Nirbhaya Rape Case: ଫାଶୀ ଖୁଣ୍ଟରେ ଝୁଲିବେ 'ନିର୍ଭୟା' ଦୁଷ୍କର୍ମକାରୀ!
Advertisement
Article Detail0/zeeodisha/odisha606331

Nirbhaya Rape Case: ଫାଶୀ ଖୁଣ୍ଟରେ ଝୁଲିବେ 'ନିର୍ଭୟା' ଦୁଷ୍କର୍ମକାରୀ!

ନିର୍ଭୟା ମାମଲାରେ ଅଭିଯୁକ୍ତ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିବା ପୂର୍ବରୁ କ୍ଷମା ପ୍ରାର୍ଥନାକୁ ଦିଲ୍ଲୀ ଉପ ରାଜ୍ୟପାଳ ଖାରଜ କରି ଦେଇଥିଲେ । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଭୟା ମାମଲାର ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ କ୍ଷମା ଆବେଦନକୁ ଅଗ୍ରାହ୍ୟ କରିଛି ।

Nirbhaya Rape Case: ଫାଶୀ ଖୁଣ୍ଟରେ ଝୁଲିବେ 'ନିର୍ଭୟା' ଦୁଷ୍କର୍ମକାରୀ!

ପ୍ରକାଶ ରଞ୍ଜନ ପରିଡା,ନୂଆଦିଲ୍ଲୀ: ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରାଯାଇଥିବା ବେଳେ ନିର୍ଭୟା ମାମଲାରେ ଅଭିଯୁକ୍ତ ଫାଶୀ ଖୁଣ୍ଟରେ ଝୁଲିବା ସମ୍ଭାବନା ସୃଷ୍ଟି ହୋଇଛି । ଶୁକ୍ରବାର ନିର୍ଭୟା ମାମଲାରେ ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି । ସେପଟେ  ଆବେବନକୁ ଖାରଜ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଛି । ୨୦୧୨ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ପାଶୀ ଦଣ୍ଡାଦେଶ ଶୁଣାଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଦୋଷୀଙ୍କୁ ଦଣ୍ଡ ମିଳି ନଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିର୍ଭୟାଙ୍କ ମାଆ ମଧ୍ୟ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । 

ନିର୍ଭୟା ମାମଲାରେ ଅଭିଯୁକ୍ତ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପାଇଁ ଆବେଦନ କରିବା ପୂର୍ବରୁ କ୍ଷମା ପ୍ରାର୍ଥନାକୁ ଦିଲ୍ଲୀ ଉପ ରାଜ୍ୟପାଳ ଖାରଜ କରି ଦେଇଥିଲେ । ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଭୟା ମାମଲାର ଜଘନ୍ୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ କ୍ଷମା ଆବେଦନକୁ ଅଗ୍ରାହ୍ୟ କରିଛି । ଏବେ ରାଷ୍ଟପତି ହିଁ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ଅନ୍ତିମ ନିଷ୍ପତ୍ତି ନେବେ । ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ବି ଏପର୍ଯ୍ୟନ୍ତ ଆଇନର ଫାନ୍ଦ ଭିତରେ ଝୁଲି ରହିଛି ମାମଲା ।

ଅନ୍ୟପଟେ ଉନ୍ନାଓ ପୀଡ଼ିତା ଏବେ ସଫଦରଗଞ୍ଜ ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଛନ୍ତି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଶୁକ୍ରବାର ସଂସଦରେ ମଧ୍ୟ ଜୋରଦାର ହଙ୍ଗାମା ହୋଇଛି । ଏହାସହ ଏନକାଉଣ୍ଟର ଘଟଣାକୁ ନେଇ ସରଗରମ ହୋଇଛି ସଂସଦର ଉଭୟ ଗୃହ । ହାଇଦ୍ରାବାଦରେ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ପରେ ଏବେ ଉନ୍ନାଓରେ ଜୀଅଁନ୍ତା ଜଳାଇ ପୀଡିତାଙ୍କୁ ମାରିଦେବାକୁ ଉଦ୍ୟମ କରୁଥିବା ଅଭିଯୁକ୍ତଙ୍କୁ ଶାସ୍ତି ନ ମିଳିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ସ୍ମୃତି ଇରାନୀ ।

ଦିଲ୍ଲୀରେ ଚିକିତ୍ସାଧୀନ ଉନ୍ନାଓ ପୀଡିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ଶରୀରର ୭୫ ପ୍ରତିଶତ ଜଳି ଯାଇଥିବାରୁ ଗୁରୁତର ଅବସ୍ଥାରେ ଗୁରୁବାର ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ସଫଦରଗଞ୍ଜ ସ୍ଥାନାନ୍ତର କରାଯାଇଥିଲା । ମାମଲାରେ ମୋଟ ୫ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜାମିନରେ ଆସିଥିବା ୨ ଜଣ ଅଭିଯୁକ୍ତ, ଅନ୍ୟ ୩ ଜଣଙ୍କ ସହ ମିଶି ପୀଡିତାଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ ।

 ସେପଟେ ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶର ପ୍ରତ୍ୟେକ ଥାନାରେ ମହିଳା ଡେସ୍କ ପାଇଁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏଥିପାଇଁ  ନିର୍ଭୟା ଫଣ୍ଡରୁ ୧୦୦ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ଗୃହ ମନ୍ତ୍ରାଳୟ । ପୋସ୍କୋ ଆଇନରେ ଦୁଷ୍କର୍ମକାରୀଙ୍କୁ କ୍ଷମା ଆବେଦନ ଅଧିକାର ନ ମିଳିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ମତ ରଖିଛନ୍ତି । ଦୁଷ୍କର୍ମକାରୀଙ୍କୁ ପ୍ରତି ସରକାର କଠୋର ହେଉଥିବାବେଳେ ଦେଶରେ ଏପରି କାର୍ଯ୍ୟ ଉପରେ ଲଗାମ ଲାଗିବା ଆଶା କରାଯାଉଛି ।