ଅଯୋଧ୍ୟା ମାମଲା: ହିନ୍ଦୁ-ମୁସଲିମ ପକ୍ଷକାର ମୋଲ୍ଡିଙ୍ଗ ଅଫ ରିଲଫ ପାଇଁ ସୁପ୍ରିମକୋର୍ଟରେ ଦାଖଲ କଲା ନୋଟ
Advertisement
Article Detail0/zeeodisha/odisha586886

ଅଯୋଧ୍ୟା ମାମଲା: ହିନ୍ଦୁ-ମୁସଲିମ ପକ୍ଷକାର ମୋଲ୍ଡିଙ୍ଗ ଅଫ ରିଲଫ ପାଇଁ ସୁପ୍ରିମକୋର୍ଟରେ ଦାଖଲ କଲା ନୋଟ

ଅଯୋଧ୍ୟା ମାମଲାରେ ହିନ୍ଦୁ ଓ ମୁସଲିମ ପକ୍ଷକାର ତରଫରୁ ଦାଖଲ କରାଯାଇଛି ମୋଲ୍ଡିଙ୍ଗ ଅଫ ରିଲଫ । ଶନିବାର ଅଖିଲ ଭାରତୀୟ ହିନ୍ଦୁ ମହାସଭା ତରଫରୁ ସୁପ୍ରିମକୋର୍ଟରେ ମୋଲ୍ଡିଙ୍ଗ ଅଫ ରିଲଫ ଉପରେ ନୋଟ ଦାଖଲ କରିଛି । ଅନ୍ୟପଟେ ମୁସଲିମ ପକ୍ଷକାର ଓ ନିର୍ମୋହୀ ଅଖାଡେ ମଧ୍ୟ ନିଜ ନୋଟ କୋର୍ଟରେ ଦାଖଲ କରିଛି । 

moulding of relief

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ହିନ୍ଦୁ ଓ ମୁସଲିମ ପକ୍ଷକାର ତରଫରୁ ଦାଖଲ କରାଯାଇଛି ମୋଲ୍ଡିଙ୍ଗ ଅଫ ରିଲଫ । ଶନିବାର ଅଖିଲ ଭାରତୀୟ ହିନ୍ଦୁ ମହାସଭା ତରଫରୁ ସୁପ୍ରିମକୋର୍ଟରେ ମୋଲ୍ଡିଙ୍ଗ ଅଫ ରିଲଫ ଉପରେ ନୋଟ ଦାଖଲ କରିଛି । ଅନ୍ୟପଟେ ମୁସଲିମ ପକ୍ଷକାର ଓ ନିର୍ମୋହୀ ଅଖାଡେ ମଧ୍ୟ ନିଜ ନୋଟ କୋର୍ଟରେ ଦାଖଲ କରିଛି । 

ସମସ୍ତ ପକ୍ଷକାରା ସିଲ ଆବଦ୍ଧ ଲଫାପରେ ନୋଟ ଦାଖଲ କରିଛନ୍ତି । ହିନ୍ଦୁ ମହାସଭା କୋର୍ଟ ପାଖରେ ମନ୍ଦିର ନିର୍ମାଣ ଓ ବ୍ୟବସ୍ଥା ପାଇଁ ଟ୍ରଷ୍ଟ ଗଠନ କରିବା ପାଇଁ ଦାବି କରିଛି । ଏହାସହ ସମ୍ପତ୍ତିର ଯୋଗାଡ଼ କିପରି କରାଯିବ, ତାହାକୁ ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇ ପାରନ୍ତି ବୋଲି ହିନ୍ଦୁ ମହାସଭା କହିଛି । 

ନିର୍ମୋହୀ ଅଖାଡେ ନିଜ ନୋଟରେ କହିଛି ଯେ, ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣ ହେବା ସହ ରାମଲଲାଙ୍କ ସେବା ପୂଜା ଓ ବ୍ୟବସ୍ଥାର ଅଧିକାର ଦିଆଯାଉ । ଏହା ବ୍ୟତୀତ ଏହି ସମସ୍ତ ବିବାଦ ଭିତରେ ରାମଲଲା ବିରାଜମାନ ତରଫରୁ ମଧ୍ୟ ଲିଖିତ ଜବାବ ଦାଖଲ କରାଯାଇଛି । ରାମଲଲା ବିରାଜମାନ ତରଫରୁ କୁହାଯାଇଛି ଯେ, ସମସ୍ତ ଭୂମି ରାମ ମନ୍ଦିର ପାଇଁ ଦିଆଯାଉ । ଏହାସହ ନିର୍ମୋହୀ ଅଖାଡେ ଅଥବା ମୁସଲିମ ପାର୍ଟିଙ୍କୁ ଭୂମିର କୌଣସି ଅଂଶ ନ ମିଳୁ । 

ରାମ ଜନ୍ମଭୂମି ପୁନଃରୁଦ୍ଧାର ସମିତି ମଧ୍ୟ ସର୍ବୋଚ୍ଚ କୋର୍ଟରେ ନିଜ ଜବାବ ଦାଖଲ କରିଛନ୍ତି । ସମିତି କହିଛି ଯେ, ବିବାଦୀୟ ସ୍ଥାନରେ କେବଳ ମନ୍ଦିର ହିଁ ନିର୍ମାଣ ହେଉ । ଏହାସହ ମନ୍ଦିର ପ୍ରଶାସନ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଉ । ମିଳିଥିବା ସୂଚନା ଅନୁସାରେ ମୁସଲିମ ପକ୍ଷକାର କହିଛି ଯେ, ସେମାନଙ୍କୁ ସେହି ରିହାତି ମିଳୁ, ଯାହା କୋର୍ଟର ଶୁଣାଣି ବେଳେ ଦାବି କରାଯାଇଥିଲା । ଏଠାରେ କହି ରଖୁଛୁ ଯେ, ରାଜୀବ ଧୱନ ଶୁଣାଣି ବେଳେ କହିଥିଲେ ଯେ, ବିଧ୍ୱସ୍ତ ପୂର୍ବର ବାବ୍ରୀ ମସଜିଦ ଦରକାର । 

ମୋଲ୍ଡିଙ୍ଗ ଅଫ ରିଲିଫ(ରିହାତିରେ ପରିବର୍ତ୍ତନ) କଣ? 
ଅଯୋଧ୍ୟା ମାମଲାର ୪୦ ଦିନର ଶୁଣାଣି ବେଳେ ଯେଉ ଗୋଟିଏ ଶବ୍ଦ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା, ତାହା ହେଉଛି ମୋଲ୍ଡିଙ୍ଗ ଅଫ ରିଲିଫ । ଏହାର ପ୍ରୟୋଗ ସିଭିଲ ସୁଟ ପରି ମାମଲା ପାଇଁ ବ୍ୟବହାର କରାଯାଇଥାଏ । ସୁପ୍ରିମକୋର୍ଟ ଆର୍ଟିକାଲ ୧୪୨ ଓ ସିପିସିର ଧାରା ୧୫୧ ଅନ୍ତର୍ଗତ ଏହି ଅଧିକାରର ବ୍ୟବହାର କରନ୍ତି । ଯାଚିକାକର୍ତ୍ତା କୋର୍ଟ ନିକଟରେ ନିଜ ଦାବି ସହ ପହଞ୍ଚିଥାଏ ଓ ଯଦି ଦାବି ପୂରଣ ନ ହୋଇ ପାରିଲେ ତେବେ ଯେଉଁ ବିକଳ୍ପ ସେମାନଙ୍କୁ ଦିଆଯାଏ ତାହାକୁ ମୋଲ୍ଡିଙ୍ଗ ଅଫ ରିଲିଫ କୁହାଯାଇଥାଏ ।