ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଭିଜିଲାନ୍ସ
Advertisement

ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଭିଜିଲାନ୍ସ

ଏକଲକ୍ଷ ଲାଞ୍ଚ ନେଉଥିବା ସମୟରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଛି ଭିଜିଲାନ୍ସ

ଭିଜିଲାନ୍ସ ହାତରେ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ପ୍ରଶାସନିକ ଅଧିକାରୀ । ଏକଲକ୍ଷ ଲାଞ୍ଚ ନେଉଥିବା ସମୟରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖବର ଶେଷ ସୁଦ୍ଧା ଏକ ବିଲ ପାସ କରିବା ପାଇଁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି । ଏହା ସହିତ ବିଜୟଙ୍କ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରଖିଥିବା ଜଣାପଡ଼ିଛି । 

ସୂଚନାଯୋଗ୍ୟ ବିଜୟ ହେଉଛନ୍ତି 2009 ବ୍ୟାଚର ଆଇଏଏସ ଅଧିକାରୀ । ସେ ଏକାଧିକ ଜିଲ୍ଲାରେ ଜିଲ୍ଲାପାଳ ରହିସାରିଥିବା ବେଳେ ବର୍ତ୍ତମାନ ସେ ଉଦ୍ୟାନ କୃଷିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । 

ତେବେ ଭିଜିଲାନ୍ସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଙ୍କ କାର୍ଯ୍ୟାଳୟ ଉପରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା । ଏହା ସହିତ ଭିଜିଲାନ୍ସ ତାଙ୍କର ବାସଭବନ ସହିତ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ ଜାରି ରଖିଥିବା ଜଣାପଡ଼ିଛି । ହର୍ଟିକଲଚର ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ନେବା ବେଳେ ଗିରଫ କରିଛି ଭିଜିଲାନ୍ସ ସେଲ୍ । ମୋ ସରକାର କାର୍ଯ୍ୟକ୍ରମରେ ସେ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଭିଜିଲାନ୍ସ ସେଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅନେକ ଦିନ ଧରି ତାଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା ଭିଜିଲାନ୍ସ ସେଲ୍ । ପୁଣି ଟଙ୍କା ମାଗିବା ନେଇ ସୁରାଗ ମିଳିବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଗିରଫ କରିଛନ୍ତି । ତାଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ ହୋଇଛି । ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନଙ୍କ ଆୟରୁ ଅଧିକ ଟଙ୍କା ଠୁଳ କରିଥିବା ନେଇ ମଧ୍ୟ ଭିଜିଲାନ୍ସ ତଦନ୍ତ କରିବ । ହର୍ଟିକଲଚର ବିଭାଗ ପୂର୍ବରୁ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଳ ସମ୍ପଦ ବିଭାଗ ଆଦିରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ବିଜୟ କେତନଙ୍କୁ ଧରିବା ପରେ ତାଙ୍କ ସମୟ ମଧ୍ୟରେ ହୋଇଥିବା ଟେଣ୍ଡର ଗୁଡିକର ମଧ୍ୟ ଯାଞ୍ଚ କରାଯିବ ବୋଲି ବରିଷ୍ଠ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।