ସାବଧାନ! ପୁରା ଦେଶରେ ମିଳୁଥିବା କ୍ଷୀରରେ ହେଉଛି ଅପମିଶ୍ରଣ: ସର୍ଭେ
Advertisement
Article Detail0/zeeodisha/odisha603176

ସାବଧାନ! ପୁରା ଦେଶରେ ମିଳୁଥିବା କ୍ଷୀରରେ ହେଉଛି ଅପମିଶ୍ରଣ: ସର୍ଭେ

ଏହି ଇକ୍ୟୁବମେଣ୍ଟ ଜରିଆରେ କେବଳ ୧୦ ମିନିଟରେ କ୍ଷୀରର କ୍ୱାଲିଟି ଓ ଏହାର ପଦାର୍ଥର ଟେଷ୍ଟ କରାଯାଇପାରିବ ।

ସାବଧାନ! ପୁରା ଦେଶରେ ମିଳୁଥିବା କ୍ଷୀରରେ ହେଉଛି ଅପମିଶ୍ରଣ: ସର୍ଭେ

ତ୍ରିବେଣୀ ମହାପାତ୍ର, ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷୀର ଟେଷ୍ଟରେ ଭେଜିଟେବୁଲ୍ ଅଏଲ୍, ଷ୍ଟାର୍ଚ୍ଚ ଏବଂ ବଡ ମାତ୍ରାରେ ଅପମିଶ୍ରଣ ଦେଖାଦେଇଛି । ଦେଶରେ ମିଳୁଥିବା କ୍ଷୀରରେ ୪୧ ପ୍ରତିଶତ କ୍ୱାଲିଟି ରହିଛି । ହେଲେ ୭ ପ୍ରତିଶତ କ୍ଷୀର ପିଇବା ଯୋଗ୍ୟ ହୋଇ ନଥାଏ । ୨୦୧୮ରେ ହୋଇଥିବା ସର୍ଭେରେ କେବଳ ଦିଲ୍ଲୀ ନୁହେଁ ଦେଶରେ ଥିବା ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ କ୍ଷୀରର ଟେଷ୍ଟିଂ ହୋଇଥିଲା । ଯାହା ଦ୍ୱାରା ବହୁ ମାତ୍ରାରେ କ୍ଷୀରରେ ହେଉଥିବା ଅପମିଶ୍ରଣ ସାମ୍ନାକୁ ଆସିଥିଲା ।

ସର୍ଭେ ଅନୁସାରେ, ଘିଅରେ ୧୦ ରୁ ୧୨ ପ୍ରତିଶତ ଅପମିଶ୍ରଣ ହେଉଛି । ବିଶେଷ କରି ଏଥିରେ ଆନିମଲ୍ ଫ୍ୟାଟ୍ ଅପମିଶ୍ରଣ ହେଉଥିବା ଜଣାପଡ଼ିଛି । ଏଥିସହ ଖୋୟା ଓ ପନିରରେ ମଧ୍ୟ ଅପମିଶ୍ରଣ ହେଉଥିବା ଦେଖିବାକୁ ମିଳିଛି । ତେବେ କ୍ଷୀରରେ ଅଧିକ ମାତ୍ରାରେ ଫ୍ୟାଟ୍ ରହିଛି । ଆଫ୍ଲାଟୋକସିନ୍ M1ର ମାତ୍ରା ଅଧିକ ରହିଛି । ଯାହା ଶରୀରକୁ ରୋଗାଗ୍ରସ୍ତ କରିବାର ସମ୍ଭାବନା ରହିଛି ।  

ସରକାରଙ୍କ ତରଫରୁ ଟେଷ୍ଟିଂ ପାଇଁ ନୂଆ ଉପକରଣ
ଆକ୍ସନ ପ୍ଲାନ୍ ଅନ୍ତର୍ଗତ ତିନି ରାପିଡ୍ ଟେଷ୍ଟ ଇକ୍ୟୁଭମେଣ୍ଟ ଯାହାକୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ଯେଉଁଥିରେ ଦୁଇ ଇକ୍ୟୁଭମେଣ୍ଟ ଦିଆଯାଇ ସାରିଛି । ଆଉ ଗୋଟିଏ ବାକି ରହିଛି । ଇକ୍ୟୁଭମେଣ୍ଟ ଜରିଆରେ ମାତ୍ର ୧୦ ମିନିଟରେ କ୍ଷୀରର ଉପାଦାନ ଓ ପଦାର୍ଥ ଟେଷ୍ଟ କରାଯାଇ ପାରିବ । ଶୀଘ୍ର ଟେଷ୍ଟ ପାଇଁ ଏହା ଉଚିତ୍ ହୋଇଥାଏ । ଏହି ଇକ୍ୟୁଭମେଣ୍ଟର ପୁରା ଖର୍ଚ୍ଚ କେନ୍ଦ୍ର ସରକାର ଉଠାଇଛନ୍ତି ।

ମିଲ୍କ ଭେଣ୍ଡର ସ୍କିମର ଆରମ୍ଭ
ଭେରିଫାଏଡ୍ ମିଲ୍କ ଭେଣ୍ଡରଙ୍କ ସ୍କିମ୍ ଆରମ୍ଭ କରାଯିବ । ଭେଣ୍ଡରଙ୍କୁ ପରିଚୟ ପତ୍ର ଦିଆଯିବ । ଏଥିସହ ଏକ ଲାକ୍ଟୋମିଟର ମଧ୍ୟ ଦିଆଯିବ । ଯାହାର ପ୍ରଶିକ୍ଷଣ ମଧ୍ୟ ଦିଆଯିବ । ଏକ ପୋର୍ଟାଲର ମଧ୍ୟ ଆରମ୍ଭ କରାଯିବ, ଯେଉଁଥିରେ ରାଜ୍ୟ ସରକାର ସାମିଲ ରହିବେ । ତେବେ ଅନୁମାନ କରାଯାଉଛି କି ୨୫ ଲକ୍ଷ ମିଲ୍କ ଭେଣ୍ଡରଙ୍କୁ ରେଜିଷ୍ଟର କରିବାର ଲକ୍ଷ୍ୟ ରହିଛି । ଭେଣ୍ଡରଙ୍କ ପାଖରେ ଆଇଡିଣ୍ଟି କାର୍ଡ ସହ ଇକ୍ୟୁଭମେଣ୍ଟ ରିହବା ନିହାତି ଆବଶ୍ୟକ । ମିଲ୍କ ଏବଂ ମିଲ୍କ ଉତ୍ପାଦନକୁ ନେଇ ଯେଉଁ ସମସ୍ୟା ଦେଖାଦେଇଛି ସେସବୁ ନେଇ ଆକ୍ସନ ପ୍ଲାନ୍ କରାଯାଇଛି । ରାଜ୍ୟ ସରକାରଙ୍କୁ ମଧ୍ୟ ନିବେଦନ କରାଯାଇଛି କି ରାଜ୍ୟ ସରକାର ମଧ୍ୟ ଖର୍ଚ୍ଚ କରି ଟେଷ୍ଟିଂ ଉପକରଣ କିଣିବେ । ସାରା ଦେଶରେ ୩୭ ଲ୍ୟାବକୁ ଏହି ଉପକରଣ ଯୋଗା ଯାଇ ସାରିଛି । FSSAI ଏକ ଟେଷ୍ଟିଂ ସ୍କିମ୍ ଆରମ୍ଭ କରିବାକୁ ଯାଉଛି । ଯାହା ଜାନୁଆରୀ ୨୦୨୦ରୁ ଆରମ୍ଭ ହେବ । ଏଥିପାଇଁ ନିର୍ଦ୍ଦେଶ ଦିଆ ସାରିଛି । ଏହାର ଟାର୍ଗେଟ୍ ରହିଛି କ୍ଷୀରରେ ଅପମିଶ୍ରଣକୁ ରୋକିବା ।