କଂସ ବଧ ସହ ସରିଲା ଧନୁଯାତ୍ରା
Advertisement

କଂସ ବଧ ସହ ସରିଲା ଧନୁଯାତ୍ରା

କଂସ ବଧ ସହ ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ସଂପନ୍ନ ହୋଇଛି 

କଂସ ବଧ ସହ ସରିଲା ଧନୁଯାତ୍ରା

ହିମାଂଶୁ ଶେଖର ସାହୁ, ବୌଦ୍ଧ: କଂସ ବଧ ସହ ବୌଦ୍ଧର ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ସଂପନ୍ନ ହୋଇଛି । ଅଧର୍ମ ନାଶ କରି ଧର୍ମ ସ୍ଥାପନ ପାଇଁ ଗୋପପୁରରୁ ମଥୁରା ବିଜୟ ପାଇଁ ଆସିଥିବା କୃର୍ଷ୍ଣ ବଳରାମଙ୍କୁ ଦେଖିବା ମାତ୍ରେ ଗର୍ଭ ଓ ଅଂହକାରରେ ଚୁର କଂସ ମହାରାଜାଙ୍କୁ ମନେ ପଡିଯାଇଛି ଶୁନ୍ୟବାଣୀ । ପାପଚାରୀ କଂସକୁ ବଧ କରି ମଥୁରାବାସୀ ତ୍ରାହୀ କରିଛନ୍ତି ଶ୍ରୀହରୀ । 

ବୌଦ୍ଧର ମଦନମୋହନ ନାଟ୍ୟ କଳା ପରିଷଦ ପକ୍ଷରୁ ଅନୁଷ୍ଠିତ ଓଡ଼ିଶା ପ୍ରସିଦ୍ଧ ଆଧ୍ୟାତ୍ମିକ ଧନୁଯାତ୍ରା ଓ କଂସବଧ ସପ୍ତମ ସଂଧ୍ୟାରେ ସଂପନ୍ନ ହୋଇଛି । ଆଜି ଅପରାହ୍ନରେ କୃର୍ଷ୍ଣ ବଳରାମଙ୍କ ଶୋଭାଯାତ୍ରା ନାମ ସଂକିର୍ତ୍ତନ ଓ ଏବଂ କଂସ ମହାରାଜାଙ୍କ ବିରାଟ ପଟୁଆର ଦୁଲଦୁଲି, ନୃତ୍ୟବାଦ୍ୟ ସହ ବୌଦ୍ଧଗଡ଼  ମଥୁରା ନଗରୀରେ ପରିକ୍ରମା କରିଥିଲା । ଏହି ଅବସରରେ ମୁକ୍ତାକାଶ ମଞ୍ଚରେ ପଥପ୍ରାନ୍ତ ନାଟକ ସୁଦାମ ମାଳୀର ଫୁଲବେଶ, ମଲ୍ଲ ଯୁଦ୍ଧ, କୁବୁଜା ଉଦ୍ଧାର ଓ ରାତିରେ ଭୈରବୀ ପଡିଆ ମଞ୍ଚରେ କଂସ ବଧ ନାଟକ ଓ ନିର୍ବାକ ନୃତ୍ୟ ନାଟିକା ମାତୃ ରୁପେଣ ସଂସ୍ଥିତା ମଞ୍ଚସ୍ଥ ହୋଇଥିଲା ।

fallback ପରିଷଦର ସଭାପତି ବିଶ୍ବ ରଂଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଧନୁଯାତ୍ରା ଉଦଯାପନୀ ସଭାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି, ଡ.ଅଟଳ ବିହାରୀ ପଣ୍ଡା, ପରିଷଦର ଉପଦେଷ୍ଟା ଚନ୍ଦ୍ରଶେଖର ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନାଟ୍ୟକାର ହୃଦାନନ୍ଦ ମେହେର ମଞ୍ଚାସୀନ ଥିଲେ । ଏହି ଅବସରରେ ବରିଷ୍ଠ କଳାକାର ଡ.ଅଟଳ ପଣ୍ଡାଙ୍କୁ ମଦନମୋହନ ନାଟ୍ୟ କଳା ସମ୍ମାନ ଏବଂ ଶୁଭଶ୍ରୀ ବଗର୍ତ୍ତିଙ୍କୁ ଶିଶୁ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା ।