ଫ୍ୟାନ୍ସ ଙ୍କୁ ଏହି ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା
Advertisement
Article Detail0/zeeodisha/odisha1030198

ଫ୍ୟାନ୍ସ ଙ୍କୁ ଏହି ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ଟ୍ୱିଟ ଜରିଆରେ ସେ କହିଛନ୍ତି 'ସମସ୍ତଙ୍କୁ ନମସ୍କାର, ମୁଁ ଆଜି ଆପଣଙ୍କ ସହ ଏକ ବଡ଼ ଖବର ବାଣ୍ଟିବାକୁ ଚାହେଁ।

ଫ୍ୟାନ୍ସ ଙ୍କୁ ଏହି ଖୁସି ଖବର ଦେଲେ ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ ତାଙ୍କ ସ୍ୱାମୀ ଜିନ୍ ଗୁଡେନଫ ଗୁରୁବାର ସୋସିଆଲ ମିଡିଆରେ ଏକ ଖୁସି ଖବର ସେୟାର କରିଛନ୍ତି। ଏହି ଦମ୍ପତି ସରୋଗେସି ମାଧ୍ୟମରେ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଖୁସି ଖବରକୁ ନିଜେ ଟ୍ୱିଟରରେ ସେୟାର କରିଛନ୍ତି ପ୍ରୀତି । ଏହି ଘୋଷଣା ସହିତ ସେ ତାଙ୍କର ଦୁଇ ପିଲାଙ୍କ ନାମ ସମସ୍ତଙ୍କୁ ଜଣାଇଛନ୍ତି।

ଏହି ଟ୍ୱିଟରେ ପ୍ରୀତି ତାଙ୍କ ସ୍ୱାମୀଙ୍କ ସହ ଏକ ସୁନ୍ଦର ଚିତ୍ର ସେୟାର କରିଛନ୍ତି। ଯାହା ସହିତ ସେ ଲେଖିଛନ୍ତି 'ସମସ୍ତଙ୍କୁ ନମସ୍କାର, ମୁଁ ଆଜି ଆପଣଙ୍କ ସହ ଏକ ବଡ଼ ଖବର ବାଣ୍ଟିବାକୁ ଚାହେଁ। ଜୀନ୍ ଏବଂ ମୁଁ ଅତ୍ୟଧିକ ଆନନ୍ଦିତ ଏବଂ ଏହି ସମୟରେ ଆମର ହୃଦୟ କୃତଜ୍ଞତା ଏବଂ ପ୍ରେମରେ ପରିପୂର୍ଣ୍ଣ। ଆମେ ଆମର ଯାଆଁଳା ଶିଶୁ ଜୟ ଜିଣ୍ଟା ଗୁଡେନୋଫ୍ ଏବଂ ଜିଆ ଜିଣ୍ଟା ଗୁଡେନୋଫ୍ ଙ୍କୁ ଆମ ପରିବାରକୁ ସ୍ୱାଗତ କରୁଛୁ।

ପ୍ରୀତି ଲେଖିଥିବା ପୋଷ୍ଟ ଶବ୍ଦରୁ ତାଙ୍କର ଖୁସି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ଏହି ଦମ୍ପତି ନିଜ ପିଲାଙ୍କ ନାମ ଜୟ ଏବଂ ଜିଆ ରଖିଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଜୟ ହେଉଛି ପୁତ୍ର ଏବଂ ଜିଆ ହେଉଛି ଝିଅ। ଯଦିଓ ପ୍ରୀତି ନିଜ ସନ୍ତାନ୍ ବାବଦରେ କିଛି ଲେଖି ନାହାଁନ୍ତି।

ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ଅଭିନେତ୍ରୀଙ୍କ ନିକଟକୁ  ଶୁଭେଚ୍ଛାର ସୁଅ ଛୁଟିଛି। ଏହି ପୋଷ୍ଟରେ ବଲିଉଡ ଇଣ୍ଡଷ୍ଟ୍ରିର ଲୋକଙ୍କ ସହ ତାଙ୍କ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରୀତିଙ୍କ ପୂର୍ବରୁ ଏକତା କପୁର, ତୁଷାର କପୁର, କରଣ ଜୋହର, ଶିଳ୍ପା ଶେଟ୍ଟୀଙ୍କ ପରି ଅନେକ ବଲିଉଡ଼ ସେଲିବ୍ରେଟ୍ ସରୋଗେସି ମାଧ୍ୟମରେ ଅଭିଭାବକତ୍ୱ ଲାଭ କରିଛନ୍ତି।