୨୫ କୋଟି ଦେଲେ ଅକ୍ଷୟ କୁମାର
Advertisement

୨୫ କୋଟି ଦେଲେ ଅକ୍ଷୟ କୁମାର

ସହାୟତାର ହାତ ବଢାଇଲେ ଅକ୍ଷୟ କୁମାର ଓ ସୁରେଶ ରାଇନା

୨୫ କୋଟି ଦେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଏହି ଗୁରୁତର ବିପତ୍ତି ସମୟରେ ଖେଳାଳିଙ୍କ ଠାରୁ ଆରମ୍ଭ କରି ପ୍ରତିପତ୍ତିଶାଳୀ ବ୍ୟକ୍ତି, ସିନେତାରକା ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ବଲିଉଡ ତାରକା ଅକ୍ଷୟ କୁମାର ସହାୟତାର ହାତ ବଢାଇଛନ୍ତି। ତାଙ୍କର ସଞ୍ଚିତ ରାଶିରେ ସେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫି ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। 

ଏନେି ସେ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଦେଶର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକ ହେବାକୁ ପଡ଼ିବ। ଆମ ଦ୍ୱାରା ଯାହା ଓ ଯେତିକି ସମ୍ଭବ, ସେହି ଅନୁଯାୟୀ ଆମକୁ ସହାୟତା କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ମୋର ସଞ୍ଚିତ ରାଶିରୁ ୨୫ କୋଟି ଟଙ୍କା ଦାନ କରୁଛି। ଆସନ୍ତୁ ମିଳିମିଶି ସହାୟତା କରିବା, ଜୀବନ ବଞ୍ଚାଇବା। ଜାନ ହେ ତୋ ଜାହାନ ହେ ବୋଲି ସେ ଟ୍ୱିଟର ଯୋଗେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଅକ୍ଷୟକୁମାର ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରି ଆସୁଛନ୍ତି। ଏପରିକି ସେ ଲୋକମାନଙ୍କୁ ଆଇସୋଲେସନ, ସଂଗରୋଧରେ ରହିବାକୁ ବାରମ୍ବାର ଅନୁରୋଧ ମଧ୍ୟ କରି ଆସୁଛନ୍ତି। ସେପଟେ କ୍ରିକେଟ ତାରକା ସୁରେଶ ରାଇନା ରିଲିଫ ପାଣ୍ଠିକୁ ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ୫୨ ଲକ୍ଷ ଟଙ୍କା ମଧ୍ୟରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫି ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।