'Amazon ସହେଲି' ସହ ଯୋଡ଼ିହୋଇ ମହିଳା ହେଉଛନ୍ତି ଶସକ୍ତିକରଣ
Advertisement

'Amazon ସହେଲି' ସହ ଯୋଡ଼ିହୋଇ ମହିଳା ହେଉଛନ୍ତି ଶସକ୍ତିକରଣ

ଉଦାହରଣ ସୃଷ୍ଟି କରିଛନ୍ତି ନୂଆଦିଲ୍ଲୀର ତନବୀ ଜୋହର

'Amazon ସେହେଲି' ସହ ଯୋଡ଼ିହୋଇ ମହିଳା ହେଉଛନ୍ତି ଶସକ୍ତିକରଣ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ:  ଆଜିକାଲି ମହିଳାମାନେ ବି ପୁରୁଷଙ୍କ ସହ କାନ୍ଧ ମିଳାଇ ପ୍ରଶାସନିକ କ୍ଷେତ୍ର, ଚାକିରୀ, କ୍ରର୍ପୋରେଟ୍ ସେକ୍ଟର ଏବଂ ବ୍ୟବସାୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ଏବେବି ଅନେକ ମହିଳା ରହିଛନ୍ତି ଯେଉଁମାନଙ୍କ ଜ୍ଞାନ ଓ ଇଛାଶକ୍ତି ଥାଇ ମଧ୍ୟ ସୁଯୋଗ ଅଭାବରୁ ନିଜକୁ ରୋଜଗାରକ୍ଷମ କରିପାରିନାହାନ୍ତି ।  ଆମେ ଆପଣଙ୍କୁ ଏମିତି ଏକ ମହିଳାଙ୍କ କଥା କହିବୁ ଯେ ନିଜର ବ୍ୟବସାୟକୁ ଅନଲାଇନରେ ବିକ୍ରି କରି  ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଛନ୍ତି । ଆମେ କହୁଛୁ ନୂଆଦିଲ୍ଲୀର ତନବୀଙ୍କ କଥା ।  ଆମାଜନ ସେଲ୍ ମାଧ୍ୟମରେ  ତନବୀଙ୍କ ପରି ମହିଳାଙ୍କ ଉଦ୍ୟମଙ୍କୁ  ଭିନ୍ନ ପ୍ରକାରର ଉତ୍ପାଦ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିପାରିଛି ।  ଯେମିତିକି ପୋଷାକ, ଖାଦ୍ୟ, ଘର ଏବଂ ରୋଷେଇ ସାମଗ୍ରୀ ଯାହା ସେମାନେ ସ୍ଥାନୀୟ ଦୋକାନରେ କେବଳ ବିକ୍ରି କରୁଥିଲେ । ଏହିସବୁ ଜିନିଷର ଅନଲାଇନରେ ଢେର୍ ଚାହିଦା ବଢ଼ିଛି । ନୂଆଦିଲ୍ଲୀର ତନବୀ ଜୋହର  ୨୦୧୭ ମସିହାରେ 'କାରମେସୀ' ନାଁରେ ତାଙ୍କର ବ୍ୟବସାୟର ଶୁଭାରମ୍ଭ କରିଥିଲେ ।  ତନବୀ ସୁରକ୍ଷିତ, ପରିବେଷ ଉପଯୋଗୀ ସ୍ଥାୟୀ ଏବଂ  ସମ୍ପୂର୍ଣ୍ଣ ପ୍ରାକୃତିକ ସାନିଟାରୀ ନ୍ୟାପକିନ୍ ର ଏକ ଅଭିନବ  ଚିନ୍ତାଧାରା ଆଣିଥିଲେ । ଏହିପ୍ରକାର ଚିନ୍ତାଧାରାରୁ ମହିଳାଙ୍କ ସ୍ୱଚ୍ଛତା ଜିନିଷରୁ ଏକ ବ୍ରାଣ୍ଡର ଜନ୍ମନେଲା 'କାରମେସୀ'  ।

ପ୍ରଥମଥର ତାଙ୍କ ଉତ୍ପାଦ ଅନଲାଇନ୍ ଲଞ୍ଚ ହେବାପରେ 'କାରମେସୀ'କୁ କଡ଼ା ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିଲା  ।  ମୁଖ୍ୟତଃ ଏହି ଉତ୍ପାଦ ଶ୍ରେଣୀର ବିକ୍ରୀ ସ୍ଥାନୀୟ ବଜାରରେ ହୋଇଥାଏ । ନିଜର ଉତ୍ପାଦନକୁ ଅନଲାଇନରେ ପହଞ୍ଚାଇବା  ପାଇଁ  ଏବଂ ସଠିକ୍ ଗ୍ରାହକ ନିକଟରେ  ପହଞ୍ଚିବା ତନବୀଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ଥିଲା । ନିଜର ଦ୍ରବ୍ୟ ବିକ୍ରି ପାଇଁ ୨୦୧୭ ମସିହାରେ 'ଆମାଜନ ସହେଲି' ସହ ସମ୍ପର୍କ କଲେ ଜନବୀ  । ଏହାପରେ ତାଙ୍କ ପାଇଁ ସୁଯୋଗର ନୂଆ ଦୁଆର ଖୋଲିଗଲା । ତାଙ୍କ ଉତ୍ପାଦ  ଆମାଜନ  ଇଣ୍ଡିଆରେ ଅନଲାଇନରେ ବିକ୍ରି ପାଇଁ ସୁଯୋଗ ମିଳିଲା ।

'ଆମାଜନ ସେହେଲି' ସହ ଯୋଡ଼ିହେବା ପରେ ମାର୍ଗଦର୍ଶନ ଏବଂ ପରାମର୍ଶ ନେବା ପରେ ତନବୀ 'ଆମାଜନ ଇଣ୍ଡିଆ' ବଜାରରେ ନିଜ କମ୍ପାନୀ 'କାରମେସୀ' ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବନାଇପାରିଲେ । ପ୍ରଥମକରି Amazon.in ରେ ପଞ୍ଜିକୃତ ହେବାପରେ 'କାରମେସୀ' ଚାହିଦା ୨୦୦ ଗୁଣା ବଢ଼ିଗଲା ।  ନିକଟରେ ସରିଥିବା ଆମାଜନ ର ଗ୍ରେଟ୍ ଇଣ୍ଡିଆ  ଫେଷ୍ଟିଭାଲ ଅବସରରେ ଏକ ସପ୍ତାହ ମଧ୍ୟରେ 'କାରମେସୀ' ବିକ୍ରି ଦୁଇଗୁଣା ବୃଦ୍ଧି ହେଲା ।

ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ଅବସରରେ ଆମାଜନ ସହେଲି ଷ୍ଟାର ମାଧ୍ୟମରେ 'କାରମେସୀ' ଚାହିଦା ଏବଂ ପହଞ୍ଚ ବଢ଼ିବା ସହ ଉପଭୋକ୍ତାଙ୍କ ମଧ୍ୟରେ ଏହି ବ୍ରାଣ୍ଡର ଲୋକପ୍ରିୟତା ବୃଦ୍ଧି ପାଇଲା ।  ବ୍ରାଣ୍ଡର ବୃଦ୍ଧି କାରଣରୁ  କମ୍ପାନୀ ଦ୍ୱାରା ନିଯୁକ୍ତ ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ିଲା । ଉତ୍ପାଦ ବୃଦ୍ଧି ଚାହିଦାକୁ ଦେଖି ଉତ୍ପାଦନ ବୃଦ୍ଧି ପାଇଲା । ଆମାଜନ୍ ସହେଲି ମଧ୍ୟମରେ ତନବୀ ପରି ମହିଳାଙ୍କ ଉଦ୍ୟମରେ ଭଳିକି ଭଳି ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ସୁଯୋଗ ମିଳୁଛି ।  ଯେପରିକି ପୋଷାକ, ଖାଦ୍ୟ, ଘର ଏବଂ ରୋଷେଇ ସାମଗ୍ରୀ । ଯାହାକୁ  ସ୍ଥାନୀୟ ଅଞ୍ଚଳର ଷ୍ଟୋରରେ ବିକ୍ରି ପାଇଁ  ତିଆରି କରାଯାଇଥାଏ । ପଞ୍ଜିକୃତ ମହିଳା ଉଦ୍ୟୋଗୀଙ୍କୁ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ସହ କାର୍ଯ୍ୟକ୍ରମକୁ ବିଶ୍ୱ ସ୍ତରୀରେ ପହଞ୍ଚାଇବା ପାଁଇ ସମସ୍ତ ସୁବିଧା ସହ ବ୍ୟବସାୟ ପାଇଁ ସହଯୋଗର ହାତ ବଢ଼ାଇଥାଏ ।  ଏହାଦ୍ୱାରା ବ୍ୟବସାୟ ଚାଲିବା ସହ ମହିଳା କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ  ଆମାଜନ୍ ସହେଲି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମାଜନ୍ ତାର ଭାଗିଦାରୀ ପାଇଁ ଆମାଜନ ଗ୍ରାହକ ପ୍ରଶିକ୍ଷଣ, କୁଶଳୀ ବିକାଶ କାର୍ଯ୍ୟଶାଳା ଚଳାଉଛି । ଏହାଦ୍ୱାରା ମହିଳା ଉଦ୍ୟୋଗୀ ଅଲଲାଇନ୍ ବିକ୍ରୀ ସମ୍ପର୍କରେ ବୁଝିପାରିବେ,  ସେମାନଙ୍କୁ  Amazon.in ରେ ବ୍ୟବସାୟ ବୃଦ୍ଧି ପାଇଁ ଅବଶ୍ୟକ କୁଶଳୀ ଏବଂ ସକ୍ଷମ ମହିଲା ମିଳିବେ । ପ୍ରଶିକ୍ଷଣ ମାଧ୍ୟମରେ ଉତ୍ପାଦ ସୂଚୀକରଣ, ଇମେଜିଂ, ଏବଂ କ୍ୟାଟଲଗିଙ୍ଗ୍, ପ୍ୟାକେଜିଂ, ସିପିଂ ଏବଂ ଗ୍ରାହକ ସେବା ଅଦି ଦିଗରେ ଦକ୍ଷ ହୋଇପାରିବେ । ଆମାଜନ୍ ସହେଲି ୧ ଲକ୍ଷ  ମହିଳାଙ୍କୁ ଶସକ୍ତ କରିପାରିଛି ।