Pakistan on ram temple:ତୁର୍କିରେ ଚର୍ଚ୍ଚକୁ ମସଜିଦ୍ କରିଦେଲେ କିନ୍ତୁ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମୁସଲିମ ଦେଶଙ୍କ ଆପତ୍ତି,ଜାଣନ୍ତୁ ଏଜେଣ୍ଡା କ’ଣ ?
Advertisement

Pakistan on ram temple:ତୁର୍କିରେ ଚର୍ଚ୍ଚକୁ ମସଜିଦ୍ କରିଦେଲେ କିନ୍ତୁ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ମୁସଲିମ ଦେଶଙ୍କ ଆପତ୍ତି,ଜାଣନ୍ତୁ ଏଜେଣ୍ଡା କ’ଣ ?

ବିଶ୍ୱର 57  ଇସଲାମ ଦେଶର ସଂଗଠନ OICର ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଧର୍ମନିରପେକ୍ଷତା କଥା ମନେ ପଡିଛି । , ବାବ୍ରି ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ଏହି ସଂଗଠନ ଭାରତକୁ  ତୀବ୍ର ସମାଲୋଚନା କରିଛି ।  ବାବ୍ରି ମସଜିଦ୍ ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ନେଇ ଓଆଇସି ଗଭୀର ଚିନ୍ତା ପ୍ରକଟ କରିଛି।

SOCIAL MEDIA

Pakistan on ram temple:

ବିଶ୍ୱର 57  ଇସଲାମ ଦେଶର ସଂଗଠନ OICର ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଧର୍ମନିରପେକ୍ଷତା କଥା ମନେ ପଡିଛି । , ବାବ୍ରି ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ଏହି ସଂଗଠନ ଭାରତକୁ  ତୀବ୍ର ସମାଲୋଚନା କରିଛି ।  ବାବ୍ରି ମସଜିଦ୍ ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ନେଇ ଓଆଇସି ଗଭୀର ଚିନ୍ତା ପ୍ରକଟ କରିଛି। ଓଆଇସିର ମହାସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଅଯୋଧ୍ୟାରେ ବାବ୍ରି ମସଜିଦ ସ୍ଥାନରେ ରାମ ମନ୍ଦିର ନିର୍ମାଣକୁ ତୀବ୍ର ସମାଲୋଚନା କରାଯାଇଛି। ଇସଲାମିକ ଦେଶମାନେ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ପୂର୍ବ ଅଧିବେଶନରେ ବୈଦେଶିକ ମନ୍ତ୍ରୀ ପରିଷଦ ଦ୍ୱାରା ରଖାଯାଇଥିବା ଆଭିମୁଖ୍ୟ ଅନୁସାରେ OIC  ଏହି କାର୍ଯ୍ୟକୁ ନିନ୍ଦା କରୁଛି। ପାଞ୍ଚ ଶତାବ୍ଦୀ ଧରି  ବିଦ୍ୟମାନ ଥିବା ବାବ୍ରି ମସଜିଦ ସ୍ଥାନରେ ମନ୍ଦିର ନିର୍ମାଣ ଇସଲାମିକ ପୂଜାସ୍ଥଳର ବିଲୋପ କରିବାକୁ ଏମିତି କରାଯାଇଛି ବୋଲି ଓଆଇସି କହିଛି ।

ସାଉଦି ଆରବ ନେତୃତ୍ୱାଧୀନ ଓଆଇସିର ଏହି ବିବୃତ୍ତି ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟର ତଥାକଥିତ ଚିନ୍ତା ପରେ ଆସିଛି। ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନକୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବିରୋଧ କରିଛି। ପାକିସ୍ତାନ ଏହାକୁ 'ବୃଦ୍ଧି ପାଉଥିବା ହିନ୍ଦୁ ଜାତୀୟତାର ପ୍ରତୀକ ଏବଂ ଭାରତର ମୁସଲମାନ ସମ୍ପ୍ରଦାୟ ପାଇଁ ଅପମାନ' ବୋଲି କହିଛି। ପାକିସ୍ତାନ କହିଛି ଯେ ଗତ 31 ବର୍ଷର ଘଟଣା, ବିଶେଷକରି ରାମ ମନ୍ଦିରର ଉଦଘାଟନ, ଭାରତରେ କ୍ରମବର୍ଦ୍ଧିଷ୍ଣୁ  ହିନ୍ଦୁ ଜାତୀୟତାର ସୂଚକ ଅଟେ। ପାକିସ୍ତାନ ମଧ୍ୟ ରାମ ମନ୍ଦିରକୁ 'ଭାରତର ଗଣତନ୍ତ୍ର ଉପରେ ଦାଗ' ବୋଲି କହିଛି। କେବଳ ଏତିକି ନୁହେଁ, ଭାରତର ଅନ୍ୟ ମସଜିଦମାନଙ୍କର ଭବିଷ୍ୟତକୁ ନେଇ ପାକିସ୍ତାନ ମଧ୍ୟ ଚିନ୍ତା ପ୍ରକଟ କରିଛି।

ପାକିସ୍ତାନର ଚିନ୍ତା

ପାକିସ୍ତାନ କହିଛି ଯେ  ବାରାଣାସୀର ଜ୍ଞାନବାପୀ ମସଜିଦ ଏବଂ ମଥୁରାର ଶାହି ଇଦଗା ମସଜିଦ ପାଇଁ ଏବେ ବିପଦ ରହିଛି । ଏହି ମସଜିଦଗୁଡିକର କ୍ଷତି କିମ୍ବା ଭାଙ୍ଗିବାର ଆଶଙ୍କା ରହିଛି ବୋଲି ପାକିସ୍ତାନ ଦାବି କରିଛି। ରାମ ମନ୍ଦିର ନିର୍ମାଣକୁ ନେଇ ଉଭୟ ପାକିସ୍ତାନ ଏବଂ ଓଆଇସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।  ଯଦିଓ ଭାରତରେ ସବୁକିଛି ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶରେ ହୋଇଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟ, 2019 ମସିହାରେ ଏହାର ଐତିହାସିକ ନିଷ୍ପତ୍ତିରେ ବିବାଦୀୟ ସ୍ଥାନକୁ ମନ୍ଦିର ଭାବରେ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ପରେ ହିଁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଥିଲା। କେବଳ ଏତିକି ନୁହେଁ, ମସଜିଦ ନିର୍ମାଣ ପାଇଁ ମୁସଲମାନ ପକ୍ଷକୁ ଜମି ଦେବାକୁ ସୁପ୍ରିମକୋର୍ଟ କେନ୍ର୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଠାରେ ଏକ ବିଶାଳ ମସଜିଦ ନିର୍ମାଣ ହେବାକୁ ଯାଉଛି।

ହାଗିଆ ସୋଫିଆ ଚର୍ଚ୍ଚକୁ ମସଜିଦ କରିଥିବା ଦେଶ ଭାରତକୁ ଦେଉଛି ଉପଦେଶ !

ମନ୍ଦିର ନିର୍ମାଣକୁ ନେଇ ଆଇସି ଏବଂ ପାକିସ୍ତାନ କ୍ରୋଧିତ ଥିବାବେଳେ ତୁର୍କୀର ଷଷ୍ଠ ଶତାବ୍ଦୀର ଚର୍ଚ୍ଚ ହାଗିଆ ସୋଫିଆକୁ ଏକ ମସଜିଦରେ ପରିଣତ କରିବା ନେଇ ଉଭୟ ନିରବ ରହିଛନ୍ତି। ତୁର୍କୀର ରାଜଧାନୀ ଇସ୍ତାନବୁଲରେ ହାଗିଆ ସୋଫିଆ ଚର୍ଚ୍ଚ ନିର୍ମାଣ କରାଯାଇଥିଲା । ଏହି ଚର୍ଚ୍ଚ ଏହାର ନିର୍ମାଣଶୈଳୀ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଏହା ଦୁନିଆର ସର୍ବଶ୍ରେଷ୍ଠ ସ୍ମାରକୀ ମଧ୍ୟରେ ଗଣାଯାଏ । ଏହି ଚର୍ଚ୍ଚ ବାଇଜାଣ୍ଟାଇନ୍ ରାଜା ଜଷ୍ଟିନିଆନଙ୍କ ନିର୍ଦ୍ଦେଶରେ ନିର୍ମିତ ହୋଇଥିଲା । ତୁର୍କୀରେ ଇସଲାମିକ ସାମ୍ରାଜ୍ୟ ପ୍ରତିଷ୍ଠା ପରେ ଏହି ଚର୍ଚ୍ଚକୁ ମସଜିଦରେ ପରିଣତ କରାଯାଇଥିଲା । ତେବେ ୧୯୨୩ରେ ତୁର୍କୀ ବିପ୍ଲବ ପରେ ଏହାକୁ ନୂଆ ସରକାର ସଂଗ୍ରହାଳୟ କରିଥିଲେ । କିନ୍ତୁ ଏବେକାର  ତୁର୍କୀ ରାଷ୍ଟ୍ରପତି ଏରଦୋଗାନ୍ ପୁନର୍ବାର ଏହାକୁ ମସଜିଦରେ ପରିଣତ କରିଛନ୍ତି । ତୁର୍କୀର ଏଭଳି ନିଷ୍ପତ୍ତି ଉପରେ ନିରବ ଥିବା ଓଆଇସି ଏବେ ଭାରତକୁ ସଦଭାବର ପାଠ ପଢାଇବା ସୈତାନର ବାଇବେଲ ପାଠ ଭଳି ।