ପିକଅପ ଗାଡି ଧକ୍କାରେ ଜଣେ ମୃତ, ୨ ଗୁରୁତର
Advertisement
Article Detail0/zeeodisha/odisha611707

ପିକଅପ ଗାଡି ଧକ୍କାରେ ଜଣେ ମୃତ, ୨ ଗୁରୁତର

ପିକଅପ ଗାଡି  ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । 

ପିକଅପ ଗାଡି ଧକ୍କାରେ ଜଣେ ମୃତ, ୨ ଗୁରୁତର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଶୁଖା ରାସ୍ତାରେ ଗତକାଲି ରାସ୍ତାରେ ରାତିରେ ଏକ ପିକଅପ ଗାଡି  ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାଁ ପୁରନ୍ଦର ସାହୁ ।
ସୂଚନା ଅନୁସାରେ, ଶୁଖା-ସର୍ଗୁଲ ରାସ୍ତାର ଗମ୍ଭାରିପାଲିଠାରେ ଦୃତ ଗତିରେ ଆସୁଥିବା ପିକଅପ ଭାରସାମ୍ୟ ହରାଇ ପ୍ରଥମେ ୨ ଛାତ୍ରକୁ ଧକ୍କା ଦେଇ ଥିଲା । ଗୁରୁତର ଥିବା ଛାତ୍ରଦ୍ୱୟ ହେଲେ କ୍ରିଷ୍ଣା ସାହୁ ଓ ସୌରଭ ବେହେରା । ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଇକ ଆରୋହି ପୁରନ୍ଦର ସାହୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

ଘଟଣା ସ୍ଥଳରେ ଲୋକେ ଉତ୍ୟକ୍ତ ହୋଇ ଗାଡିକୁ ପୋଡିଦେଇଥିବା ଦେଖିବାକୁ ମିଳିଛି ।