ଭାରତୀୟ ରାଜନୀତିର ବିରଳ ବ୍ୟକ୍ତିତ୍ୱ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ ତମ ଜନ୍ମ ଜୟନ୍ତୀ
Advertisement
Article Detail0/zeeodisha/odisha615082

ଭାରତୀୟ ରାଜନୀତିର ବିରଳ ବ୍ୟକ୍ତିତ୍ୱ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ ତମ ଜନ୍ମ ଜୟନ୍ତୀ

ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ରାଜନୀତିର ବିରଳ ବ୍ୟକ୍ତିତ୍ୱ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୯୫ ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳଜୀଙ୍କ ୯୫ତମ ଜନ୍ମଦିନ ।  ନୂଆଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିପୀଠ 'ସଦୈବ ଅଟଳ' ରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଅର୍ପଣ କରୁଛନ୍ତି ଶ୍ରଦ୍ଧାଞ୍ଜଳି । ଅଟଳ ଜଳ ଯୋଜନା ଏବଂ ଅଟଳ ଟନେଲ୍ ଆରମ୍ଭ ହେବା ନେଇ ଆଜି ଘୋଷଣା ହେବ । ପିଏମ୍ ନରେନ୍ଦ୍ର ମୋଦି ଏ ନେଇ ଘୋଷଣା କରିବେ । ପୂର୍ବରୁ କେନ୍ଦ୍ର ସରକାର ଏହି ଦୁଇଟି ଯୋଜନା ହାତକୁ ନେଇଥିବା ବେଳେ ଆଜି ଏହାର ଶୁଭାରମ୍ଭ ହେବ । ଏହା କୃଷକଙ୍କୁ ଲାଭ ପହଞ୍ଚାଇବ । ଏଥିସହ ଭାରତରତ୍ନ ଅଟଳଜୀଙ୍କ ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଲକ୍ଷ୍ନୌରେ ଅନାବରଣ କରିବେ ମୋଦି । ସେପଟେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।