ମାତ୍ର ୩୨ ମିନିଟିରେ ବିକ୍ରି ହେଲା ୧୦୦ କିଲୋ ସୁନା
Advertisement
Article Detail0/zeeodisha/odisha590366

ମାତ୍ର ୩୨ ମିନିଟିରେ ବିକ୍ରି ହେଲା ୧୦୦ କିଲୋ ସୁନା

ଦୀପାବଳିର ଗୋଟିଏ ଦିନ ପରେ ମାତ୍ର ଅଧଘଣ୍ଟାରେ ବିକ୍ରି ହୋଇଗଲା ୧୦୦ କିଲୋଗ୍ରାମ ସୁନା । ଅନ୍ୟପକ୍ଷେ ୬୦୦ କିଲୋଗ୍ରାମ ରୂପା ବିକ୍ରି ମଧ୍ୟ ହୋଇଛି । ମୁହୁର୍ତ୍ତ ଟ୍ରେଣ୍ଡିଂ ସମୟରେ ମୂଲ୍ୟବାନ ଧାତୁ କ୍ରୟ କରିବା ଶୁଭ ବୋଲି ମାନ୍ୟତା ରହିଛି । ପ୍ରତିବର୍ଷ ମୁହୁର୍ତ୍ତ ଟ୍ରେଣ୍ଡିଂରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ଇଣ୍ଡିଆ ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନ(ଆଇବିଜେଏ) ତରଫରୁ କରାଯାଇଥାଏ ।

ମାତ୍ର ୩୨ ମିନିଟିରେ ବିକ୍ରି ହେଲା ୧୦୦ କିଲୋ ସୁନା

ନୂଆଦିଲ୍ଲୀ: ଦୀପାବଳିର ଗୋଟିଏ ଦିନ ପରେ ମାତ୍ର ଅଧଘଣ୍ଟାରେ ବିକ୍ରି ହୋଇଗଲା ୧୦୦ କିଲୋଗ୍ରାମ ସୁନା । ଅନ୍ୟପକ୍ଷେ ୬୦୦ କିଲୋଗ୍ରାମ ରୂପା ବିକ୍ରି ମଧ୍ୟ ହୋଇଛି । ମୁହୁର୍ତ୍ତ ଟ୍ରେଣ୍ଡିଂ ସମୟରେ ମୂଲ୍ୟବାନ ଧାତୁ କ୍ରୟ କରିବା ଶୁଭ ବୋଲି ମାନ୍ୟତା ରହିଛି । ପ୍ରତିବର୍ଷ ମୁହୁର୍ତ୍ତ ଟ୍ରେଣ୍ଡିଂରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ଇଣ୍ଡିଆ ବୁଲିୟନ ଏଣ୍ଡ ଜ୍ୱାଲର୍ସ ଏସୋସିଏଶନ(ଆଇବିଜେଏ) ତରଫରୁ କରାଯାଇଥାଏ ।

ଆଇବିଜେଏର ରାଷ୍ଟ୍ରୀୟ ସଚିବ ସୁରେନ୍ଦ୍ର ମେହେଟା କହିଛନ୍ତି ଯେ ପ୍ରାୟ ଅଧଘଣ୍ଟା ବା ୩୨ ମିନିଟରେ ୧୦୦ କିଲୋ ସୁନା ଓ ୬୦୦ କିଲୋ ରୂପା ବିକ୍ରି କରାଯାଇଛି । ଚଳିତ ଥର ଧନତେରସରେ ସୁନାରୂପା ବିକ୍ରିରେ ହ୍ରାସ ଦେଖା ଦେଇଥିଲା । ଏହି ଧନତେରସରେ ୩୦ ଟନ ସୁନା ବିକ୍ରି ହୋଇଛି । ଅନ୍ୟପଟେ ଗତବର୍ଷ ଧନତେରସରେ ୪୦ ଟନ ସୁନା ବିକ୍ରି ହୋଇଥିଲା ।

ଗତବର୍ଷ ଅପେକ୍ଷା ଚଳିତ ବର୍ଷରେ ସୁନାରୁପା ଦାମ ବହୁତ ଅଧିକ ରହିଥିଲା । ଆଇବିଜେଏରୁ ମିଳିଥିବା ସୂଚନା ଅନୁସାରେ ମୁହୁର୍ତ୍ତ ଟ୍ରେଣ୍ଡିଂ ବେଳେ ୨୪ କ୍ୟାରେଟ ସୁନା ୩୮,୬୬୬ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ଅନ୍ୟପଟେ ଧନତେରସ ସମୟରେ ୨୪ କ୍ୟାରେଟ ସୁନା ୩୮,୭୨୫ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା । ସୁନା ଉପରେ ୩ ପ୍ରତିଶତର ଜିଏସଟି ମଧ୍ୟ ଲାଗିଥାଏ ।

ସେହିପରି ରୂପା ୪୬,୭୫୧ ଟଙ୍କା ପ୍ରତି କିଲୋରେ ବିକ୍ରି ହୋଇଛି । ଧନତେରସ ଦିନ ଗୋଟିଏ କିଲୋ ରୂପାର ଦାମ ୪୬,୭୭୫ ଟଙ୍କା ଥିଲା । ୨୨ କ୍ୟାରେଟ ସୁନା ୩୮,୫୫୧ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା । ଧନତେରସ ଦିନ ୨୨ କ୍ୟାରେଟ ସୁନାର ଦାମ ୩୮,୫୭୦ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା ।