ବାଲେଶ୍ୱରରେ କ୍ଲୋରିନ ଗ୍ୟାସ ଲିକ ହୋଇ ଶତାଧିକ ଅସୁସ୍ଥ
Advertisement
Article Detail0/zeeodisha/odisha596414

ବାଲେଶ୍ୱରରେ କ୍ଲୋରିନ ଗ୍ୟାସ ଲିକ ହୋଇ ଶତାଧିକ ଅସୁସ୍ଥ

ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି

file photo

ଭୁବନେଶ୍ୱର: ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଠାରେ ଥିବା ଫାଲକନ ଚିଙ୍ଗୁଡ଼ି ପ୍ରସେସିଂ ପ୍ଲାଣ୍ଟରେ କ୍ଲୋରିନ ଗ୍ୟାସ ଲିକ ଯୋଗୁଁ  ୭୦ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ଲାଣ୍ଟରେ ପ୍ରସେସିଂ ଚାଲିଥିବା ବେଳେ ହଠାତ ଆମୋନିଆ ଗ୍ୟାସ ଲିକ ହୋଇଥିଲା । ଗ୍ୟାସର ପ୍ରଭାବରେ ସେଠାରେ କାମ କରୁଥିବା କର୍ମଚାରୀମାନେ ଅସୁସ୍ଥ ହୋଇ ପଡ଼ିଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟ କିଛି ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଛି । 

ତେବେ କେଉଁ କାରଣରୁ ଗ୍ୟାସ ଲିକ ହୋଇଛି ତାହା ବର୍ତ୍ତମାନ ଜଣା ପଡ଼ି ନାହିଁ । ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି ।