Advertisement
Article Detail0/zeeodisha/odisha669086
Zee OdishaOther Newsଲକଡାଉନ ପରେ ଅର୍ଜୁନଙ୍କର ରହିଛି କିଛି ଏଭଳି ଯୋଜନା...

ଲକଡାଉନ ପରେ ଅର୍ଜୁନଙ୍କର ରହିଛି କିଛି ଏଭଳି ଯୋଜନା...

ଦେଶରେ କୋରୋନା ସଂକଟକୁ ନେଇ ବର୍ତ୍ତମାନ ସମସ୍ତେ ଗୃହବନ୍ଦୀ। ସିନେ ତାରକାଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗୃହବନ୍ଦୀ ଭାବେ ରହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୪ରୁ ଏହାକୁ ମେ ୩ ପର୍ଯ୍ୟନ୍ତ ଏହାକୁ ବଢାଇ ଦେଇଛନ୍ତି। ଏହାରି ମଧ୍ୟରେ ଗୃହବନ୍ଦୀ ଥିବା ଲୋକମାନଙ୍କ ଚିନ୍ତା ଏକ ପ୍ରକାର ବୃଦ୍ଧି ପାଇଛ

ଲକଡାଉନ ପରେ ଅର୍ଜୁନଙ୍କର ରହିଛି କିଛି ଏଭଳି ଯୋଜନା...

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକଟକୁ ନେଇ ବର୍ତ୍ତମାନ ସମସ୍ତେ ଗୃହବନ୍ଦୀ। ସିନେ ତାରକାଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗୃହବନ୍ଦୀ ଭାବେ ରହିଛନ୍ତି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୪ରୁ ଏହାକୁ ମେ ୩ ପର୍ଯ୍ୟନ୍ତ ଏହାକୁ ବଢାଇ ଦେଇଛନ୍ତି। ଏହାରି ମଧ୍ୟରେ ଗୃହବନ୍ଦୀ ଥିବା ଲୋକମାନଙ୍କ ଚିନ୍ତା ଏକ ପ୍ରକାର ବୃଦ୍ଧି ପାଇଛି।  

ସେପଟେ ସିନେ ତାରକା ଲକଡାଉନ ଫିଟିବା ପରେ ଏପରି କିଛି ଯୋଜନା କରିଛନ୍ତି ଅଭିନେତା ଅର୍ଜୁନ କପୁରଙ୍କର। ଗୃହବନ୍ଦୀ ଥିବାରୁ ଘରେ ପରିବାର ସଦସ୍ୟଙ୍କ ସହିତ ସମୟ ବିତାଉଛନ୍ତି। ସୋସିଆଲ ମିଡ଼ିଆରେ ମଧ୍ୟ ଫଟୋ, ମେସେଜ ପୋଷ୍ଟ କରି ପ୍ରଶଂସକଙ୍କ ସହିତ ମଧ୍ୟ ସମୟ ବିତାଉଛନ୍ତି। ନିକଟରେ ଅର୍ଜୁନ ତାଙ୍କ ପିଲାବେଳର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହି ଫଟୋକୁ ସେୟାର କରିବା ସହିତ ଏକ ଅଦ୍ଭୁତ ଇଚ୍ଛା ମଧ୍ୟ ଉକ୍ତ ପୋଷ୍ଟରେ ପ୍ରକାଶ କରିଛନ୍ତି।

fallback 

Add Zee News as a Preferred Source

ଅର୍ଜୁନ ସେୟାର କରିଥିବା ଫଟୋରେ ଅର୍ଜୁନଙ୍କ ସହିତ ସୋନମ କପୁର, ମୋହିତ ମାରଓ୍ୱାହ ଓ ଅକ୍ଷୟ ମାରଓ୍ୱାହ ମଧ୍ୟ ନଜର ଆସିଛନ୍ତି। ସେ ଉକ୍ତ ପୋଷ୍ଟରେ ଲେଖିଛନ୍ତି କି, ଯେତେବେଳେ ଏହି ଲକଡାଉନ ଶେଷ ହେବା ପରେ ଏହି ଫଟୋକୁ ମତେ ପୁନର୍ବାର ଉଠାଇବାକୁ ଚାହିଁବି। ତୁମେମାନେ କଣ କହୁଛନ୍ତି ବୋଲି ସେ ପୋଷ୍ଟରେ ଲେଖିଛନ୍ତି।  

ତେବେ ଅର୍ଜୁନ ଏହି ପୋଷ୍ଟର ପ୍ରତିଉତ୍ତରରେ ଅକ୍ଷୟ ମାରୱାହ କମେଣ୍ଟରେ ଲେଖିଛନ୍ତି କି, ଚାଲ ଏହାକୁ ଆମେମାନେ ପୁନର୍ବାର କରିବା। ମୋର ଲାଲ ଚଡ଼ି ମଧ୍ୟ ରହିଛି। ଲକଡାଉନ ଶେଷ ହେବା ବେଳକୁ ମୁଣ୍ଡର ବାଳ ମଧ୍ୟ ବଡ଼ ହୋଇଯାଇଥିବ ବୋଲି ସେ ଲେଖିଛନ୍ତି। ସୋନମ ଓ ମୋହିତ ମଧ୍ୟ କମେଣ୍ଟ କରିଛନ୍ତି। ଏହି ଦୁଇଜଣ ଲେଖିଛନ୍ତି କି, ଚାଲ ଏପରି ପୁଣି ଥରେ କରିବା। ତେବେ ଏହି ଫଟୋଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି।  

About the Author