ଲକ୍ଷ୍ୟ ବିହୀନ ନେତୃତ୍ୱ ଦେଶ ପାଇଁ ବିପଦ: ଆର୍ମି ଚିଫ
Advertisement
Article Detail0/zeeodisha/odisha615647

ଲକ୍ଷ୍ୟ ବିହୀନ ନେତୃତ୍ୱ ଦେଶ ପାଇଁ ବିପଦ: ଆର୍ମି ଚିଫ

ନେତୃତ୍ୱ ନେବା ଏକ କଳା। ନେତୃତ୍ୱ ନେବାର ଅର୍ଥ ହେଉଛି ଦେଶକୁ ଆଗକୁ ନେବା। ଲୋକଙ୍କ ହିତ ସାଧନ ଲକ୍ଷ୍ୟରେ ନେତୃତ୍ୱ ନିଆଯିବା ଉଚିତ। ଆଜିକାଲି ବିଶ୍ୱବିଦ୍ୟାଳୟରେ ନେତୃତ୍ୱ କେବଳ ହିଂସା ଘଟାଉଛି। ଏଭଳି କିଛି କଡ଼ା ଭାଷାରେ କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ। ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏଠି ସାଧାରଣ ଜନତା ସଂଘର୍ଷ  କରୁଥିବା ବେଳେ ସିଆଚିନରେ ମୋର ଜବାନମାନେ ବିଯୁକ୍ତ ତାପମାତ୍ରାରେ ଦେଶ ରକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି। 

ଲକ୍ଷ୍ୟ ବିହୀନ ନେତୃତ୍ୱ ଦେଶ ପାଇଁ ବିପଦ: ଆର୍ମି ଚିଫ

ନୂଆଦିଲ୍ଲୀ: ନେତୃତ୍ୱ ନେବା ଏକ କଳା। ନେତୃତ୍ୱ ନେବାର ଅର୍ଥ ହେଉଛି ଦେଶକୁ ଆଗକୁ ନେବା। ଲୋକଙ୍କ ହିତ ସାଧନ ଲକ୍ଷ୍ୟରେ ନେତୃତ୍ୱ ନିଆଯିବା ଉଚିତ। ଆଜିକାଲି ବିଶ୍ୱବିଦ୍ୟାଳୟରେ ନେତୃତ୍ୱ କେବଳ ହିଂସା ଘଟାଉଛି। ଏଭଳି କିଛି କଡ଼ା ଭାଷାରେ କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାଓ୍ୱତ। ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଉପରେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏଠି ସାଧାରଣ ଜନତା ସଂଘର୍ଷ  କରୁଥିବା ବେଳେ ସିଆଚିନରେ ମୋର ଜବାନମାନେ ବିଯୁକ୍ତ ତାପମାତ୍ରାରେ ଦେଶ ରକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି। 

ସିଏଏକୁ ନେଇ ବିଶ୍ୱବିଦ୍ୟାଳୟରେ ଦେଖାଦେଇଥିବା ହିଂସାକୁ ମଧ୍ୟ ସେ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ନେତୃତ୍ୱ ତାହାକୁ କୁହାଯାଏ ନାହିଁ, ଯାହା ଦେଶକୁ ଭୁଲ ରାସ୍ତାରେ ନେଇଥାଏ। ଆମେମାନେ ଦେଖୁଛୁ ବର୍ତ୍ତମାନ ସମୟରେ ଅନେକ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀ ସହରରେ ହିଂସା ଘଟାଉଛନ୍ତି। ଲୋକମାନଙ୍କ ପ୍ରତି ହିଂସା ପରାୟଣ ହୋଇ ପଡ଼ୁଛନ୍ତି। ଏହା ନେତୃତ୍ୱ ନେଉଥିବାର କ୍ଷମତା ନୁହେଁ ବୋଲି ସେ କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ନେତୃତ୍ୱ ନେବା କୌଣସି ସହଜ କାର୍ଯ୍ୟ ନୁହେଁ। ଏହା ଅତ୍ୟନ୍ତ କଠିନ କାର୍ଯ୍ୟ। ଆପଣ ଯେତେବେଳେ ଏକା ଆଗକୁ ବଢିଥାନ୍ତି, ସେହି ସମୟରେ ଆପଣଙ୍କୁ ଲୋକମାନେ ଅନୁସରଣ କରିଥାନ୍ତି। ଏହା ନିଶ୍ଚିତ ପକ୍ଷେ ବାହାରକୁ ଦେଖିବାକୁ ଅତ୍ୟନ୍ତ ସାମାନ୍ୟ କାର୍ଯ୍ୟ ହୋଇପାରେ। ମାତ୍ର ଆପଣଙ୍କ ପଛରେ ଆପଣଙ୍କ ଅନୁଗତମାନଙ୍କର ଏକ ବିଶାଳ ଭିଡ଼ ରହିଥାଏ। ଯାହାର ନେତୃତ୍ୱ ଆପଣଙ୍କୁ ଏକାକୀ ନେବାକୁ ହୋଇଥାଏ ବୋଲି ଶ୍ରୀ ରାଓ୍ୱତ କହିଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ଦେଶକୁ ଅଗ୍ରସର କରିବାକୁ ହେଲେ ଜଣେ ଦୃଢ ମନୋବଳର ଆବଶ୍ୟକ ରହିଛି। ଯିଏ ଦେଶକୁ ସଠିକ ମାର୍ଗରେ ନେତୃତ୍ୱ ନେଇପାରିବ। ସେ ଆହୁରି ମଧ୍ୟ କହିଥିଲେ କି, ଆଜିର ସମୟରେ ଦିଲ୍ଲୀରେ ପ୍ରବଳ ଥଣ୍ଡାରୁ ଲୋକମାନେ ନିଜକୁ ରକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି, ସେହି କ୍ଷେତ୍ରରେ ମୋର ସେନା ସିଆଚିନରେ ଦେଶ ରକ୍ଷା କରିବାରେ ବ୍ୟସ୍ତ ରହିଛନ୍ତି। ସିଆଚିନରେ ବର୍ତ୍ତମାନ ବିଯୁକ୍ତ 10 ରୁ 50 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସେମାନେ ଟିକିଏ ବି ସେମାନଙ୍କ କାର୍ଯ୍ୟର ଅବହେଳା କରିନାହାନ୍ତି ବୋଲି ସେ କହିଥିଲେ।