ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଗୋଟିଏ ଝଟକାରେ ବେକାର ହେଲେ ୨୫ ହଜାର ହୋମଗାର୍ଡ
Advertisement
Article Detail0/zeeodisha/odisha585062

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଗୋଟିଏ ଝଟକାରେ ବେକାର ହେଲେ ୨୫ ହଜାର ହୋମଗାର୍ଡ

ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖୁଥିବା ଏହି ହୋମଗାର୍ଡ ସଂଖ୍ୟାରୁ ୩୨ ପ୍ରତିଶତ ହ୍ରାସ କରାଯାଇଛି । ଏଡିଜିଙ୍କ ଆଦେଶ ପରେ ୨୫ ହଜାର ହୋମଗାର୍ଡଙ୍କ ସେବା ସମାପ୍ତ ହୋଇଯାଇଛି । ଏଡିଜି ପୋଲିସ ମୁଖ୍ୟାଳୟ, ବିପି ଜୋଗଦଣ୍ଡ ଏହି ଆଦେଶ ଜାରି କରିଛନ୍ତି।ଅଗଷ୍ଟ ୨୮ରୁ ପ୍ରଧାନ ସଚିବଙ୍କ ବୈଠକରେ ଏହି ସେବା ସମାପ୍ତ କରିବାର ନିଷ୍ପତ୍ତି ନିଆଯାଇଥିଲା । 

  • ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି, ଗୋଟିଏ ଝଟକାରେ ବେକାର ହେଲେ ୨୫ ହଜାର ହୋମଗାର୍ଡ ।
  • ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖୁଥିବା ଏହି ହୋମଗାର୍ଡ ସଂଖ୍ୟାରୁ ୩୨ ପ୍ରତିଶତ ହ୍ରାସ କରାଯାଇଛି।
  • ଏଡିଜିଙ୍କ ଆଦେଶ ପରେ ୨୫ ହଜାର ହୋମଗାର୍ଡଙ୍କ ସେବା ସମାପ୍ତ ହୋଇଯାଇଛି। 

Trending Photos

ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି, ଗୋଟିଏ ଝଟକାରେ ବେକାର ହେଲେ ୨୫ ହଜାର ହୋମଗାର୍ଡ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି । ବେକାର ହେଲେ ୨୫ ହଜାର ହୋମଗାର୍ଡ। ବିତ୍ତୀୟ ନିଅଣ୍ଟ ଯୋଗୁଁ ସରକାର ଏପରି ନିଷ୍ପତ୍ତି ନେଇଛି ବୋଲି ଜଣାପଡିଛି। ସୋମବାର ଠାରୁ ଏମାନଙ୍କ ଡ୍ୟୁଟି ଶେଷ କରି ଦେଇଛି ରାଜ୍ୟ ସରକାର।

ରାଜ୍ୟର ଆଇନ ଶୃଙ୍ଖଳାକୁ ବଜାୟ ରଖୁଥିବା ଏହି ହୋମଗାର୍ଡ ସଂଖ୍ୟାରୁ ୩୨ ପ୍ରତିଶତ ହ୍ରାସ କରାଯାଇଛି। ଏଡିଜିଙ୍କ ଆଦେଶ ପରେ ୨୫ ହଜାର ହୋମଗାର୍ଡଙ୍କ ସେବା ସମାପ୍ତ ହୋଇଯାଇଛି। ଏଡିଜି ପୋଲିସ ମୁଖ୍ୟାଳୟ, ବିପି ଜୋଗଦଣ୍ଡ ଏହି ଆଦେଶ ଜାରି କରିଛନ୍ତି. ଅଗଷ୍ଟ ୨୮ରୁ ପ୍ରଧାନ ସଚିବଙ୍କ ବୈଠକରେ ଏହି ସେବା ସମାପ୍ତ କରିବାର ନିଷ୍ପତ୍ତି ନିଆଯାଇଥିଲା।

ବର୍ତ୍ତମାନ ଯାଏଁ ୪୦ ହଜାର ହୋମଗାର୍ଡଙ୍କୁ ଚାକିରୀରୁ ବାହାର କରାଯାଇଛି. ହୋମାଗାର୍ଡ ବର୍ତ୍ତମାନ ସମୟରେ ୨୫ ଦିନ ପରିବର୍ତ୍ତେ ୧୫ ଦିନର ହିଁ ଡ୍ୟୁଟି ମିଳିବ। ଉତ୍ତର ପ୍ରଦେଶରେ ୯୦ ହଜାରରୁ ଅଧିକ ହୋମଗାର୍ଡ ରହିଛି. ଯୋଗୀ ସରକାରର କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ, ହୋମଗାର୍ଡ ବିଭାଗ ପାଇଁ ଆବଣ୍ଟିତ ବଜେଟ ବର୍ତ୍ତମାନ ସମୟରେ ବୃଦ୍ଧି କରି ହେବନି। କିନ୍ତୁ ଭବିଷ୍ୟତରେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।