ଦିଲ୍ଲୀ ହିଂସା ପୂର୍ବରୁ କପିଲ ମିଶ୍ର ଦେଇଥିଲେ ଏପରି ବୟାନ, ଯାହାକୁ ନେଇ ବଢ଼ୁଛି ବିବାଦ
Advertisement
Article Detail0/zeeodisha/odisha645731

ଦିଲ୍ଲୀ ହିଂସା ପୂର୍ବରୁ କପିଲ ମିଶ୍ର ଦେଇଥିଲେ ଏପରି ବୟାନ, ଯାହାକୁ ନେଇ ବଢ଼ୁଛି ବିବାଦ

ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ଦିଲ୍ଲୀ ପୋଲିସର ହେଡ କଷ୍ଟବଲ ମଧ୍ୟ ରହିଛନ୍ତି । ତେବେ ହିଂସାକାଣ୍ଡର ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ସିଏଏ ବିରୋଧରେ ବିକ୍ଷୋଭ ନେଇ ବିବାଦୀୟ ବୟାନ ଦେଇଥିଲେ ।

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପାଇଁ ଦାୟୀ କିଏ ? ହିଂସା ପଛରେ କାହାର ହାତ ? ସୋମବାର ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଏବେ ଆରୋପ-ପ୍ରତ୍ୟାରୋପ ରାଜନୀତି । କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀଙ୍କ ଟାର୍ଗେଟ । ବାସ୍, ହିଂସାକାଣ୍ଡର ଗୋଟିଏ ଦିନ ପୂର୍ବରୁ ବିଜେପି ନେତା କପିଲ ମିଶ୍ର ଯେଉଁ ବୟାନ ଦେଇଥିଲେ, ତାକୁ ନେଇ ବଢ଼ୁଛି ବିବାଦ । କପିଲଙ୍କ ନାଁରେ ଦୁଇଟି ମାମଲା ମଧ୍ୟ ଏପର୍ଯ୍ୟନ୍ତ ରୁଜୁ ହୋଇସାରିଛି । ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ଉପରେ ବର୍ଷୁଛନ୍ତି ସାଧାରଣ ଜନତା । 

ଦିଲ୍ଲୀ ହିଂସାରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ଜଣେ ଦିଲ୍ଲୀ ପୋଲିସର ହେଡ କଷ୍ଟବଲ ମଧ୍ୟ ରହିଛନ୍ତି । ତେବେ ହିଂସାକାଣ୍ଡର ଗୋଟିଏ ଦିନ ପୂର୍ବରୁ କପିଲ ମିଶ୍ରଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ସିଏଏ ବିରୋଧରେ ବିକ୍ଷୋଭ ନେଇ ବିବାଦୀୟ ବୟାନ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ବିରୋଧୀ ମଧ୍ୟ ଏବେ ଟାର୍ଗେଟ କରୁଛନ୍ତି । ରବିବାର ଏବଂ ସୋମବାର କପିଲ ମିଶ୍ରଙ୍କ ନାଁରେ ଦୁଇଟି ମାମଲା ରୁଜୁ ହୋଇଛି । ଗୋଟିଏ ମାମଲା ଆପ୍ କର୍ପୋରେଟର ରେଶମା ନଦୀମଙ୍କ ପକ୍ଷରୁ ହୋଇଥିବା ବେଳେ ଅନ୍ୟ ମାମଲାଟି ହସୀବ ଉଲ ହସନ ଦାଖଲ କରିଛନ୍ତି । କପିଲ ଅନ୍ୟକୁ ଉସୁକାଇଲା ପରି ବୟାନ ଦେଇଥିବା ଏଥିରେ ଅଭିଯୋଗ ହୋଇଛି । 

କ'ଣ କହିଥିଲେ କପିଲ ? 

କପିଲ ମିଶ୍ର ନିଜର ଏହି ବୟାନକୁ ଟ୍ୱିଟରରେ ପୋଷ୍ଟ କରିଥିଲେ । ଏଥିରେ ସେ କହିଥିଲେ, ''ଏମାନେ ଚାହାଁନ୍ତି, ଦିଲ୍ଲୀରେ ନିଆଁ ଲାଗୁ । ଏମାନେ ଏପରି ଚାହୁଁଥିବାରୁ ରାସ୍ତା ଅବରୋଧ କରି ରଖିଛନ୍ତି । ଦଙ୍ଗା ପରି ମାହୋଲ କରୁଛନ୍ତି । ଆମ ପକ୍ଷରୁ ଗୋଟିଏ ମଧ୍ୟ ପଥର ମରାଯାଇନି । ''

ଏହି ଭିଡ଼ିଓରେ ଆହୁରି ମଧ୍ୟ କପିଲ କହିଥିଲେ, ଆମ ସାମ୍ନାରେ ଡିସିପି ସାହେବ ଛିଡ଼ା ହୋଇଛନ୍ତି । ମୁଁ ଆପଣଙ୍କ ସଭିଙ୍କ ପକ୍ଷରୁ ଏହି କଥା କହୁଛି । ଟ୍ରମ୍ପ ଯିବା ପର୍ଯ୍ୟନ୍ତ ତ ଆମେ ଶାନ୍ତି ବଜାୟ ରଖିଛୁ । ମାତ୍ର ଟ୍ରମ୍ପ ଗଲା ପରେ ଆମେ ଆପଣଙ୍କୁ ବି ଶୁଣିବୁ ନାହିଁ । ଆପଣଙ୍କୁ ରାସ୍ତା ଖୋଲିବାକୁ ପଡ଼ିବ । ତେଣୁ ଟ୍ରମ୍ପ ଯିବା ଭିତରେ ଆପଣ ଜାଫରାବାଦ ଏବଂ ଚାନ୍ଦବାଗ ରାସ୍ତା ଖାଲି କରିନିଅନ୍ତୁ । ଏନେଇ ଆମେ ଅନୁରୋଧ କରୁଛୁ, ମାତ୍ର ଏହାପରେ ଆମକୁ ରାସ୍ତାକୁ ଓହ୍ଲାଇବାକୁ ପଡ଼ିବ । 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଏନସିପି