ସୋମବାର ଦିଲ୍ଲୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପୋଲିସ ହେଡ କଷ୍ଟବଲ ମଧ୍ୟ ରହିଛନ୍ତି । ସିଏଏ ବିରୋଧୀ ଓ ସମର୍ଥକ ମୁହାଁମୁହିଁ ହେବାରୁ ସୃଷ୍ଟି ହୋଇଥିଲା ଏପ୍ରକାର ସ୍ଥିତି । ରଣକ୍ଷେତ୍ର ପାଲଟିଥିଲା ଉତ୍ତର-ପୂର୍ବ ଦିଲ୍ଲୀ । ତେବେ ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଏନସିପି ।
Trending Photos
ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ପୋଲିସ ହେଡ କଷ୍ଟବଲ ମଧ୍ୟ ରହିଛନ୍ତି । ସିଏଏ ବିରୋଧୀ ଓ ସମର୍ଥକ ମୁହାଁମୁହିଁ ହେବାରୁ ସୃଷ୍ଟି ହୋଇଥିଲା ଏପ୍ରକାର ସ୍ଥିତି । ରଣକ୍ଷେତ୍ର ପାଲଟିଥିଲା ଉତ୍ତର-ପୂର୍ବ ଦିଲ୍ଲୀ । ତେବେ ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ଏନସିପି ।
ଏନସିପି ମୁଖପାତ୍ର ନୱାବ ମଲିକ ହିଂସାକାଣ୍ଡ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଗତ ୨ରୁ ୩ ମାସ ହେଲା ସିଏଏ ଓ ଏନଆରସିକୁ ବିରୋଧ କରି ବିକ୍ଷୋଭ ଚାଲିଛି । ବିଭିନ୍ନ ସ୍ଥାନରେ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହି ହିଂସା ପାଇଁ କେନ୍ଦ୍ର ସରକାର ହିଁ ଦାୟୀ । ସରକାରୀ ପକ୍ଷର ଲୋକ ଅନ୍ୟମାନଙ୍କୁ ଉସୁକାଉଥିବା କହିଛନ୍ତି ନୱାବ ।
दिल्ली हिंसा पर नवाब मलिक:2-3महीने से CAA,NRC को लेकर प्रदर्शन,हिंसा हो रही है,पूरी जिम्मेदारी केंद्र सरकार की है।सरकारी पक्ष के लोग भड़काऊ बयान देते हैं,गोली मारने की भाषा बोलते हैं।कपिल मिश्रा कहते हैं ट्रंप के जाने के बाद निपट लेंगे।इस तरह से लोकतंत्र में सरकारें काम नहीं करती pic.twitter.com/gwYZhxtg0S
— ANI_HindiNews (@AHindinews) February 25, 2020
ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ନେତା ଗୁଳି ମାର ବୋଲି କହୁଛନ୍ତି । କପିଲ ମିଶ୍ର କହୁଛନ୍ତି, ଟ୍ରମ୍ପ ଗଲା ପରେ ଦେଖି ନେବୁ । ଗୋଟିଏ ଗଣତାନ୍ତ୍ରିକ ଦେଶରେ ସରକାର ଏପ୍ରକାର କାମ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ନୱାବ ମଲିକ ।
ଆହୁରି ପଢ଼ନ୍ତୁ; ଡୋନାଲ୍ଡଙ୍କ ଭାଷଣରେ ଅଧ ଡର୍ଜନ ଭୁଲ