ମାତ୍ର ୨ ଟଙ୍କା ପାଇଁ ଯୁବକଙ୍କୁ ରଡରେ ପିଟି ହତ୍ୟା
Advertisement
Article Detail0/zeeodisha/odisha595174

ମାତ୍ର ୨ ଟଙ୍କା ପାଇଁ ଯୁବକଙ୍କୁ ରଡରେ ପିଟି ହତ୍ୟା

ଆନ୍ଧ୍ର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୨ ଟଙ୍କା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଘଟଣାଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ଘଟିଛି । ଜିଲ୍ଲାର କାକିନାଡା ଗ୍ରାମୀଣ ବ୍ଲକ ସ୍ଥିତି ବଲାସପକଲା ଗାଁରେ ମାତ୍ର ୨ ଟଙ୍କା ପାଇଁ ଝଗଡ଼ା ହେବା ପରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ମାତ୍ର ୨ ଟଙ୍କା ପାଇଁ ଯୁବକଙ୍କୁ ରଡରେ ପିଟି ହତ୍ୟା

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୨ ଟଙ୍କା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଘଟଣାଟି ଆନ୍ଧ୍ର ପ୍ରଦେଶର ଗୋଦାବରୀ ଜିଲ୍ଲାରେ ଘଟିଛି । ଜିଲ୍ଲାର କାକିନାଡା ଗ୍ରାମୀଣ ବ୍ଲକ ସ୍ଥିତି ବଲାସପକଲା ଗାଁରେ ମାତ୍ର ୨ ଟଙ୍କା ପାଇଁ ଝଗଡ଼ା ହେବା ପରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ନ୍ୟୁଜ ଏଜେନ୍ସି ଏଏନଆଇ ମୁତାବକ, ପୋଲିସ କହିଛନ୍ତି ଯେ ଏହି ମୃତକ ନାଁ ସ୍ୱର୍ଣ୍ଣାରାଜୁ, ତାଙ୍କ ବୟସ ୨୪ ବୋଲି ଜଣାପଡିଛି । ସେ ଏକ ସାଇକେଲ ଦୋକାନରେ ନିଜ ସାଇକେଲ ଟାୟରରେ ହାୱା ଭରିବାକୁ ଯାଇଥିଲେ । ତାଙ୍କ ପାଖରେ ୨ ଟଙ୍କା ନଥଲା । ଯାହାକୁ ନେଇ ଦୋକାନ ମାଲିକ ସାମ୍ୱା ସହ ବଚସା ହୋଇଥିଲା । ବିବାଦ ଏତେ ବଢି ଯାଇଥିଲା ଯେ କଥା ଅଭଦ୍ର ଭାଷା ଯାଏ ପହଞ୍ଚିଥିଲା । 

ପରେ ୨ ଟଙ୍କା ନ ଦେବାରୁ ରାଗି ସାମ୍ୱାଙ୍କ ଜଣେ ବନ୍ଧୁ ଅପ୍ପା ରାଓ ଗୋଟିଏ ଲୁହା ରଡ ଉଠାଇ ସୁବର୍ଣ୍ଣାରାଜୁଙ୍କ ମୁଣ୍ଡରେ ଆଘାତ କରିଥିଲେ । ଯାହା ପରେ ଘଟଣା ସ୍ଥଳରୁ ସ୍ୱର୍ଣ୍ଣାରାଜୁଙ୍କୁ କାକିନାଡା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଚିକିତ୍ସା ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ପୋଲିସ ଅନୁସାରେ ସେ ଜଣେ ଶ୍ରମିକ ଓ ଗରିବ ଲୋକ ଥିଲେ । ପୋଲିସ ସାମ୍ୱା ବା ଅପ୍ପା ରାଓଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଛି । ପୋଲିସ ସାମ୍ୱାଙ୍କୁ ଗିରଫ କରି ନେଇଛି । ଅନ୍ୟପକ୍ଷେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି ।