ବିପଦରେ ଖଟ୍ଟର ସରକାର, ଏଥର ହରିୟାଣାରେ ତ୍ରିଶଙ୍କୁ ବିଧାନସଭା!
Advertisement

ବିପଦରେ ଖଟ୍ଟର ସରକାର, ଏଥର ହରିୟାଣାରେ ତ୍ରିଶଙ୍କୁ ବିଧାନସଭା!

ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସରିଯାଇଛି ମତଦାନ ପ୍ରକ୍ରିୟା । ବର୍ତ୍ତମାନ ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଆସନ୍ତା ଅକ୍ଟୋବର ୨୪ରେ ଆସିବ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ । ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ଅଙ୍କ କଷାକଷି । ଏହାସହ ଟିଭି ଚ୍ୟାନେଲରେ ଦୁଇ ରାଜ୍ୟର ଏକଜିଟ୍ ପୋଲ ଆସିଯାଇଛି । ଯେଉଁଥିରେ ପୁଣିଥରେ ବିଜେପି ହାତରେ ୨ ରାଜ୍ୟର ଶାସନ କ୍ଷମତା ଯାଉଥିବାର ଦେଖାଯାଉଛି । 

  • ଏଥର ହରିୟାଣାରେ ତ୍ରିଶଙ୍କୁ ବିଧାନସଭା!
  •  
  • ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ହରିୟାଣାରେ ତ୍ରିଶଙ୍କୁ ବିଧାନସଭା
  • ବିଧାନସଭାର ୯୦ଟି ଆସନରୁ ବିଜେପିକୁ ୩୨ରୁ ୪୪ଟି ଆସନ ମିଳିବ ବୋଲି ଏକଜିଟ ପୋଲର ଅନୁମାନ 
  •  କଂଗ୍ରେସକୁ ୩୦ରୁ ୪୨ ଆସନ ମିଳିବ ବୋଲି ଏକଜିଟ ପୋଲର ଅନୁମାନ 

Trending Photos

MANHARLAL KHATTAR IN PIC

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସରିଯାଇଛି ମତଦାନ ପ୍ରକ୍ରିୟା । ବର୍ତ୍ତମାନ ଏହାର ଫଳାଫଳକୁ ସମସ୍ତେ ଅପେକ୍ଷା କରି ବସିଛନ୍ତି । ଆସନ୍ତା ଅକ୍ଟୋବର ୨୪ରେ ଆସିବ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ପରିଣାମ । ଏହା ପୂର୍ବରୁ ଆରମ୍ଭ ହୋଇଯାଇଛି ଅଙ୍କ କଷାକଷି । ଏହାସହ ଟିଭି ଚ୍ୟାନେଲରେ ଦୁଇ ରାଜ୍ୟର ଏକଜିଟ୍ ପୋଲ ଆସିଯାଇଛି । ଯେଉଁଥିରେ ପୁଣିଥରେ ବିଜେପି ହାତରେ ୨ ରାଜ୍ୟର ଶାସନ କ୍ଷମତା ଯାଉଥିବାର ଦେଖାଯାଉଛି । 

ସମସ୍ତ ଟିଭି ଚ୍ୟାନେଲର ଏକଜିଟ୍ ପୋଲ ଅନୁସାରେ ବିଜେପି ମହାରାଷ୍ଟ୍ର ଓ ହରିୟାଣାରେ ପୁଣିଥରେ କ୍ଷମତାକୁ ଫେରିବ । କେବଳ ଜାତୀୟ ଟିଭି ଚ୍ୟାନେଲ ଆଜତକର ଏକଜିଟ ପୋଲରେ ବ୍ୟତିକ୍ରମ ଦେଖା ଦେଇଛି । ଆଜତକ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ମହାରାଷ୍ଟ୍ରରେ ପୁଣିଥରେ ବିଜେପି କ୍ଷମତାକୁ ଫେରୁଛି । କିନ୍ତୁ ହରିୟାଣାରେ ପୁଣିଥରେ କ୍ଷମତା ଫେରି ପାଇବା ବିଜେପିକୁ ପାଇଁ କାଠିକର ପାଠ ହେବ । ରାଜ୍ୟରେ ତ୍ରିଶଙ୍କୁ ବିଧାନସଭାର ପରିସ୍ଥିତି ଦେଖା ଦେବ ବୋଲି ଏହି ଏକଜିଟ ପୋଲ କହୁଛି । 

ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ ପୋଲ ଅନୁସାରେ ହରିୟାଣା ବିଧାନସଭାର ୯୦ଟି ଆସନରୁ ବିଜେପିକୁ ୩୨ରୁ ୪୪ଟି ଆସନ ମିଳିବ । କଂଗ୍ରେସ ବିଜେପିକୁ କଡା ଟକ୍କର ଦେବାରେ ଦେଖାଯାଉଛି । କଂଗ୍ରେସକୁ ୩୦ରୁ ୪୨ ଆସନ ମିଳିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଦୁଷ୍ୟନ୍ତ ଚୌଟାଲଙ୍କ ଦଳ ଜେଜେପି କିଙ୍ଗ ମେକର ହୋଇପାରନ୍ତି । ଜେଜେପିକୁ ୬ରୁ ୧୦ଟି ଆସନ ମିଳିବ ଓ ଅନ୍ୟାନ୍ୟ ଦଳକୁ ୬ରୁ ୧୦ ଆସନ ମିଳିବ ବୋଲି ଏହି ଏକଜିଟ ପୋଲରୁ ଜଣାପଡିଛି । 

ସତରେ ଯଦି ଏହି ଏକଜିଟ ପୋଲ ବାସ୍ତବରେ ପରିଣତ ହୁଏ ତେବେ ରାଜ୍ୟରେ ତ୍ରିଶଙ୍କୁ ବିଧାନସଭା ଦେଖାଦେବ । ଏଥିରେ ଜେଜେପି ଓ ଅନ୍ୟାନ୍ୟ ଦଳ କିଙ୍ଗମେକର ଭୂମିକାରେ ଦେଖା ଦେବ । ୯୦ଟି ବିଧାନସଭା ଆସନରୁ ୨୩,୧୧୮ ଲୋକଙ୍କ ସହ ଆଲୋଚନା କରି ଏହି ତଥ୍ୟ ଏକାଠି କରିଛି ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଟିମ ।