ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବ 'ମହାଯଜ୍ଞ'!
Advertisement

ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବ 'ମହାଯଜ୍ଞ'!

ପରିବେଶ ସୁରକ୍ଷା ସହିତ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଥିବା ବେଳେ, ଏବେ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବ 'ମହାଯଜ୍ଞ' ! ଚଳିତ ବର୍ଷ ଗାନ୍ଧି ଜୟନ୍ତୀଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । 

  • ପରିବେଶ ସୁରକ୍ଷା ସହିତ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଥିବା ବେଳେ, ଏବେ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବ 'ମହାଯଜ୍ଞ' ! ଚଳିତ ବର୍ଷ ଗାନ୍ଧି ଜୟନ୍ତୀଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ।
  • 'ସିଙ୍ଗଲୟୁଜ ପ୍ଲାଷ୍ଟିକ'କୁ ନେଇ ଜାତିସଂଘରେ ମଧ୍ୟ ମତ ପ୍ରକାଶ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଓ କହିଛନ୍ତି ଭାରତ ଏଥି ପ୍ରତି ଯତ୍ନବାନ, ଭାରତୀୟ ଏହି ସ୍ଲୋଗାନକୁ ନେଇ ସଚେତନ ।
  • ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଭାରତୀୟ 'ସିଙ୍ଗଲୟୁଜ ପ୍ଲାଷ୍ଟିକ' ଉପରେ ଧ୍ୟାନ ଆକର୍ଷଣ କରି ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିସାରିଛନ୍ତି ଭାରତ 'ସିଙ୍ଗଲୟୁଜ ପ୍ଲାଷ୍ଟିକ'କୁ ନେଇ ବିଶ୍ୱରେ ଉଦାହରଣ ସୃଷ୍ଟି କରିବ ।
  •  

Trending Photos

ପରିବେଶ ସୁରକ୍ଷା ସହିତ ନିଜ ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଥିବା ବେଳେ, ଏବେ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବ 'ମହାଯଜ୍ଞ' ! ଚଳିତ ବର୍ଷ ଗାନ୍ଧି ଜୟନ୍ତୀଠାରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକ ବନ୍ଦ ପାଇଁ ପ୍ରଚାର ପ୍ରସାର ଚାଲିଛି । ତେବେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ କାଞ୍ଚପଡ଼ା ଗ୍ରାମର ଗଜେନ୍ଦ୍ର ଅଗସ୍ତି ନାମକ ଜଣେ ଯୁବକ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ ପାଇଁ ଆପଣାଇଛନ୍ତି ଅଭିନବ ଉପାୟ ।  ନିଜ ଉଦ୍ୟମରେ ଗ୍ରାମବାସୀଙ୍କ ସହଯୋଗରେ ଦେଶ ଓ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କରିଛନ୍ତି 'ମହାଯଜ୍ଞ' । ୩୭ ବର୍ଷୀୟ ଗଜେନ୍ଦ୍ର ପେସାରେ ଜଣେ ପୂଜକ, ଘରେ ଘରେ ଯାଇ ପୂଜାରୁ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳାଇଥାନ୍ତି ।  ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ସେ ସ୍ଵଛ ଭାରତ ପାଇଁ ବହୁ ଦିନରୁ ପ୍ରୟାସ ଜାରି ରଖିଛନ୍ତି । ଗଜେନ୍ଦ୍ର ଅଗସ୍ତି ଦୁର୍ଗା ପୂଜା ଅବସରରେ ନିଜ ଉଦ୍ୟମରୁ କାଂଚନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ପାଇଁ, ମହାଯଜ୍ଞ କରିବା ସହିତ ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରିଛନ୍ତି । ଯେଉଁଥିପାଇଁ ସବୁଠି ପ୍ରଶଂସାର ପାତ୍ର ପାଲଟିଛନ୍ତି ଗଜେନ୍ଦ୍ର ଅଗସ୍ତି ।

ଖାଲି ଏତିକି ନୁହେଁ ପୂର୍ବରୁ ମଧ୍ୟ ଦେଶ ଓ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଦୀର୍ଘ ଦିନ ହେବ ଗଜେନ୍ଦ୍ର ଚେଷ୍ଟା ଜାରି ରଖିଥିବା ବେଳେ ଗାଁ ଗାଁ ବୁଲି ପିଲାଠୁ ବୃଦ୍ଧାବୃଦ୍ଧଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନ କରିଆସୁଛନ୍ତି । ତାଙ୍କ ଏହି କାର୍ଯ୍ୟକୁ ଗ୍ରାମବାସୀ ମଧ୍ୟ ଗ୍ରହଣ କରିଥାନ୍ତି ଓ ଅନ୍ୟମାନକୁ ନିଜ ଅଞ୍ଚଳ ସଫା ରଖିବା ପାଇଁ ବୁଝାଇବାକୁ ପ୍ରୟାସ କରିଥାନ୍ତି । ଏବେ ଏହି ଅଭିନବ ଉପାୟରେ ଗ୍ରାମଞ୍ଚଳରେ ସଚେତନ କରିବା ପାଇଁ ଗ୍ରାମବାସୀଙ୍କ ସହଯୋଗରେ ପ୍ଲାଷ୍ଟିକ ମୁକ୍ତ ଯଜ୍ଞ କରିଥିବାରୁ ଅଞ୍ଚଳବାସୀ ମଧ୍ୟ ସହଯୋଗ କରିଥିଲେ । ମା ଦୁର୍ଗାଙ୍କ ପୂଜା ଆରମ୍ଭରୁ ବିଭିନ୍ନ ଆଖପାଖ ଗ୍ରାମକୁ ସଫା କରିବା ସହିତ ସଚେତନ କରିଥିଲେ । ନବମୀ ଦିନ ଗ୍ରାମବାସୀଙ୍କ ସହଯୋଗରେ ଏକ ରାଲି କରି ବିଭିନ୍ନ ସ୍ଲୋଗାନ ଦ୍ୱାରା ନିଜ ଅଞ୍ଚଳକୁ ସ୍ଵଛ ରଖିବା ବିଷୟରେ ବୁଝାଇଥିଲେ ଏବଂ  ମନ୍ଦିର ପାଖରେ ଏଭଳି ଅଭିନବ ଉପାୟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଯଜ୍ଞ ସରିବା ପରେ ଆବାଳବୃଦ୍ଧବନୀତା ସମସ୍ତେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରିଥିଲେ । ଏହି ଗ୍ରାମରେ ମହିଳାମାନେ ମଧ୍ୟ ବୃକ୍ଷରୋପଣ ସହ ଗାଁକୁ ସଫା ସୁତୁରା କରିବାକୁ ଶପଥ ନେଇଥିଲେ । ଗଜେନ୍ଦ୍ର ଅଗସ୍ତିଙ୍କ ଏହିଭଳି ପ୍ରୟାସକୁ ସମସ୍ତ ଗ୍ରାମବାସୀ ସହଯୋଗ କରିବା ସହ ପ୍ରଶଂସା ମଧ୍ୟ କରିଥିଲେ । ସମାଜରେ ଏହିଭଳି ସମାଜସେବୀ କାମ କରୁଥିବାରୁ ତାଙ୍କୁ ସବୁଠି ମିଳୁଛି ପ୍ରଶଂସା । ପରିବାର, ସମାଜର ଏଭଳି ସମସ୍ତ ବର୍ଗର ଲୋକଙ୍କର ପାଖରେ ପ୍ରଶଂସାର ପାତ୍ର ପାଲଟିଥିବା ସହ ଆଗକୁ ସ୍ଵଛ ଭାରତ ପାଇଁ ଅଧିକରୁ ଅଧିକ ସମୟ ଦେବା ନେଇ ସୂଚନା ଦେଇଛନ୍ତି ଗଜେନ୍ଦ୍ର । ଏଭଳି କାର୍ଯ୍ୟ କରି ଉତ୍ସାହିତ ହେବା ସହ, ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଗଜେନ୍ଦ୍ରଙ୍କୁ  ସମସ୍ତ ପ୍ରକାର ସାହାଜ୍ୟ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଗ୍ରାମବାସି ।

ବହୁଳ ଭାବରେ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ଜୀବଜଗତ ଉପରେ କୁପ୍ରଭାବ ପଡ଼ୁଛି । ତେଣୁ ଯଥା ସମ୍ଭବ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ଜରୁରୀ ହୋଇପଡ଼ିଛି । ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ରାଜ୍ୟ ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ବିଦ୍ୟାଳୟ ମାନଙ୍କରେ ମଧ୍ୟ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବ୍ୟବହାର ନେଇ ସଚେତନ କରାଯାଉଛି । ପ୍ଲାଷ୍ଟିକ ବ୍ୟାଗ, କପ୍, ପ୍ଲେଟ୍, ଓ ପ୍ଲାଷ୍ଟିକ ବୋତଲ ବ୍ୟବାହାର ଦେଶବ୍ୟାପି ନିଷେଦ୍ଧ ପାଇଁ ନିର୍ଦେଶ ଦିଆଯାଇଛି । ସେହିପରି ରେଳବାଇ ପକ୍ଷରୁ ମଧ୍ୟ ରେଳ ଷ୍ଟେସନ ଓ ଟ୍ରେନରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଛି । ପରିବେଶ ସୁରକ୍ଷା ପାଇଁ ପ୍ଲାଷ୍ଟିକ ବ୍ୟବହାରକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି ।

'ସିଙ୍ଗଲୟୁଜ ପ୍ଲାଷ୍ଟିକ'କୁ ନେଇ ଜାତିସଂଘରେ ମଧ୍ୟ ମତ ପ୍ରକାଶ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଓ କହିଛନ୍ତି ଭାରତ ଏଥି ପ୍ରତି ଯତ୍ନବାନ, ଭାରତୀୟ ଏହି ସ୍ଲୋଗାନକୁ ନେଇ ସଚେତନ । ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଭାରତୀୟ 'ସିଙ୍ଗଲୟୁଜ ପ୍ଲାଷ୍ଟିକ' ଉପରେ ଧ୍ୟାନ ଆକର୍ଷଣ କରି ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିସାରିଛନ୍ତି ଭାରତ 'ସିଙ୍ଗଲୟୁଜ ପ୍ଲାଷ୍ଟିକ'କୁ ନେଇ ବିଶ୍ୱରେ ଉଦାହରଣ ସୃଷ୍ଟି କରିବ । ଏହି ବିଷୟ କୌଣସି ବ୍ୟକ୍ତି କୈନ୍ଦ୍ରିକ ନୁହେଁ, ଏହା ଦ୍ୱାରା କୌଣସି ବ୍ୟକ୍ତି ବିଶେଷଙ୍କ ଲାଭ ହେବ ନାହିଁ ବରଂ ସମଗ୍ର ଦେଶ ତଥା ବିଶ୍ୱର ଉପକାର ହେବ । ପରବର୍ତ୍ତି ପିଢ଼ିଙ୍କ ପାଇଁ ପ୍ଲାଷ୍ଟିକ ଏକ ମୁଣ୍ଡ ବିନ୍ଧାର କାରଣ ହେବ ନାହିଁ । ତେଣୁ ଏବେଠୁ ହିଁ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ ନ ହେଲେ ଭବିଷ୍ୟତରେ ପ୍ଲାଷ୍ଟିକ ଏକ ବହୁତ ବଡ଼ ସମସ୍ୟା ହୋଇ ସର୍ବ ସମ୍ମୁଖରେ ଛିଡ଼ା ହେବ । ଏବଂ ପର ପିଢ଼ି ଆମକୁ ହିଁ ଦାୟୀ କହିବେ, ବେଳ ଥାଉ ଥାଉ ସଜାଗରେ ନିତୀକୁ ଆପଣାଇବାକୁ ପଡ଼ିବ ।