ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ
Advertisement

ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନ ଇତିହାସରେ ପ୍ରଥମ । ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନ ଇତିହାସରେ ପ୍ରଥମ । ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ । ରାଜଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୦୭ ନଭେମ୍ବର ୩ରେ  ଜରୁରୀକାଳୀନ ପରିସ୍ଥିତି ଘୋଷଣା ନେଇ ତଦନ୍ତ ପରିସରକୁ ଆସିଥିଲେ ମୁଶାରଫ । 

୨୦୧୩ରେ ଏନେଇ ମୁଶାରଫଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ସେ ୨୦୦୭ରେ ପାକିସ୍ତାନ ସମ୍ବିଧାନକୁ ରଦ୍ଦ କରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଥିଲେ। ଏହି ସମୟରେ ବହୁ ବିଚାରପତି ଓ ରାଜନେତାକୁ ବନ୍ଦୀ କରି ରଖିଥିଲେ ମୁଶାରଫ । ୨୦୧୪ ମାର୍ଚ୍ଚ ୩୧ରେ ଏହି ମାମଲାରେ ମୁଶାରଫଙ୍କ ସମ୍ପୃକ୍ତି ଥିବା କୋର୍ଟ କହିଥିଲେ । ସେବେଠୁ ଏହାର ଶୁଣାଣି ଚାଲିଥିଲା । 

୨୦୧୬ରୁ ମୁଶାରଫ ଦୁବାଇରେ ଚିକିତ୍ସିତ ହେଉଛନ୍ତି । ସୁରକ୍ଷା ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଆଉ ଫେରିବାର ନାଁ ଧରି ନାହାନ୍ତି । ମୁଶାରଫ ୨୦୦୧ରୁ ୨୦୦୮ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ରହିଥିଲେ ।