କାନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
Advertisement
Article Detail0/zeeodisha/odisha617918

କାନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଆଜି  ଉତ୍ତର ପ୍ରଦେଶର କାନପୁରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି

କାନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ନୂଆଦିଲ୍ଲୀ: ଅସହ୍ୟ ଜାଡ଼ରେ କଲବଲ ହେଉଛି ଉତ୍ତର ଭାରତ। ଆଜି  ଉତ୍ତର ପ୍ରଦେଶର କାନପୁରରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସକାଳ ୭ଟା ସୁଦ୍ଧା 0 ଡିଗ୍ରୀ ସେଲସିୟସ ରହିଛି । ସେହିପରି ଉତ୍ତର ପ୍ରଦେଶର ବାହାରିଚ୍‌ର ସର୍ବନିମ୍ନ ତାପମାତ୍ରା ୧୦୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି । 

fallbackଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୟୁପି, ଦିଲ୍ଲୀ, ବିହାର, ପଞ୍ଜାବ, ଚଣ୍ଡିଗଡ଼ ଓ ହରିଆଣାର ଏକାଧିକ ସ୍ଥାନରେ ଆଗାମୀ ଦିନରେ ପ୍ରବଳ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ଗତକାଲି ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୧୧୯ ବର୍ଷର ରେକର୍ଡ ଭାଙ୍ଗିଥିଲା । ଆଜି ଦିଲ୍ଲୀର ସର୍ବୋଚ୍ଚ ତାପମାତ୍ରା ୧୧ ଡିଗ୍ରୀ ରେକର୍ଡ କରାଯାଇଛି । ଲୋଧି ରୋଡ଼ରେ ୩.୭ଡିଗ୍ରୀ, ଆୟ ନଗରରେ ୪.୨ ଡିଗ୍ରୀ, ପାଲମରେ ୪.୧  ଡିଗ୍ରୀ ରହିଛି ।