ଛତିଶଗଡରେ ଟ୍ରାକ୍ଟର, ଜେସିବି ପୋଡିଲେ ନକ୍ସଲ
Advertisement

ଛତିଶଗଡରେ ଟ୍ରାକ୍ଟର, ଜେସିବି ପୋଡିଲେ ନକ୍ସଲ

ଛତିଶଗଡରେ ଲାଲ ହମଲା । ନାରାୟଣପୁର ପରେ ଦନ୍ତେୱାଡା ଜିଲ୍ଲାରେ ଗାଡି ପୋଡି ଦେଲେ ନକ୍ସଲ । ଡମ୍ପର, ଜେସିବି ସମେତ ୯ଟି ଗାଡି ପୋଡିଥିବା ସୂଚନା ମିଳିଛି । ଘଟଣା ସ୍ଥଳକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଛତିଶଗଡରେ ଲାଲ ହମଲା । ନାରାୟଣପୁର ପରେ ଦନ୍ତେୱାଡା ଜିଲ୍ଲାରେ ଗାଡି ପୋଡି ଦେଲେ ନକ୍ସଲ । ଡମ୍ପର, ଜେସିବି ସମେତ ୯ଟି ଗାଡି ପୋଡିଥିବା ସୂଚନା ମିଳିଛି । ଘଟଣା ସ୍ଥଳକୁ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି । 

ଆଜି ସକାଳୁ ନାରାୟଣପୁର ଜିଲ୍ଲାରେ ମଧ୍ୟ ହମଲା କରିଥିଲେ ନକ୍ସଲ । ଜିଲ୍ଲାର ମଦୋନାର ଗାଁରେ ୪ ଟ୍ରାକ୍ଟର, ଜେସିବି ଏବଂ ଅନ୍ୟ ଗାଡି ପୋଡି ଦେଇଥିଲେ । ଏହି ଗାଡିଗୁଡିକ ରାସ୍ତାକାମରେ ଲାଗିଥିଲା ବୋଲି ଜଣାପଡିଛି ।  ମଦୋନାର ଗାଁରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ ହେଉଛି ।