୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ
Advertisement
Article Detail0/zeeodisha/odisha611188

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

ଅଭିଯୁକ୍ତକୁ ପୋଲିସ  ଧୂଷୁରୀ ଥାନା ରେ ଅଟକ ରଖିଛି । 

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଅଟକ

ଭଦ୍ରକ:  ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ  ହେଇଥିବା ନେଇ  ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ପୋଲିସ  ଧୂଷୁରୀ ଥାନା ରେ ଅଟକ ରଖିଛି । 

 

ସୂଚନା ମୁତାବକ, ଗତକାଲି  ଛାତ୍ରୀ ଜଣଙ୍କ ଖେଳ ଛୁଟି ସମୟରେ ସ୍କୁଲରେ ଖେଳୁଥିଲା  । ଏହି ସମୟରେ ଅଭିଯୁକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରୁ ଟେକି ନେଇଯାଇଥିଲା । ପରେ   ଅଭିଯୁକ୍ତ  ଛାତ୍ରୀକୁ ଶୌଚାଳୟ ନେଇ ସେଠାରେ  ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା  । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ରାତିରେ ଅଭିଯୁକ୍ତକୁ ଧୂଷୁରୀ ପୋଲିସ ଗିରଫ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି ।