ଦିଲ୍ଲୀ ଛାଡ଼ି ଯାଅନି...
Advertisement

ଦିଲ୍ଲୀ ଛାଡ଼ି ଯାଅନି...

ସଭିଙ୍କ ପାଇଁ ରହିବା ଏବଂ ଖାଇବା ବ୍ୟବସ୍ଥା ଦିଲ୍ଲୀ ସରକାର କରୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଲକ୍ ଡାଉନ୍ ଯୋଗୁଁ ଦିଲ୍ଲୀରୁ ନିଜ ନିଜ ରାଜ୍ୟକୁ ହଜାର ହଜାର ସଂଖ୍ୟାରେ ଲୋକ ପଳାଇବାରେ ଲାଗିଛନ୍ତି । ଦିନରେ କାମ କଲେ ରାତି ପାଇଁ ସଉଦା କିଣୁଥିବା ଶ୍ରମିକମାନେ ଏବେ ରାଜଧାନୀରେ ରହିବାକୁ ଉଚିତ ମନେକରୁନାହାଁନ୍ତି । ଗତକାଲି ଦିଲ୍ଲୀର ବସଷ୍ଟାଣ୍ଡ ଗୁଡ଼ିକରେ ଯେଉଁ ଚିତ୍ର ଦେଖିବାକୁ ମିଳିଥିଲା, ତାହା ସାମାଜିକ ଦୂରତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ନିଜ ନିଜ ରାଜ୍ୟକୁ ନଯାଇ ଦିଲ୍ଲୀରେ ରହିବାକୁ ସଭିଙ୍କୁ ପୁଣିଥରେ ଅପିଲ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସଭିଙ୍କ ପାଇଁ ରହିବା ଏବଂ ଖାଇବା ବ୍ୟବସ୍ଥା ଦିଲ୍ଲୀ ସରକାର କରୁଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । 

ଆଜି କେଜ୍ରିୱାଲ କହିଛନ୍ତି, ''କିଛି ଲୋକ ନିଜ ନିଜ ଗାଁ ଯିବା ଜିତରେ ଅଟଳ ରହୁଛନ୍ତି । ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଗାଁକୁ ନଯାଇ ଦିଲ୍ଲୀରେ ହିଁ ରୁହନ୍ତୁ । କାହିଁକିନା ଏତେ ଭିଡ଼ରେ ଆପଣଙ୍କୁ କୋରୋନା ସଂକ୍ରମଣ ହେବାର ଭୟ ରହିଛି । ଆଉ ଆପଣଙ୍କ ମାଧ୍ୟମରେ ଆପଣଙ୍କ ଗାଁ ଏବଂ ପରିବାରକୁ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି । ଯଦି ଏପରି ହେବ, ତେବେ ଏହି ମହାମାରୀକୁ ରୋକିବାରେ ଆମେ ଅସଫଳ ହେବା ।''