CAA: ଆଜି ରାଷ୍ଟ୍ରପତିଙ୍କୁ ଭେଟିବ ବିଏସପି
Advertisement
Article Detail0/zeeodisha/odisha611662

CAA: ଆଜି ରାଷ୍ଟ୍ରପତିଙ୍କୁ ଭେଟିବ ବିଏସପି

ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି । ଆସାମ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଏହା ହିଂସାର ରୂପ ନେଇଛି । ରବିବାର ଓ ମଙ୍ଗଳବାର ଦିଲ୍ଲୀ ଅଶାନ୍ତ ହୋଇପଡିଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ଆଇନକୁ ତୀବ୍ର ବିରୋଧ କରୁଛନ୍ତି । ଏହି କ୍ରମରେ ଆଜି ରାଷ୍ଟ୍ରପତିକୁ ଭେଟିବେ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜବାଦୀ ପାର୍ଟି । ଗତକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମହାମହିମଙ୍କୁ ଭେଟିଥିଲେ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଅସନ୍ତୋଷ ପ୍ରକାଶ ପାଇଛି । ଆସାମ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରେ ଏହା ହିଂସାର ରୂପ ନେଇଛି । ରବିବାର ଓ ମଙ୍ଗଳବାର ଦିଲ୍ଲୀ ଅଶାନ୍ତ ହୋଇପଡିଥିଲା । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ଆଇନକୁ ତୀବ୍ର ବିରୋଧ କରୁଛନ୍ତି । ଏହି କ୍ରମରେ ଆଜି ରାଷ୍ଟ୍ରପତିକୁ ଭେଟିବେ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜବାଦୀ ପାର୍ଟି । ଗତକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ମହାମହିମଙ୍କୁ ଭେଟିଥିଲେ । 

ବିଏସପିରୁ ସଂସଦୀୟ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ଭେଟିବେ ବୋଲି ଜଣାପଡିଛି । ସିଏଏକୁ ନେଇ ସମଗ୍ର ଦେଶରେ ଲୋକଙ୍କ ଭିତରେ ଯେଉଁ ପ୍ରକାର ଅସନ୍ତୋଷ ପ୍ରକାଶ ପାଇଛି, ତାହା ଜଣାଇବେ । ଦେଶର ବିଭିନ୍ନ ବିରୋଧୀ ଦଳ ମଧ୍ୟ ଏହାକୁ ବିରୋଧ କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ପ୍ରତ୍ୟେକ କର୍ମୀ ଏହାକୁ ଦୃଢ ବିରୋଧ କରି ପ୍ରତିବାଦ କରୁଛନ୍ତି । ମମତା ମରିଯିବେ ପଛେ ଏହି ଆଇନକୁ ପଶ୍ଚିମବଙ୍ଗରେ ଲାଗୁ ହେବା ପାଇଁ ଦେବେ ନାହିଁ ବୋଲି କହିଛନ୍ତି । ସୋମବାର କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଇଣ୍ଡିଆ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ । ମଙ୍ଗଳବାର ଆଇନକୁ ବିରୋଧ କରି ବିରୋଧୀ ଦଳଗୁଡିକ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କ ପାଖରେ ପହଞ୍ଚିଛନ୍ତି । ଏହି ଆଇନକୁ ନେଇ ଲାଗିଥିବା ନିଆଁ ଚାରିଆଡ଼େ ବ୍ୟାପିବାରେ ଲାଗିଛି ଓ ଏହି ନିଆଁକୁ ଶୀଘ୍ର ନ ଲିଭାଇଲେ ଗମ୍ଭୀର ସ୍ଥିତି ଉପୁଜିବ ବୋଲି କହିଥିଲେ ସୋନିଆ । 

ସେପଟେ ଜାମିଆ ପରେ ଜାଫରାବାଦରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ।  ସ୍କୁଲ ବସ ଉପରେ ଆକ୍ରମଣ ସହ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି ଆନ୍ଦୋଳକାରୀ ।  ଜାଫରାବାଦରେ ହିଂସା ପରେ ସୁରକ୍ଷା କାରଣରୁ କିଛି ସମୟ ପାଇଁ ୭ ମେଟ୍ରୋ ଷ୍ଟେସନ ବନ୍ଦ କରାଯାଇଥିଲା । ସୀଲମପୁର, ମୌଜାପୁର, ଗୋକୁଲପୁର ଷ୍ଚେସନ ବନ୍ଦ ହେବା ସହ ଆନ୍ଦୋଳନ ଯୋଗୁଁ ଦୀର୍ଘ ସମୟ ଧରି ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ପୋଲିସ ବାଧ୍ୟ ହୋଇ ଲୁହ ବୁହା ଗ୍ୟାସ ସହ ଲାଠି ଚାଳନା କରିଥିଲା । ହିଂସାକାଣ୍ଡର ଭିଡିଓ ଫୁଟେଜ ସଂଗ୍ରହ କରିବା ସହ ପୋଲିସ ହିଂସାକାଣ୍ଡ ଘଟାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି । ସେପଟେ ଜାମିଆ ମାମଲାରେ ଗିରଫ ୧୦ ଅଭିଯୁକ୍ତଙ୍କୁ ୧୪ ଦିନିଆବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ଅନ୍ୟପଟେ ଝାଡଖଣ୍ଡ ନିର୍ବାଚନୀ ରାଲିରେ କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରହାର । ଦମ ଅଛି ତ ନାଗରିକତା ଆଇନ, ଟ୍ରିପଲ ତଲାକ, ଧାରା ୩୭୦ ଉଚ୍ଛେଦକୁ ପ୍ରତ୍ୟାହାର କରି ଦେଶବାସୀଙ୍କୁ ଦେଖାଇବାକୁ ଚାଲେଞ୍ଜ ଦେଇଛନ୍ତି ମୋଦି । ଦେଶର ମୁସଲମାନ ସହ ଅନ୍ୟ ସଂଖ୍ୟାଲଘୁଙ୍କୁ ଡରାଇବାକୁ କଂଗ୍ରେସ ସବୁ ଶକ୍ତିର ପ୍ରୟୋଗ କରିଛି ବୋଲି ସେ କହିଥିଲେ । ନାଗରିକତା ଆଇନ ଦ୍ୱାରା ସଂଖ୍ୟାଲଘୁ ସଂପ୍ରଦାୟର କୌଣସି କ୍ଷତି ହେବ ନାହିଁ ଜାଣିବା ପରେ ମଧ୍ୟ ଦେଶରେ ଅଶାନ୍ତ ସୃଷ୍ଚି ପାଇଁ ପ୍ରୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆହୁରି ପଢନ୍ତୁ; 'ଆମକୁ କିଛି କରିବା ଦରକାର ନାହିଁ, ନିଜେ ନିଜେ ଧ୍ୱଂସ ହୋଇଯିବ ପାକିସ୍ତାନ'