ତୁଣ୍ଡରେ ମାରି ବିଲରେ ଚାଷକରି  ଧାନ ଫସଲ ଅମଳ କରିଛି । ଧାର କରଜ ଏବଂ ଋଣ କରି ଚାଷ କରିଥିଲା ଚାଷୀ । ମାତ୍ର ଧାନ ବିକ୍ରି ହେଉନଥିବାରୁ ଏବେ ଚାଷୀ ଚିନ୍ତାରେ ପଡ଼ିଯାଇଛି । ସରକାରଙ୍କ ନୂତନ ଟୋକନ ଯୋଜନା ଏବଂ ଧାନ କିଣା ନିୟମ ଅନୁଯାୟୀ ବର୍ତ୍ତମାନ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର କୋରୁକୋଣ୍ଡା ମଣ୍ଡିରେ ଚାଷୀ ଏକ ସପ୍ତାହ ରୁ ଊର୍ଦ୍ଧ୍ଵ ସମୟ ଧରି ଧାନ ଆଣି ରଖିଥିବା ବେଳେ ସେମାନଙ୍କ ଠାରୁ ଧାନ କିଣା ଯାଉନାହିଁ । କେବଳ ସେତିକି ନୁହେଁ ବ୍ଲକର ୮୮୬ ଜଣ ଚାଷୀଙ୍କୁ ବର୍ତ୍ତମାନ ସୁଧା ଟୋକନ ମଧ୍ୟ ମିଳିନାହିଁ ।

fallback

ଅନେକ ଚାଷୀ ଜଳକର ଦେଇ ଚାଷ କରୁଥିବା ବେଳେ ସେମାନଙ୍କ ଜମିକୁ ଅଣଜଳସେଚିତ ଜମି ଦର୍ଶାଇ   ଫସଲ ବିକ୍ରି ନିମନ୍ତେ ଟାର୍ଗେଟ କମ୍ ଦିଆଯାଇଛି । ଏଭଳି ସମସ୍ୟା ପାଇଁ ଚାଷୀ ହତାସ ହୋଇପଡ଼ିଛନ୍ତି ।  ପୂର୍ବରୁ କୋରୁକୋଣ୍ଡା ରାସ୍ତା ଅବରୋଧ କରିଥିଲେ ।
ସରକାରୀ ସ୍ତରରେ ନାମ ପଞ୍ଜୀକରଣ ନିମନ୍ତେ ସମୟ ଶେଷ ହୋଇଯାଇଥିବା ହେତୁ  ଚାଷୀଙ୍କ ନାମ ପଞ୍ଜୀକରଣ କରି ହେଉନାହିଁ ବୋଲି କୋରୁକୋଣ୍ଡା ଲ୍ଯାମ୍ପ ଅଧିକାରୀ କହିଛନ୍ତି । ପୁନର୍ବାର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଲେ ସମସ୍ତ ଚାଷୀଙ୍କୁ ପଞ୍ଜିକୃତ କରାଯାଇ ଧାନ କିଣାଯିବ ବୋଲି ସେ ମତ ରଖିଛନ୍ତି ।

ଧାନକିଣା ଆରମ୍ଭରୁ ହିଁ ଚାଷୀଙ୍କ ମଧ୍ୟରେ ଧାନ ବିକାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । କ୍ରମଶଃ ଏହି ସମସ୍ୟା ବଢିବାରେ ଲାଗିଥିବା ବେଳେ ଏଥିପ୍ରତି ସରକାର  ଦୃଷ୍ଟି ଦେଇ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ।