ଏଥର ମୁମ୍ବାଇ ପକ୍ଷରୁ ଏହି ବଲିଉଡ ଅଭିନେତା ଖେଳିବେ ଆଇପିଏଲ...
trendingNow,recommendedStories0/zeeodisha/odisha614343

ଏଥର ମୁମ୍ବାଇ ପକ୍ଷରୁ ଏହି ବଲିଉଡ ଅଭିନେତା ଖେଳିବେ ଆଇପିଏଲ...

ଏଥର ଆଇପିଏଲ ଖେଳିବେ ବଲିଉଡ ଅଭିନେତା ଆଉ ଜଣେ ବଲିଉଡ ଅଭିନେତାଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ

ଏଥର ମୁମ୍ବାଇ ପକ୍ଷରୁ ଏହି ବଲିଉଡ ଅଭିନେତା ଖେଳିବେ ଆଇପିଏଲ...

ପ୍ରଜ୍ଞା ପାରମିତା ପତ୍ରୀ, ନୂଆଦିଲ୍ଲୀ: ଏଥର ଆଇପିଏଲ ଖେଳିବେ ବଲିଉଡ ଅଭିନେତା । ଜଣେ ବଲିଉଡ ଅଭିନେତାଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ । ଆଇପିଏଲରେ ସବୁବେଳେ ଭଲ ପ୍ରଦର୍ଶନ କରି ଆସୁଥିବା ମୁମ୍ବାଇ ଇଣ୍ଡିଆନ ଦେଇଛି ନବାଗତଙ୍କୁ ସୁଯୋଗ । ୨୦ ଲକ୍ଷ ଟଙ୍କାରେ ଅଭିନେତା ଦିଗବିଜୟ ଦେଶମୁଖଙ୍କୁ କିଣିଛି ମୁମ୍ବାଇ ଇଣ୍ଡିଆନ । 

ଏହି ବଲିଉଡ ଅଭିନେତା ଜଣଙ୍କ ୨୦୧୩ରେ ରିଲିଜ ହୋଇଥିବା ଫିଲ୍ମ କାଇ ପୋ ଚେ(Kai Po Che)ରେ ନଜର ଆସିଥିଲେ । ଆଉ ସେହି ଅଭିନେତା ଜଣଙ୍କର ନାମ ଦିଗବିଜୟ ଦେଶମୁଖ(Digvijay Deshmukh) । ଦିଗବିଜୟ କାଇ ପୋ ଚେରେ ଅଲ୍ଲୀ ହାସମୀ ଭୂମିକାରେ ନଜର ଆସିଥିଲେ ।

କାଇ ପୋ ଚେ ପିଲ୍ମଟି ଚେତନ ଭଗତଙ୍କ ନୋଭେଲ '୩ ମିଷ୍ଟେକ୍ସ ଅଫ ମାଇ ଲାଇଫ' ଉପରେ ଆଧାରିତ ହୋଇଛି । ଏହି ଫିଲ୍ମରେ ୧୪ ବର୍ଷିୟ ଦିଗବିଜୟ ଲୋକଲା ଟୋକା ଭୂମିକାରେ ଅଭିନୟ କରିଥିଲେ ।  ଛୋଟବେଳୁ ହିଁ ଦିଗବିଜୟଙ୍କୁ ଭଲ ଖେଳ ଆସେ ଆଉ ସେଥିପାଇଁ ତାଙ୍କୁ ଏହି ଅଭିନୟ କରିବାର ସୁଯୋଗ ମିଳିଥିଲା । ଆଉ ବର୍ତ୍ତମାନ ମୁମ୍ୱାଇ ଇଣ୍ଡିଆନ୍ସ ଦିଗବିଜୟଙ୍କୁ ୨୦ଲକ୍ଷ ଚଙ୍କାରେ କିଣିଛି । 

ତାଙ୍କୁ ମୁମ୍ୱାଇ ଇଣ୍ଡିଆନ କିଣିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ । ସେ କହିଛନ୍ତି ଯେ ମୁଁ କେବେ ଅଭିନେତା ନ ଥିଲି । ବଲିଉଡରେ ବି ମୋତେ ମୋ ଖେଳ ପାଇଁ ବଛା ହୋଇଥିଲା । ଆଉ ମୁଁ ସବୁବେଳ ପାଇଁ ଏକ କ୍ରିକେଟର । ଆଇପିଏଲ ଖେଳିବାକୁ ଚାନ୍ସ ମିଳିବା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଆୁ ମୁଁ ଏବେ ଧିରେ ଧିରେ ମୋ ସ୍ୱପ୍ନର ଦୁନିଆ ଆଡ଼କୁ ଆଗଉଛି ।

Trending news