ଡଙ୍ଗା ବୁଡ଼ିଯିବାରୁ ୧୪ଜଣଙ୍କ ମୃତ୍ୟୁ, ଏକାଧିକ ନିଖୋଜ
Advertisement

ଡଙ୍ଗା ବୁଡ଼ିଯିବାରୁ ୧୪ଜଣଙ୍କ ମୃତ୍ୟୁ, ଏକାଧିକ ନିଖୋଜ

ଦକ୍ଷିଣ ବାଂଲାଦେଶ ନିକଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ଦିନ ସକାଳେ ବୁଡ଼ିଯାଇଥିଲା ।ଏହି ଦୁର୍ଘଟଣାରେ ଅତିକମରେ ୧୪ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ଶରଣାର୍ଥୀ ନିଖୋଜ ହୋଇଯାଇଛନ୍ତି ।

ଡଙ୍ଗା ବୁଡ଼ିଯିବାରୁ ୧୪ଜଣଙ୍କ ମୃତ୍ୟୁ, ଏକାଧିକ ନିଖୋଜ

କାଙ୍କସ ବଜାର: ବାଂଲାଦେଶର ବର୍ତ୍ତେର ଅଞ୍ଚଳରେ ରହୁଥିବା ଅନେକ ରୋହିଙ୍ଗ୍ୟା ଶରଣାର୍ଥୀ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି । ରିପୋର୍ଟ ଅନୁଯାୟୀ ଦକ୍ଷିଣ ବାଂଲାଦେଶ ନିକଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଙ୍ଗଳବାର ସକାଳେ ବୁଡ଼ିଯାଇଥିଲା ।  ଏହି ଦୁର୍ଘଟଣାରେ ଅତିକମରେ ୧୪ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଯାଇଛି । ଅନେକ ରୋହିଙ୍ଗ୍ୟା ଶରଣାର୍ଥୀ ନିଖୋଜ ହୋଇଯାଇଛନ୍ତି । ଏହି ଘଟଣାରେ ପ୍ରାୟ ୭୦ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଉଦ୍ଧାର କରାଯାଇଛି । ଏହି ସମସ୍ତ ଲୋକ ଏକ ମାଛଧରା ନୌକାରେ ଲୁଛିଛପି ପଳାଉଥିଲେ । ୫୦ଜଣ ଲୋକଙ୍କୁ ନେଇଯିବାର ନୌକାର କ୍ଷମତା ରହିଥିବା ବେଳେ  ସେଥିରେ ପ୍ରାୟ ୧୩୦ଜଣ ଲୋକ ଯାତ୍ରା କରୁଥିଲେ ।

ଅଧିକ ପଢନ୍ତୁ: ନିର୍ଭୟା ମାମଲା: ଗଳାବାଟ ଖୋଜୁଛି ଅଭିଯୁକ୍ତ...

ସୂଚନା ଅନୁଯାୟୀ, ସେହି ଡଙ୍ଗାଟି ବଙ୍ଗଳା ତଟବର୍ତ୍ତୀ ଅଞ୍ଚଳରୁ କିଛି ଦୂରରେ ମାଲେସିଆକୁ ଆଡକୁ ଯାଉଥିଲା ।  ତଟରକ୍ଷୀ ବାହିନୀର ପ୍ରବକ୍ତା ହମ୍ମିଦୁଲ ଇସ୍ଲାମଙ୍କ କହିବା ଅନୁଯାୟୀ ପ୍ରାୟ ୭୦ଜଣ ଲୋକଙ୍କୁ  ଉଦ୍ଧାର କରିନିଆଯାଇଛି। ସୂଚନା ଅନୁଯାୟୀ ମିଆଁମାରରେ ୨୦୧୭ ମେରେ ସେନାର କାର୍ଯ୍ୟାନୁଷ୍ଠାନରେ ଡରିଯାଇ ୭ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ରହୁଥିଲେ । କାଁକସ ବଜାର ସ୍ଥିତ ଶରଣାର୍ଥୀ ଶିବିରରୁ ଏହି ଲୋକେ ମାଲେସିଆ ଯାଉଥିବା ନୌକାରେ ଯାତ୍ରା କରୁଥିଲେ । ହମ୍ମିଦୁଲ ଇସ୍ଲାମଙ୍କ କହିବା ଅନୁଯାୟୀ ମାଲେସିଆ ଆଡକୁ ଯାଉଥିବା ଡଙ୍ଗାରେ ଯାତ୍ରା କରୁଥିଲେ ।

ଅଧିକ ପଢନ୍ତୁ: କମୁଛି ଜାତୀୟ ଦଳର କ୍ରେଜ୍ !

ତଟରକ୍ଷୀ ବାହିନୀର ପ୍ରବକ୍ତା ହମ୍ମିଦୁଲ ଇସ୍ଲାମ କହିଛନ୍ତି, ବୁଡ଼ିଯାଇଥିବା ଏକ ନୌକାକୁ ଠାବ କରାଯାଇଛି ।  ଏଥିରେ ଯାତ୍ରା କରୁଥିବା ଅଧିକାଂଶ କାଁକସ ବଜାରର ଶରଣାର୍ଥୀ ଶିବିରରୁ ଥିଲେ । ଅନ୍ୟ ନୌକାଟିର କୌଣସି ସୂଚନା ମିଳିପାରିନାହିଁ । ଆମେ ତଲାସି ଅଭିଯାନ ଜାରି ରଖିଛୁ । ତଟରକ୍ଷୀ କମାଣ୍ଡର ନଇମ୍ ଇଲ୍ ହକ୍ ଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୪ଜଣଙ୍କ ମୃତଦେହ ମିଳିଛି । ପ୍ରାୟ ୭୦ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଆଉ ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଲୋକଙ୍କୁ ମାନବ ଚାଲାଣକାରୀ ଫସାଇ ନେଇଯାଉଥିଲେ । ନଭେମ୍ୱର ଠାରୁ ମାର୍ଚ୍ଚ ମଧ୍ୟରେ ସମୁଦ୍ର ଶାନ୍ତ ରହିଥାଏ । ଏହି ସମୟରେ ମତ୍ସ୍ୟଜୀବୀ ମାଛ ଧରିବାକୁ ଛୋଟ ଛୋଟ ନୌକାରେ ସମୁଦ୍ରକୁ ଯାଇଥାନ୍ତି।  ଏହିସମୟରେ ମାନବ ଚାଲାଣ ବଢ଼ିଯାଇଥାଏ ।