ମୋତେ ବୁଲେଇ ନେ... ମାନିଲାନି ପ୍ରେମିକ...ଏସିଡ୍ ଢାଳିଦେଲା ପ୍ରେମିକା

ପ୍ରେମିକାଙ୍କ ଏସିଡ୍ ଆକ୍ସନ

ମୋତେ ବୁଲେଇ ନେ... ମାନିଲାନି ପ୍ରେମିକ...ଏସିଡ୍ ଢାଳିଦେଲା ପ୍ରେମିକା
file photo

ଜଗନ୍ନାଥ ପାତ୍ର, କଟକ: ସବୁବେଳେ ଆମେ ଦେଖି ଆସିଛୁ ପ୍ରେମରେ ଧୋକା ପାଇବା ପରେ ପ୍ରେମିକ ମାନେ ପ୍ରେମିକାଙ୍କର କ୍ଷତି ଘଟାଇଥାନ୍ତି । ହେଲେ କଟକ ଜଗତପୁର ଅଞ୍ଚଳରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି । ପ୍ରେମିକ ମୁହଁରେ ଏସିଡ୍ ଫିଙ୍ଗିଦେଲା ପ୍ରେମିକା । ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ପ୍ରେମିକା ଜଣଙ୍କ ଉତ୍ତ୍ୟକ୍ତ ହୋଇ ପ୍ରେମିକ ଉପରେ ଏସିଡ୍ ଢାଳିଦେଇଛନ୍ତି । ଏସିଡ୍ ଆକ୍ରମଣରେ ଯୁବକ ଅଲେଖ ବାରିକ ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏସିଡ୍ ଆକ୍ରମଣରେ ଅଲେଖଙ୍କ ଆଖି ଅଧିକ ପ୍ରଭାବିତ ହୋଇଛି ।
 
ଅଲେଖଙ୍କ ବିବାହ ଅନ୍ୟସ୍ଥାନରେ ହୋଇଥିବାରୁ ପ୍ରେମିକା ଜଣଙ୍କ ଏଭଳି କାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଥିବା କହିଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ । ଏହି ଆକ୍ରମଣ ପୂର୍ବରୁ ଫୋନରେ ଧମକ ଚମକ ଓ ବିଭିନ୍ନ ସ୍ଥାନକୁ ବୁଲାଇ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ଅଲେଖ । ଅଲେଖଙ୍କ କହିବା ମୁତାବକ ଜଗତପୁର ଥାନା ଅଞ୍ଚଳରେ ନିଜର ସେଲୁନକୁ ବନ୍ଦ କରି ରାତିରେ ଘରକୁ ଫେରୁଥିଲେ । ରାତି ପାଖାପାଖି ୧୧ଟା ସମୟରେ ହଠାତ ସେହି ସମୟରେ ତାଙ୍କ ପ୍ରେମିକା ହଠାତ୍‌ ତାଙ୍କ ନିକଟକୁ ଆସିଥିଲେ । ପ୍ରଥମେ ଆକ୍ରମଣ ପରେ ନିଜ ପାଖରେ ରହିଥିବା ବିଷାକ୍ତ ତରଳ ପଦାର୍ଥକୁ ମୁହଁ ଉପରକୁ ଫୋଫାଡି ଦେଇଥିଲେ । ଏହି ଘଟଣା ପରେ ଅଲେଖଙ୍କ ପରିବାର ପକ୍ଷରୁ ଜଗତପୁର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଏହି ଅଭିଯୋଗ ପାଇବା ପରେ ପୋଲିସ ଛାନବିନ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଅଭିଯୋଗ ଆସିଥିବା ସମ୍ପୃକ୍ତ ମହିଳା ବନ୍ଧୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଛି । ଏପିରିକି ପ୍ରାଥମିକ ତଦନ୍ତରେ ଯାହା ପଦାକୁ ଆସିଛି ଅଲେଖଙ୍କ ବିବାହ ଅନ୍ୟସ୍ଥାନରେ ହୋଇଥିବାରୁ ମହିଲା ବନ୍ଧୁ ଜଣଙ୍କ ଏ ଭଳି କାଣ୍ଡ ଘଟାଇଥିବା କହିଛନ୍ତି କଟକ ଡିସିପି ।

କେବେଳ ଜଣେ ମହିଳା ରାତିର ଅନ୍ଧାର ଭିତରେ ଏହି କାଣ୍ଡ ଘଟାଇଛନ୍ତି ନାଁ ଆଉ କେହି ଏଥିରେ ସାମିଲ ଅଛନ୍ତି । ଏହି ସଂମ୍ପୃର୍ଣ୍ଣ ଘଟଣା ପଛରେ ପ୍ରେମ ପ୍ରତାରଣା ମୁଖ୍ୟ ଦିଗ ନାଁ ଆଉ କିଛି ରହିଛି ସେ ସବୁ କୁ ପୋଲିସ ଛାନଭିନ ଜାରୀ ରଖିଛି ।
। 
ଅଲେଖଙ୍କ କହିବା ମୁତାବକ ଜଗତପୁର ଥାନା ଅଞ୍ଚଳରେ ନିଜର ସେଲୁନକୁ ବନ୍ଦ କରି ରାତିରେ ଘରକୁ ଫେରୁଥିଲେ । ରାତି ପାଖାପାଖି ୧୧ଟା ସମୟରେ ହଠାତ ମୋନା ନାମକ ମହିଳା ବନ୍ଧୁ ତାଙ୍କ ନିକଟକୁ ଆସିଥିଲେ । ପ୍ରଥମେ ଆକ୍ରମଣ କରିଥିଲେ ଓ ପରେ ନିଜ ପାଖରେ ରହିଥିବା ବିଷାକ୍ତ ତରଳ ପଦାର୍ଥକୁ ମୁହଁ ଉପରକୁ ଫୋଫାଡି ଦେଇଥିଲେ । ଏହି ଘଟଣା ପରେ ଅଲେଖଙ୍କ ପରିବାର ପକ୍ଷରୁ ଜଗତପୁର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଏହି ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ ଆରମ୍ଭ କରିଛି । ଏପିରିକି ପ୍ରାଥମିକ ତଦନ୍ତରେ ଯାହା ପଦାକୁ ଆସିଛି ଅଲେଖଙ୍କ ବିବାହ ଅନ୍ୟସ୍ଥାନରେ ହୋଇଥିବାରୁ ମହିଳା ବନ୍ଧୁ ଜଣଙ୍କ ଏ ଭଳି କାଣ୍ଡ ଘଟାଇଥିବା କହିଛନ୍ତି କଟକ ଡିସିପି ।
କେବେଳ ଜଣେ ମହିଳା ରାତିର ଅନ୍ଧାର ଭିତରେ ଏହି କାଣ୍ଡ ଘଟାଇଛନ୍ତି ନାଁ ଆଉ କେହି ଏଥିରେ ସାମିଲ ରହିଛନ୍ତି । ଏହି ସଂମ୍ପୃର୍ଣ୍ଣ ଘଟଣା ପଛରେ ପ୍ରେମ ପ୍ରତାରଣା ମୁଖ୍ୟ ଦିଗ ନାଁ ଆଉ କିଛି ରହିଛି ସେ ସବୁକୁ ପୋଲିସ ଛାନଭିନ ଜାରି ରଖିଛି ।